Advertisment

Indian restaurant going to close:ପାକିସ୍ତାନୀଙ୍କ ଆକ୍ରମଣ-ଧମକରେ ଜର୍ଜରିତ: ବନ୍ଦ ହେବାକୁ ଯାଉଛି ଲଣ୍ଡନର ୧୬ ବର୍ଷ ପୁରୁଣା ଭାରତୀୟ ରେଷ୍ଟୁରାଣ୍ଟ

Advertisment

ବ୍ରିଟେନର ରାଜଧାନୀ ଲଣ୍ଡନରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ଯାଉଛି। ମାଲିକ କହିଛନ୍ତି ଯେ, ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ପାକିସ୍ତାନୀଙ୍କ ଆକ୍ରମଣ ଓ ଲଗାତାର ଧମକ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ଧମକ ପାଇବା ପରେ ଅଭିଯୋଗ କରିବା ସତ୍ତ୍ବେ ପୂଲିସ ପକ୍ଷରୁ କୌଣସି ସାହାଯ୍ୟ ମିଳିନାହିଁ।

ବ୍ରିଟେନର ରାଜଧାନୀ ଲଣ୍ଡନରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ଯାଉଛି। ମାଲିକ କହିଛନ୍ତି ଯେ, ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ପାକିସ୍ତାନୀଙ୍କ ଆକ୍ରମଣ ଓ ଲଗାତାର ଧମକ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ଧମକ ପାଇବା ପରେ ଅଭିଯୋଗ କରିବା ସତ୍ତ୍ବେ ପୂଲିସ ପକ୍ଷରୁ କୌଣସି ସାହାଯ୍ୟ ମିଳିନାହିଁ।

WhatsApp Image 2026-02-25 at 12.08.03 PM

Photograph: (google)

ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ଯାଉଛି। ମାଲିକ କହିଛନ୍ତି ଯେ, ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ପାକିସ୍ତାନୀଙ୍କ ଆକ୍ରମଣ ଓ ଲଗାତାର ଧମକ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ଧମକ ପାଇବା ପରେ ଅଭିଯୋଗ କରିବା ସତ୍ତ୍ବେ ପୂଲିସ ପକ୍ଷରୁ କୌଣସି ସାହାଯ୍ୟ ମିଳିନାହିଁ। ତେବେ ସେ ମନୋବଳ ଦୃଢ଼ କରି କହିଛନ୍ତି, ମୋ ବ୍ୟବସାୟରେ ହସ୍ତକ୍ଷେପ କରିପାରିବ,କିନ୍ତୁ ମୋର ଇଚ୍ଛାଶକ୍ତିକୁ ବାଧା ଦେଇ ପାରିବ ନାହିଁ।

ଆହୁରି ପଢ଼ନ୍ତୁ: ୟୁକ୍ରେନକୁ ବ୍ରିଟେନ-ଫ୍ରାନ୍ସ ପରମାଣୁ ଅସ୍ତ୍ର ଯୋଗାଇ ପାରନ୍ତି: ରୁଷ କଲା ଦାବି

