IndiGo flight cancel: ଇଣ୍ଡିଗୋ ଯନ୍ତ୍ରଣା କମୁନି: ପଞ୍ଚମ ଦିନରେ ବି ୫୦୦ରୁ ଅଧିକ ବିମାନ ବାତିଲ

Advertisment

କ୍ରମାଗତ ପଞ୍ଚମ ଦିନ ପାଇଁ ଇଣ୍ଡି‌ଗୋ ଏୟାରଲାଇନ୍ସର ବିମାନ ବାତିଲ ଜାରି ରହିଛି। ଶନିବାର ଦେଶର ବିଭିନ୍ନ ବିମାନବନ୍ଦରରେ ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଏଥିରେ ବେଙ୍ଗାଲୁରୁ ସର୍ବାଧିକ ପ୍ରଭାବିତ ହୋଇଛି।

କ୍ରମାଗତ ପଞ୍ଚମ ଦିନ ପାଇଁ ଇଣ୍ଡି‌ଗୋ ଏୟାରଲାଇନ୍ସର ବିମାନ ବାତିଲ ଜାରି ରହିଛି। ଶନିବାର ଦେଶର ବିଭିନ୍ନ ବିମାନବନ୍ଦରରେ ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଏଥିରେ ବେଙ୍ଗାଲୁରୁ ସର୍ବାଧିକ ପ୍ରଭାବିତ ହୋଇଛି।

indiGo

indiGo Photograph: (sambad.in)

ନୂଆଦିଲ୍ଲୀ: କ୍ରମାଗତ ପଞ୍ଚମ ଦିନ ପାଇଁ ଇଣ୍ଡି‌ଗୋ ଏୟାରଲାଇନ୍ସର ବିମାନ ବାତିଲ ଜାରି ରହିଛି। ଶନିବାର ଦେଶର ବିଭିନ୍ନ ବିମାନବନ୍ଦରରେ ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଏଥିରେ ବେଙ୍ଗାଲୁରୁ ସର୍ବାଧିକ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁରେ ୧୨୪ଟି ବିମାନ ବାତିଲ ହୋଇଛି। ଉଡ଼ାଣ ବାତିଲ ଓ ବିଳମ୍ବ ହେବା କାରଣରୁ ବିମାନବନ୍ଦରଗୁଡ଼ିକରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବା ସହ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଯାତ୍ରୀମାନେ ସେମାନଙ୍କ ଉଡ଼ାଣ ସମୟ ସଂପର୍କରେ ଅବଗତ ହେବା ଏବଂ ଲଗେଜ୍‌କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଦେଶର ସବୁଠୁ ବଡ଼ ଏୟାରଲାଇନ୍ସର ଶହଶହ ବିମାନ ବାତିଲ ହେବା ଫଳରେ ବିମାନ ଟିକଟ ମୂଲ୍ୟ ମଧ୍ୟ ବଢ଼ିଯାଇଛି। ଏଥିପାଇଁ ଅନେକ ଯାତ୍ରୀ ସେମାନଙ୍କ କ୍ରୋଧ ସାମାଜିକ ଗଣମାଧ୍ୟମ ସହାୟତାରେ ପରିପ୍ରକାଶ କରୁଛନ୍ତି। ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ବିମାନବନ୍ଦରରେ ଆଜି ୧୨୪, ଦିଲ୍ଲୀରେ ୧୦୬, ମୁମ୍ବାଇରେ ୧୧୭, ହାଇଦ୍ରାବାଦରେ ୬୬, ଚେନ୍ନାଇରେ ୪୮ ଏବଂ ପୁଣେରେ ୪୨ଟି ବିମାନ ବାତିଲ ହୋଇଛି। 

Indigo Flight Disruption : ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର

