Advertisment

Iran's major attack on the ship: ଜାହାଜ ଉପରେ ଇରାନର ବଡ଼ ଆକ୍ରମଣ: ୩ ଭାରତୀୟଙ୍କ ମୃତ୍ୟୁ

Advertisment

ଇସ୍ରାଏଲ ଓ ଆମେରିକା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଇରାନ ଓମାନର ସାମୁଦ୍ରିକ ସୀମାରେ ଜାହାଜ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି।

ଇସ୍ରାଏଲ ଓ ଆମେରିକା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଇରାନ ଓମାନର ସାମୁଦ୍ରିକ ସୀମାରେ ଜାହାଜ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି।

Iran's major attack on the ship

Iran's major attack on the ship Photograph: (sambad.in)

ତେହେରାନ୍: ଇସ୍ରାଏଲ ଓ ଆମେରିକା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଇରାନ ଓମାନର ସାମୁଦ୍ରିକ ସୀମାରେ ଜାହାଜ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିରକ ଆହତ ହୋଇଛନ୍ତି। ଜାହାଜରୁ ଆହତ ଭାରତୀୟମାନଙ୍କୁ ବାହାର କରିବା ପାଇଁ ଓମାନ ପ୍ରଶାସନ ସହିତ ମିଳିତ ଭାବରେ ପ୍ରୟାସ ଜାରି ରହିଛି।

କ୍ରୁରୁ ସଦସ୍ୟଙ୍କ ମୃତ୍ୟୁ ପାଇଁ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି

ମାର୍ଶାଲ ଦ୍ବୀପପୁଞ୍ଜ-ପତାକାଯୁକ୍ତ ‘ଏମକେଡି ବ୍ୟୋମ୍’ ଜାହାଜ ମସ୍କଟଠାରୁ ପ୍ରାୟ ୫୨ ନଟିକାଲ ମାଇଲ ଦୂରରେ ଥିବା ବେଳେ ଏକ ଜୋରଦାର ବିସ୍ଫୋରଣ ଘଟିଥିଲା। ‘ଏମକେଡି ବ୍ୟୋମ୍’ରେ ଥିବା ଭାରତୀୟ କ୍ରୁରୁ ସଦସ୍ୟଙ୍କ ମୃତ୍ୟୁ ପାଇଁ ଓମାନରେ ଥିବା ଭାରତୀୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି।

ଅପରପକ୍ଷରେ, ପଶ୍ଚିମ ଏସିଆରେ ଶତ୍ରୁତା ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ତେଲ ଓ ଗ୍ୟାସ ଟ୍ୟାଙ୍କରଗୁଡ଼ିକର ଚଳାଚଳ ବାଧାପ୍ରାପ୍ତ ହୋଇଥିାବାରୁ ସୋମବାର ବିଶ୍ବରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଆମେରିକାର ତୈଳ ମୂଲ୍ୟ ୭.୬ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୭୨.୧୨ ଡଲାରରେ ପହଞ୍ଚିଛି, ଯେତେବେଳେ କି ଆନ୍ତର୍ଜାତୀୟ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ୮.୬ ପ୍ରତିଶତ ବୃଦ୍ଧି ପାଇ ୭୯.୧୧ ଡଲାରରେ ପହଞ୍ଚିଛି। ବିବାଦ ଯୋଗୁଁ ଏକ ପ୍ରମୁଖ ଏଲଏନଜି ଯୋଗାଣକାରୀ କାତାର ଉତ୍ପାଦନ ବନ୍ଦ କରିଦେବାରୁ ୟୁରୋପରେ ପ୍ରାକୃତିକ ଗ୍ୟାସ ମୂଲ୍ୟ ୪୦ ପ୍ରତିଶତରୁ ଅଧିାକ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: Operation against Iran is difficult: ପ୍ରଥମ ଥର ପାଇଁ ଇରାନ ବିପକ୍ଷ ଅପରେସନ କଷ୍ଟକର ବୋଲି ସ୍ୱୀକାର କଲେ ଆମେରିକାର ଶୀର୍ଷ ଜେନେରାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe