ନୂଆଦିଲ୍ଲୀ: ଉତ୍ପାଦନ ଶିଳ୍ପରେ ଆଗକୁ ହେବାକୁ ଥିବା ବ୍ୟାପକ ସଂସ୍କାର କାର୍ଯ୍ୟକ୍ରମ ଯୋଗୁ ଭାରତରୁ ରପ୍ତାନି ୨୦୩୫ ସୁଦ୍ଧା ତିନି ଗୁଣ ହେବା ଆଶା କରାଯାଉଛି। ୨୦୧୪ ପରଠାରୁ ରପ୍ତାନି ବୃଦ୍ଧି ପାଇଁ ଭାରତ ସରକାର ତୃତୀୟ ପର୍ଯ୍ୟାୟରେ କିଛି ସଂସ୍କାରମୂଳକ ପଦକ୍ଷେପ ନେବାକୁ ଯାଉଛନ୍ତି, ଯାହା ରପ୍ତାନିକୁ ତ୍ବରାନିତ କରିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।
ରପ୍ତାନି ବୃଦ୍ଧି ପାଇଁ ଭାରତ ସରକାର ଏବେ ସ୍ବତନ୍ତ୍ର ଯୋଜନା କରୁଛନ୍ତି ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଦେଶର ରପ୍ତାନି ଭିତ୍ତିଭୂମିକୁଦୃ ସୁଦୃଢ଼ କରିବାକୁ ଉଦ୍ୟମ ଜାରି ରହିଛି। ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଭାରତ ସେମିକଣ୍ଡକ୍ଟର୍, ଧାତୁ, ଶକ୍ତି ସଂରକ୍ଷଣ ଏବଂ ଚମଡା ଭଳି ଶ୍ରମ-ସମ୍ବଳ ଶିଳ୍ପ ସମେତ ୧୫ଟି କ୍ଷେତ୍ରରେ ଉତ୍ପାଦନକୁ ପ୍ରାଥମିକତା ଦେବ।
ଆହୁରି ପଢ଼ନ୍ତୁ: New Electric Policy: ୧୦ ଗୁଣ ବଢ଼ିବ ଆଣବିକ ଶକ୍ତି ଉତ୍ପାଦନ
ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ଦଶନ୍ଧି ମଧ୍ୟରେ ବାର୍ଷିକ ସାମଗ୍ରୀ ରପ୍ତାନିକୁ ପ୍ରାୟ ୧.୩ ଟ୍ରିଲିୟନ ଡଲାରକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୪ରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଓ ୨୦୨୦ରେ ରପ୍ତାନି ପ୍ରୋତ୍ସାହନ ଯୋଜନାରେ ରପ୍ତାନି ବୃଦ୍ଧି ପାଇଁ ଭାରତ ସରକାର ବଳିଷ୍ଠ ପଦକ୍ଷେପ ନେଇଥିଲେ।
ଆହୁରି ପଢ଼ନ୍ତୁ: Rourkela: ରାଉରକେଲା ରେଳ ଷ୍ଟେସନରେ ବଡ଼ କାର୍ଯ୍ୟାନୁଷ୍ଠାନ; ଅନେକ ବୁଲା ବେପାରୀ ଗିରଫ
Follow Us