ଟିକଟ ଅର୍ଥ ଆଜି ସୁଦ୍ଧା ଫେରାଅ 
୪୮ ଘଣ୍ଟାରେ ଲଗେଜ୍‌ ଦିଅ
ଭଡ଼ା ଉପରେ ଲାଗିଲା କଟକଣା 

ତେବେ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଶନିବାର ଏହାର ବାତିଲ ବିମାନ ସଂଖ୍ୟା ୮୫୦ରୁ ତଳକୁ ଖସିଛି। ଶୁକ୍ରବାର ଇଣ୍ଡିଗୋର ବିମାନ ବାତିଲ ସଂଖ୍ୟା ୧୦୦୦ରୁ ଅଧିକ ରହିଥିଲା। ତେଣୁ ଗତକାଲି ତୁଳନାରେ ଆଜି ବିମାନ ବାତିଲ ସ୍ଥିତିରେ ସୁଧାର ଆସିଛି। ବିମାନ ବାତିଲ ସଂଖ୍ୟା ହ୍ରାସ ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ଇଣ୍ଡିଗୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଯାତ୍ରୀମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ କମ୍ପାନି କ୍ଷମା ମାଗିବା ସହିତ ଯଥାଶୀଘ୍ର ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛି ବୋଲି କହିଛି। ବିମାନ ବାତିଲ ସତ୍ତ୍ବେ ଯାତ୍ରୀମାନେ ସେମାନଙ୍କ ଟିକଟ ଅର୍ଥ ଫେରି ପାଇନାହାନ୍ତି। ଯାତ୍ରୀମାନଙ୍କୁ ଡିସେମ୍ବର ୭ ତାରିଖ (ରବିବାର) ରାତି ୮ଟା ସୁଦ୍ଧା ଟିକଟ ବାବଦ ଅର୍ଥ ଫେରସ୍ତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି। ବାତିଲ ହୋଇଥିବା ସମସ୍ତ ଟିକଟ ବାବଦ ରାଶି ଫେରସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ କୁହାଯାଇଛି। ଏଥିସହିତ ଯାତ୍ରୀମାନଙ୍କୁ ସେମାନଙ୍କ ବ୍ୟାଗ୍‌ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିକଟ ବାବଦ ରାଶି ଫେରାଇବାରେ ବିଳମ୍ବ ‌କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହିତ ବିମାନ ବାତିଲ କାରଣରୁ ଯେଉଁମାନଙ୍କର ଯାତ୍ରା ପ୍ରଭାବିତ ହୋଇଛି ସେମାନଙ୍କଠାରୁ ରିସିଡ୍ୟୁଲିଂ ଚାର୍ଜ ଆଦାୟ ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 

Konark: କୋଣାର୍କରେ ‘ପଥ ଉତ୍ସବ’, ଯୋଗଦେଲେ ଶତାଧିକ କଳାକାର

ଇଣ୍ଡିଗୋ ଏୟାରଲାଇନ୍ସର ପ୍ରତିଦିନ ଶହଶହ ସଂଖ୍ୟାରେ ବିମାନ ବାତିଲ ହେବା ଫଳରେ ବିମାନ ଟିକଟ ମୂଲ୍ୟ ବହୁମାତ୍ରାରେ ବଢ଼ିଯାଇଛି। ଏଥିଯୋଗୁଁ ଯାତ୍ରୀମାନେ ଶୋଷଣର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଶନିବାର ଦେଶ ଭିତରେ ବିମାନ ଭଡ଼ାର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ୫୦୦ କିମି ପର୍ଯ୍ୟନ୍ତ ଉଡ଼ାଣ କ୍ଷେତ୍ରରେ ଟିକଟର ସର୍ବୋଚ୍ଚ ଦର ୭୫୦୦ ଟଙ୍କା ରଖାଯାଇଛି। ସେହିଭଳି ୫୦୦ କିମିରୁ ୧୦୦୦ କିମି ପର୍ଯ୍ୟନ୍ତ ମାର୍ଗରେ ସର୍ବାଧିକ ଟିକଟ ମୂଲ୍ୟ ୧୨ ହଜାର ଟଙ୍କା ଏବଂ ୧୦୦୦ରୁ ୧୫୦୦ କିମି ମଧ୍ୟରେ ଟିକଟ ଭଡ଼ା ୧୫ ହଜାର ଟଙ୍କା ଏବଂ ୧୫୦୦ କିମିରୁ ଅଧିକ ଦୂରତା କ୍ଷେତ୍ରରେ ସର୍ବୋଚ୍ଚ ଭଡ଼ାକୁ ୧୮ ହଜାର ଟଙ୍କାରେ ରଖାଯାଇଛି। ଏହା ସମସ୍ତପ୍ରକାର ବୁକିଂ ଚାନେଲ୍‌ ପାଇଁ କାର୍ଯ୍ୟକାରୀ ହେବ। ସେଥିରେ ଏୟାରଲାଇନ୍ସଗୁଡ଼ିକର ୱେବସାଇଟ୍, ଟ୍ରାଭେଲ୍‌ ପୋର୍ଟାଲ ଆଦି ମଧ୍ୟ ସାମିଲ ରହିଛି। ତେବେ ବିଜନେସ୍‌ ଶ୍ରେଣୀ ଏବଂ ‘ଉଡାନ୍‌’ ବିମାନ କ୍ଷେତ୍ରରେ ଏହି ସୀମା ଲାଗୁ ହେବ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe