Indian woman detained at Shanghai airport for 18 hours: Dragon refuses to admit its mistake and spews venom again Photograph: (sambad.in)
ବେଜିଂ: ସାଂଘାଇ ବିମାନବନ୍ଦରରେ ଅରୁଣାଚଳ ପ୍ରଦେଶର ଜଣେ ମହିଳାଙ୍କୁ ୧୮ ଘଣ୍ଟା ଅଟକ ରଖିବା ପରେ ଚୀନ୍ ଏବେ ପ୍ରତିକ୍ରିୟା ଦେଇଛି। ମଙ୍ଗଳବାର ଦିନ ଚୀନ୍ ମହିଳାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗକୁ ଅସ୍ୱୀକାର କରିଛି। କିନ୍ତୁ ସାଂଘାଇ ବିମାନବନ୍ଦରର କାର୍ଯ୍ୟାନୁଷ୍ଠାନ ଚୀନ୍ ଆଇନ ଅନୁଯାୟୀ ନିଆଯାଇଥିବା କହିଛି।
ନଭେମ୍ବର ୨୧ ତାରିଖରେ ଲଣ୍ଡନରୁ ଜାପାନ ଯାତ୍ରା କରୁଥିବା ଭାରତୀୟ ମହିଳା ପେମ୍ମା ୱାଙ୍ଗଜୋମ୍ ଥଙ୍ଗଡୋକ୍ ଟ୍ରାନ୍ ଜିଟ୍ ପାଇଁ ସାଂଘାଇ ବିମାନବନ୍ଦରରେ ଅବତରଣ କରିଥିଲେ। ଏହି ସମୟରେ, ତାଙ୍କୁ ଇମିଗ୍ରେସନ୍ ସମୟରେ ଅଟକ ରଖାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ଚୀନ୍ କର୍ତ୍ତୃପକ୍ଷ ତାଙ୍କୁ ଅରୁଣାଚଳ ପ୍ରଦେଶରୁ ହୋଇଥିବାରୁ ପ୍ରାୟ ୧୮ ଘଣ୍ଟା ପାଇଁ ଅଟକ ରଖିଥିଲେ।
ଆହୁରି ପଢ଼ନ୍ତୁ:Femicide On The Rise: ବିଶ୍ୱରେ ପ୍ରତି ୧୦ ମିନିଟରେ ଜଣେ ଝିଅକୁ ହତ୍ୟା କରାଯାଉଛି: ଜାତିସଂଘ ରିପୋର୍ଟ
ଏହି ଘଟଣାର ପ୍ରତିକ୍ରିୟା ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି ଯେ, ପେମ୍ମା ୱାଙ୍ଗଜୋମ୍ ଥଙ୍ଗଡୋକ୍ଙ୍କୁ ଅଟକ ରଖାଯାଇ ନଥିଲା । ତାଙ୍କୁ କୌଣସି ନିର୍ଯାତନା ଦିଆଯାଇ ନଥିଲା। ସମଗ୍ର ପ୍ରକ୍ରିୟା ଚୀନ୍ ଆଇନ ଏବଂ ନିୟମ ଅନୁଯାୟୀ ଗ୍ରହଣ କରା ହୋଇଥିଲା।
ପୁଣି କହିଲା ଅରୁଣାଚଳ ପ୍ରଦେଶ ଆମର
ଘଟଣା ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି, ଅଭିଯୋଗ ଅନୁଯାୟୀ ଥଙ୍ଗଡୋକ୍ଙ୍କୁ ଅଟକ କିମ୍ବା ହଇରାଣ କରାଯାଇ ନାହିଁ। ଏହି ପ୍ରକ୍ରିୟା ସମୟରେ ବିମାନ କମ୍ପାନି ଯାତ୍ରୀଙ୍କୁ ବିଶ୍ରାମ ନେବା ପାଇଁ ସ୍ଥାନ, ଖାଦ୍ୟ ଏବଂ ପାଣି ଯୋଗାଇ ଦେଇଥିଲା।
ମାଓ କହିଛନ୍ତି, ଆମେ ଜାଣିଲୁ ଯେ, ଚୀନ୍ର ସୀମା ଯାଞ୍ଚ କର୍ତ୍ତୃପକ୍ଷ ଆଇନ ଏବଂ ନିୟମ ଅନୁଯାୟୀ ସମଗ୍ର ପ୍ରକ୍ରିୟା ପରିଚାଳନା କରିଥିଲେ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବୈଧ ଅଧିକାର ଏବଂ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରଖିଥିଲେ। ସେ ଅରୁଣାଚଳ ପ୍ରଦେଶ ଉପରେ ବେଜିଂର ଆଞ୍ଚଳିକ ଦାବିକୁ ମଧ୍ୟ ପୁନରାବୃତ୍ତି କରିଥିଲେ, ଯାହାକୁ ଚୀନ୍ ଜାଙ୍ଗନାନ୍ କିମ୍ବା ଦକ୍ଷିଣ ତିବ୍ଦତ ବୋଲି କହୁଛି। ସେ କହିଛନ୍ତି, ଜାଙ୍ଗନାନ୍ ହେଉଛି ଚୀନ୍ର ଅଞ୍ଚଳ। ଭାରତ ଦ୍ୱାରା ଅବୈଧ ଭାବରେ ସୃଷ୍ଟି ହୋଇଥିବା ଅରୁଣାଚଳ ପ୍ରଦେଶକୁ ଚୀନ୍ କେବେ ବି ସ୍ୱୀକାର କରିନାହିଁ।
ଭାରତ ଏହାକୁ ନେଇ କଡ଼ା ପ୍ରତିବାଦ ଜଣାଇଛି। ବେଜିଂ ଏବଂ ଦିଲ୍ଲୀ ଉଭୟରେ ଡିମାର୍ଚ ଜାରି କରାଯାଇଛି। ଭାରତୀୟ ପକ୍ଷ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ଏହାର ବାସିନ୍ଦାମାନେ ବୈଧ ଭାରତୀୟ ପାସପୋର୍ଟ ରଖିବା ଏବଂ ଆନ୍ତର୍ଜାତୀୟ ସ୍ତରରେ ଯାତ୍ରା କରିବାର ସମ୍ପୂର୍ଣ୍ଣ ଅଧିକାର ପାଇଛନ୍ତି।
ସାଂଘାଇରେ ଥିବା ଭାରତୀୟ କନସୁଲେଟ୍ ତୁରନ୍ତ ହସ୍ତକ୍ଷେପ କରି ସହାୟତା ପ୍ରଦାନ କରିଥିଲେ ଏବଂ ମହିଳାଙ୍କୁ ବିମାନବନ୍ଦର ଛାଡି ତାଙ୍କ ଯାତ୍ରା ଜାରି ରଖିବାରେ ସାହାଯ୍ୟ ଯୋଗାଇ ଥିଲେ। ସୂତ୍ର ଅନୁଯାୟୀ ଭାରତ ଏହି ଘଟଣାକୁ ଏକ ଗମ୍ଭୀର କୂଟନୈତିକ ପ୍ରସଙ୍ଗ ଭାବରେ ଉଠାଇଛି।
Follow Us