ପାକିସ୍ତାନ ସୀମାରେ ଯୁଦ୍ଧାଭ୍ୟାସ କରିବ ଭାରତ

ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ଯୁଦ୍ଧ ଲଢ଼ିବାର ଯୋଜନା କରିଥିବା କୁହାଯାଉଛି। ଭାରତୀୟ ବାୟୁସେନା ମେ’ ୭ରେ ସୀମାରେ ଯୁଦ୍ଧାଭ୍ୟାସ କରିବ। ଏନେଇ ‌ନୋଟିସ୍ ଟୁ ଏୟାରମ୍ୟାନ୍(ନୋଟାମ୍) ଜାରି କରାଯାଇଛି...

India will practice war on Pakistan border

India will practice war on Pakistan border Photograph: (sambad.in)

ନୂଆଦିଲ୍ଲୀ:  ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ଯୁଦ୍ଧ ଲଢ଼ିବାର ଯୋଜନା କରିଥିବା କୁହାଯାଉଛି। ଭାରତୀୟ ବାୟୁସେନା ମେ’ ୭ରେ ସୀମାରେ ଯୁଦ୍ଧାଭ୍ୟାସ କରିବ। ଏନେଇ ‌ନୋଟିସ୍ ଟୁ ଏୟାରମ୍ୟାନ୍(ନୋଟାମ୍) ଜାରି କରାଯାଇଛି।

ଅପରପକ୍ଷରେ ଏନଏସଏ ଅଜିତ ଡୋଭାଲଙ୍କ ନିର୍ଦ୍ଦେଶରେ ସମ୍ଭାବ୍ୟ ଭାରତ ପାକିସ୍ତାନ ଯୁଦ୍ଧ ପୂର୍ବରୁ ଦେଶର ୨୯୫ ଅଞ୍ଚଳରେ ମକ୍ ଡ୍ରିଲ୍ ମଧ୍ୟ ମେ’ ୭ରେ ଅନୁଷ୍ଠିତ ହେଉଛି। ବାଲୁଚସ୍ତାନକୁ ନେଇ ଭାରତ ଏଥର ରଣନୀତି ପ୍ରସ୍ତୁତ କରିଛି।


ଭାରତୀୟ ବାୟୁସେନାର ଯୁଦ୍ଧାଭ୍ୟାସରେ ରାଫେଲ, ମିରାଜ ୨୦୦୦, ସୁଖୋଇ-୩୦ ସହିତ ଅନ୍ୟ ଯୁଦ୍ଧବିମାନ ଅଂଶଗ୍ରହଣ କରିବେ। ଏହା ସହିତ ଭାରତ ଏବଂ ପାକିସ୍ତାନ ସୀମାକୁ ଲାଗିଥିବା କେତେକ ଅଞ୍ଚଳରେ ମଧ୍ୟ ମକ୍ ଡ୍ରିଲ୍ କରାଯିବାର ଯୋଜନା ରହିଛି।

ସୂଚନାଯୋଗ୍ୟ, ଏୟାର ମିସନ ସିଷ୍ଟମକୁ ନୋଟିସ୍ ଅର୍ଥାତ୍ ନୋଟାମ ହେଉଛି ଏକ ପ୍ରକାର ନୋଟିସ୍ ଯାହା ପାଇଲଟ୍, ଏୟାର ଟ୍ରାଫିକ୍ ନିୟନ୍ତ୍ରକମାନଙ୍କୁ ସମ୍ଭାବ୍ୟ ବିପଦ ବିଷୟରେ ସୂଚନା ପ୍ରଦାନ କରିଥାଏ।

ଅଧିକ ପଢ଼ନ୍ତୁ: ବଡ଼ ଶତ୍ରୁ ହେଲେ ବି ଆମେରିକାରେ ଭାରତୀୟଙ୍କ ଅପେକ୍ଷା ଅଧିକ ଚୀନ୍ ନାଗରିକ

ଯାହା ଦ୍ଵାରା ଅଭ୍ୟାସ ସମୟରେ ଯେପରି କୌଣସି ପ୍ରକାରର କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ରଖାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ଉଡ଼ାଣ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା।

ନୋଟାମ୍ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ)ର ମାନଦଣ୍ଡ ଅନୁଯାୟୀ ଜାରି କରାଯାଇଥାଏ। ଏହା ଯୁଦ୍ଧ ବିମାନ ଉଡ଼ାଣ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଅଧିକ ପଢ଼ନ୍ତୁ: ୨୦୨୭ ବିଶ୍ୱକପରେ ଖେଳିବେ କି ରୋହିତ-କୋହଲି, ଜାଣନ୍ତୁ କଣ କହିଲେ ଗମ୍ଭୀର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe