ନୂଆଦିଲ୍ଲୀ: ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ ଗତ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକାଧିକ ଥର ବ୍ୟକ୍ତିଗତ ଫୋନ୍ କଲ୍ କରିଥିଲେ। ସେ ସର୍ବସାଧାରଣରେ କୂଟନୈତିକ ସମ୍ପର୍କକୁ ସମର୍ଥନ କରୁଥିଲେ ମଧ୍ୟ ଇରାନ ଉପରେ ଆକ୍ରମଣ କରିବାକୁ କୁଆଡ଼େ ଟ୍ରମ୍ପଙ୍କୁ ଉସୁକାଇଥିଲେ ବୋଲି ଵାସିଂଟନ ପୋଷ୍ଟ ରିପୋର୍ଟ କରିଛି।
ଆହୁରି ପଢନ୍ତୁ:IND vs WI T20 WC: ଭାରତ ଆଗରେ ୧୯୬ ରନ୍ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍
ଜାନୁଆରିରେ ଯୁବରାଜ କହିଥିଲେ ଯେ, ସେ ତାଙ୍କ ଦେଶର ବାୟୁସୀମା କିମ୍ବା ଅଞ୍ଚଳକୁ ଇରାନ ଉପରେ ଆକ୍ରମଣ ପାଇଁ ବ୍ୟବହାର କରିବାକୁ ଦେବେ ନାହିଁ। ସାଉଦି ଆରବ ଇରାନର ସାର୍ବଭୌମତ୍ୱକୁ ସମ୍ମାନ ଦିଏ କହି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସେ ୱାସିଂଟନ ଓ ତେହେରାନକୁ ଅନୁରୋଧ କରିଥିଲେ। ଆଣବିକ ଆଲୋଚନା ବନ୍ଦ ହେବା ଏବଂ ଇରାନ ଏହାର ଆଣବିକ କାର୍ଯ୍ୟକଳାପ ପୁନଃ ଆରମ୍ଭ କରିଥିବା ଦାବି କରିବା ପରେ ଶନିବାର ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ ଆରମ୍ଭ କରିଥିଲେ। ଟ୍ରମ୍ପ କହିଛନ୍ତି ଯେ ‘ଭାରୀ ଓ ପିନପଏଣ୍ଟ ବୋମା ଆକ୍ରମଣ’ ସପ୍ତାହ ପର୍ଯ୍ୟନ୍ତ କିମ୍ବା ଯେତେ ଦିନ ଆବଶ୍ୟକ ହେବ ଜାରି ରହିବ।
ଆହୁରି ପଢନ୍ତୁ: President of the UAE: ଆପଣଙ୍କ ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ଇରାନକୁ ଚେତାଇଦେଲେ ୟୁଏଇ ରାଷ୍ଟ୍ରପତି
ଏହି ଆକ୍ରମଣ ପରେ ଇରାନ ୟୁଏଇର ଆବୁଧାବି ଓ ଦୁବାଇ, କତରର ଦୋହା ଓ ସାଉଦି ଆରବର ରିୟାଦ ଉପରେ ପ୍ରତିଶୋଧ ପରାୟଣ ଆକ୍ରମଣ ଆରମ୍ଭ କରିଥିଲା, ଯାହା ମଧ୍ୟପ୍ରାଚ୍ୟକୁ ଏକ ନୂତନ ସଂଘର୍ଷ ଭିତରକୁ ଠେଲି ଦେଇଛି। ସାଉଦି ଆରବର ବୈଦେଶିକ ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ, ସାଉଦି ଆରବ ଇରାନର ଏତାଦୃଶ କାପୁରୁଷୋଚିତ ଆକ୍ରମଣକୁ ଦୃଢ଼ ଶବ୍ଦରେ ନିନ୍ଦା କରୁଛି। ଏହି ଆକ୍ରମଣକୁ କୌଣସି ବାହାନା ଦେଖାଇ କିମ୍ବା କୌଣସି ପ୍ରକାରେ ଯଥାର୍ଥ କରାଯାଇପାରିବ ନାହିଁ। ଆରବ ନ୍ୟୁଜ୍ ଅନୁଯାୟୀ, ଇରାନ ଆକ୍ରମଣ ପରେ କ୍ରାଉନ୍ ପ୍ରିନ୍ସ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍-ନାହ୍ୟାନ୍, ବାହାରିନର ରାଜା ହମାଦ୍ ବିନ୍ ଇସା ଅଲ୍-ଖଲିଫା, କତରର ଅମୀର ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍-ଥାନି, କୁଏତର ଅମୀର ଶେଖ୍ ମିଶାଲ୍ ଅଲ୍-ଅହମ୍ମଦ ଅଲ୍-ଜବର ଅଲ୍-ସବାହ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ କଥା ହୋଇଥିଲେ।
Follow Us