economic growth of india Photograph: (Sambad.in)
ନୂଆଦିଲ୍ଲୀ: ଭାରତକୁ ଏକ ଗରିବ ଦେଶରୁ ନିମ୍ନ ମଧ୍ୟବିତ୍ତଙ୍କ ଦେଶ ଭାବେ ପରିଚୟ ହାସଲ କରିବାକୁ ଦୀର୍ଘ ୬ ଦଶନ୍ଧୀ ଲାଗିଯାଇଥିଲା। ଏବେ କିନ୍ତୁ ଆଉ ମାତ୍ର ଚାରି ବର୍ଷ ମଧ୍ୟରେ ଭାରତ ଉଚ୍ଚ ମଧ୍ୟବିତ୍ତଙ୍କ ରାଷ୍ଟ୍ର ଭାବେ ପରିଗଣିତ ହେବାକୁ ଯାଉଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ପୂର୍ବାନୁମାନ କରାଯାଇଛି। ୨୦୩୦ ସୁଦ୍ଧା ଭାରତ ଏହି ଉଚ୍ଚ ଆୟକାରୀଙ୍କ ଦେଶରେ ପରିଣତ ହେବ ବୋଲି ରିପୋର୍ଟ କହିଛି। ଏହି ସ୍ତରକୁ ଯିବା ପରେ ଭାରତ ଆୟକାରୀଙ୍କ ବର୍ଗରେ ଚୀନ୍ ଓ ଇଣ୍ଡୋନେସିଆ ସହ ସମକକ୍ଷ ହୋଇଯିବ। ଏହି ରିପୋର୍ଟ ଦର୍ଶାଇଛି ଯେ ୧୯୬୨ରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୯୦ ଡଲାର ଥିବା ବେଳେ ୨୦୦୭ରେ ୯୧୦ ଡଲାରକୁ ବୃଦ୍ଧି ପାଇଥିଲା। ଫଳରେ ଭାରତ ନିମ୍ନ ମଧ୍ୟବିତ୍ତମାନଙ୍କ ରାଷ୍ଟ୍ର ଭାବେ ପରିଗଣିତ ହୋଇଥିଲା। ୨୦୩୦ ସୁଦ୍ଧା ତାହା ୪୦୦୦ ଡଲାରକୁ ପହଞ୍ଚିଯିବା ଆଶା କରାଯାଉଛି।
ଆହୁରି ପଢନ୍ତୁ- Virat Kohli-Rohit Sharma: ପୁଣି କେବେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ, କୋହଲିଙ୍କ ବ୍ୟାଟିଂ ?
ଭାରତ ସ୍ବାଧୀନତା ଲାଭ କରିବାର ୬ ଦଶନ୍ଧୀ ପରେ ଭାରତୀୟ ଅର୍ଥନୀତି ୨୦୦୭ରେ ୧ ଟ୍ରିଲିଅନ୍ ଡଲାର ସ୍ତରକୁ ପହଞ୍ଚିଥିଲା। କିନ୍ତୁ ଏହା ପରଠାରୁ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହୋବରୁ ମାତ୍ର ୭ ବର୍ଷରେ ଅର୍ଥାତ୍ ୨୦୧୪ରେ ୨ ଟ୍ରିଲିଅନ୍ ଓ ୨୦୨୧ରେ ୩ ଟ୍ରିଲିଅନ୍ ଡଲାରରେ ପହଞ୍ଚିଥିଲା। ତେବେ ୨୦୨୫ରେ ଏହା ୪ ଟ୍ରିଲିଅନ୍ ଡଲାରର ଅର୍ଥନୀତି ହୋଇଥିବାବେଳେ ଆଉ ୨ ବର୍ଷରେ ୫ ଟ୍ରିଲିଅନ୍ ଡଲାର ଛୁଇଁବା ଆଶା କରାଯାଉଛି। ସେହିପରି ୨୦୦୯ରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୧୦୦୦ ଡଲାର ଥିବାବେଳେ ୧୦ ବର୍ଷ ମଧ୍ୟରେ ୨୦୧୯ରେ ତାହା ୨୦୦୦ ଡଲାରକୁ ବୃଦ୍ଧି ପାଇଛି। ୨୦୩୬ ସୁଦ୍ଧା ମୁଣ୍ଡପିଛା ଆୟ ୩୦୦୦ ଡଲାରରେ ପହଞ୍ଚିବା ଆଶା କରାଯାଉଛି।
ଆହୁରି ପଢନ୍ତୁ- Egypt Para Badminton: ଇଜିପ୍ଟ ପାରା ବ୍ୟାଡ୍ମିଣ୍ଟନ୍: ପ୍ରମୋଦଙ୍କୁ ଦ୍ବିମୁକୁଟ, ପୂଜ୍ୟମ ଓ ନୁରୁଲଙ୍କୁ କାଂସ୍ୟ
Follow Us