ଗତ ୧୬ ବର୍ଷ ଧରି ନିଜର ଆତିଥ୍ୟ ଓ ସ୍ୱାଦିଷ୍ଟ ଖାଦ୍ୟ ଦ୍ବାରା ଲଣ୍ଡନରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ହରମନ ସିଂହ କପୁର ଆସନ୍ତା ମାସରେ ତାଙ୍କର ଭାରତୀୟ ରେଷ୍ଟୁରାଣ୍ଟ ରଙ୍ଗରେଜ୍ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସେ ପାକିସ୍ତାନୀ ଗୋଷ୍ଠୀମାନଙ୍କ ପକ୍ଷରୁ ପକ୍ଷରୁ ମିଳୁଥିବା ଧମକ ଓ ଆକ୍ରମଣ, ବର୍ଦ୍ଧିତ ଖର୍ଚ୍ଚ, ବାରମ୍ବାର ବିଶୃଙ୍ଖଳା ତଥା ମେଟ୍ ପୁଲିସର ଦୁର୍ବଳ ସହଯୋଗକୁ ରେଷ୍ଟୁରାଣ୍ଟ ବନ୍ଦ କରିବାର ମୁଖ୍ୟ କାରଣ ବୋଲି ଉଲ୍ଲେଖ କରିଛନ୍ତି।
ହ୍ୟାମରସ୍ମିଥରେ ତାଙ୍କ ପତ୍ନୀଙ୍କ ସହ ରେଷ୍ଟୁରାଣ୍ଟ ଚଳାଉଥିବା ହମରାନ କପୁର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି, ୧୬ ବର୍ଷର ସ୍ମରଣୀୟ ଦିନ ପରେ, ମୁଁ ଆସନ୍ତା ମାସରେ ହ୍ୟାମରସ୍ମିଥରେ ରଙ୍ଗରେଜ୍ ରେଷ୍ଟୁରାଣ୍ଟ ବନ୍ଦ କରିବା ଭଳି କଷ୍ଟକର ନିଷ୍ପତ୍ତି ନେଇଛି।

ତାଙ୍କ ପୋଷ୍ଟରେ, ହରମନ କପୁର ତାଙ୍କର ସମସ୍ତ ଗ୍ରାହକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସେ ଲେଖିଛନ୍ତି, ବର୍ଷ ବର୍ଷ ଧରି ଆମକୁ ସମର୍ଥନ କରିଥିବା ପ୍ରତ୍ୟେକ ବିଶେଷ ଗ୍ରାହକଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ସେମାନଙ୍କ ସମର୍ଥନ ପାଇଁ ମୁଁ ସର୍ବଦା କୃତଜ୍ଞ। ଧନ୍ୟବାଦ। ଟିମ୍ ରଙ୍ଗରେଜ୍। ହରମନ କପୁର ଏବଂ ପରିବାର। ରଙ୍ଗରେଜ୍ ରେଷ୍ଟୁରାଣ୍ଟ ବନ୍ଦ ହେବା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହରମନ କପୁର ସୋସିଆଲ ମିଡିଆରେ ଖଲିସ୍ତାନ ଆନ୍ଦୋଳନକୁ ସମାଲୋଚନା କରି ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା ପରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଧମକ ମିଳିବା ଆରମ୍ଭ ହୋଇଥିଲା। ୨୦୨୩ ମସିହାରେ, ସେ ରିପୋର୍ଟ କରିଥିଲେ ଯେ, ଲଣ୍ଡନରେ ଭାରତୀୟ ହାଇ କମିସନ ଭଙ୍ଗାରୁଜା ହେବାର କିଛି ଦିନ ପରେ ତାଙ୍କ ରେଷ୍ଟୁରାଣ୍ଟ ଉପରେ ଖଲିସ୍ତାନ ସମର୍ଥକମାନେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ତାଙ୍କ ଭିଡିଓ ଡିଲିଟ୍ କରିବାକୁ ଓ ଖାଲିସ୍ତାନ ଜିନ୍ଦାବାଦ ଏବଂ ହିନ୍ଦୁସ୍ତାନ ମୁର୍ଦାବାଦ ଭଳି ସ୍ଲୋଗାନ ଦେବାକୁ ଦାବି କରିଥିଲେ।

ବ୍ରିଟିଶ ପୁଲିସ କହିଛି ଯେ, ଅଭିଯୋଗ ଆଧାରରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୀଡିତଙ୍କ ସହ କଥା ହୋଇଥିଲେ ଓ ସିସିଟିଭି ଫୁଟେଜ୍ ସମୀକ୍ଷା କରି ଅତିରିକ୍ତ ସୁରକ୍ଷା ଯୋଗାଇବା ସମେତ ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଭାରତ ମହାସାଗରରେ ଆମେରିକା ସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ଭେନେଜୁଏଲା ଟ୍ୟାଙ୍କର୍ ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe