ମରୁଭୂମିରୁ ବାହାରକୁ ବାହାରି ନପାରି ପ୍ରାଣ ହରାଇଲେ ଦୁଇସାଙ୍ଗ

Advertisment

ସାଉଦି ଆରବର ଦୁର୍ଗମ ଏବଂ ବିପଦପୂର୍ଣ୍ଣ ମରୁଭୂମିକୁ ବୁଲିବାକୁ ଯାଇ ବାଟବଣା ହୋଇ ପ୍ରାଣ ହରାଇଲେ ଦୁଇସାଙ୍ଗ। ଜିପିଏସ ହେଲା ଫେଲ, ମୋବାଇଲରୁ ଚାର୍ଜ ଓ ଗାଡ଼ିରୁ ସରିଲା ତେଲ।

ସାଉଦି ଆରବର ଦୁର୍ଗମ ଏବଂ ବିପଦପୂର୍ଣ୍ଣ ମରୁଭୂମିକୁ ବୁଲିବାକୁ ଯାଇ ବାଟବଣା ହୋଇ ପ୍ରାଣ ହରାଇଲେ ଦୁଇସାଙ୍ଗ। ଜିପିଏସ ହେଲା ଫେଲ, ମୋବାଇଲରୁ ଚାର୍ଜ ଓ ଗାଡ଼ିରୁ ସରିଲା ତେଲ।

8

ନୂଆଦିଲ୍ଲୀ: ସାଉଦି ଆରବର ସବୁଠାରୁ ଦୁର୍ଗମ ଏବଂ ବିପଦପୂର୍ଣ୍ଣ ମରୁଭୂମି, ଯେଉଁଠାରେ ଦୂରଦୂର ପର୍ଯ୍ୟନ୍ତ କେବଳ ବାଲିବାଲି ହିଁ ଅଛି। ଏଠାରେ ଜଳ, ଗଛ, ଉଦ୍ଭିଦ ଏବଂ ଲୋକମାନଙ୍କର କୌଣସି ସନ୍ଧାନ ନଥାଏ।

ଏପରି ସ୍ଥାନରେ ତେଲେଙ୍ଗାନାର ‌ ମହମ୍ମଦ ଶହାଜାଦ ଖାନ ଏବଂ ତାଙ୍କର  ସାଙ୍ଗ ମୃତ୍ୟୁ ହୋଇଥିବାର ଖବର ମିଳିଛି।  ଏହି ଦୁଇସାଙ୍ଗ ମରୁଭୂମିର ଘୂର୍ଣ୍ଣିଝଡ଼ରେ ଏମିତି ଫସି ଯାଇଥିଲେ ଯେ ସେମାନେ ଆଉ ବାହାରକୁ ବାହାରିବା ପାଇଁ ବାଟ ପାଇ ନଥିଲେ।

ସୂଚନାଯୋଗ୍ୟ, କରିମନଗର ନିବାସୀ ମହମ୍ମଦ ଶହାଜାଦ ଖାନ ଯିଏକି ୩ବର୍ଷ ହେବ ସାଉଦି ଆରବରେ ଏକ ଟେଲିକମ କମ୍ପାନିରେ କାମ କରୁଥିଲେ। ନିକଟରେ ମହମ୍ମଦ ତାଙ୍କ ସାଙ୍ଗ ସହିତ ସାଉଦି ଆରବର ସବୁଠାରୁ ଦୁର୍ଗମ ଏବଂ ବିପଦପୂର୍ଣ୍ଣ ମରୁଭୂମିକୁ ବୁଲିବାକୁ ଯାଇଥିଲେ। ଏହି ମରୁଭୂକି ୬୫୦ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଦୁର୍ଗମ ଅଞ୍ଚଳ ପାଇଁ ଜଣାଶୁଣା। ଏହି ମରୁଭୂମିରେ ଫଶିଯିବା ପରେ ମହମ୍ମଦ ଓ ତାଙ୍କ ସାଙ୍ଗଙ୍କ ଜିପିଏସ ଫେଲ ହୋଇଯିବା ପରେ ବାଇକରୁ ‌ତେଲ ବି ସରି ଯାଇଥିଲା।  ଏମିତି କି ଦୁହିଁଙ୍କ ମୋବାଇଲରୁ ଚାର୍ଜ ସରି ସୁଇଜ ଅଫ ହୋଇଯାଇଥିଲା।

ଯେଉଁ କାରଣରୁ ଦୁଇସାଙ୍ଗ କାହାରି ସାହାଯ୍ୟ ନେଇ ପାରିଲେ ନାହିଁ କି ମରୁଭୂମିରୁ ବାହାରିବା ପାଇଁ ବାଟ ପାଇ ପାରିଲେ ନାହିଁ। ଶେଷରେ ଖାଦ୍ୟ, ପାନୀୟ ଅଭାବରୁ ମହମ୍ମଦ ଶହାଜାଦ ଖାନ ଓ ତାଙ୍କ ସାଥୀଙ୍କ ମୃତ୍ୟୁ ହୋଇଯାଇଥିଲା।

ମୃତ୍ୟୁର ଚାରିଦିନ ପରେ ଦୁଇସାଙ୍ଗଙ୍କ ମୃତଦେହକୁ ମରୁଭୂମିରୁ ଉଦ୍ଧାର କରାଯାଇଥିଲା। ପୁଲିସ ଦୁଇମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ପରିବାରଲୋକଙ୍କୁ ସୂଚନା ଦେଇଛି।

ଅଧିକପଢ଼ନ୍ତୁ ଲୋକପ୍ରିୟ ଅଭିନେତା ଓ ସିନେ-ନିର୍ମାତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଅଧିକପଢ଼ନ୍ତୁଲାଲ ସିଂ ଚଢା ପାଇଁ ଦେଇଥିବା ଅଡିସନ ସମୟର ଅନୁଭୂତି ବଖାଣିଲେ ରିୟା 

ଅଧିକପଢ଼ନ୍ତୁରାସ୍ତାରେ ଟଙ୍କା ଉଡ଼ାଉଛନ୍ତି ୟୁଟ୍ୟୁବର; କାର୍ଯ୍ୟାନୁଷ୍ଠାନ ଦାବି କଲେ ଲୋ‌କେ

ଅଧିକପଢ଼ନ୍ତୁବିପଦସଂକୁଳ ସ୍ଥିତିରେ ଜାତୀୟ ରାଜପଥ ପାର୍ଶ୍ବରେ ପନିପରିବା ବିକୁଛନ୍ତି ବ୍ୟବସାୟୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe