We will set Ship on fire Photograph: (sambad.in)
ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ରିଭଲ୍ୟୁସନରୀ ଗାର୍ଡ(ଆଇଆର୍ଜିସି) ଏକ ବଡ଼ ଘୋଷଣା କରିଛି। ସେମାନେ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ବନ୍ଦ କରିଦିଆଯାଇଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି, ଏହି ଷ୍ଟ୍ରେଟ୍ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ନିଆଁ ଲଗାଇ ଦିଆଯିବ। ଏହି ନିଷ୍ପତ୍ତି ଇରାନ ଓ ଇସ୍ରାଏଲ, ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ଏକ ବଡ଼ ପଦକ୍ଷେପ। ଏହା ବିଶ୍ୱ ତୈଳ ବାଣିଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇପାରେ ବୋଲି କୁହାଯାଉଛି।
ହର୍ମୁଜ୍ ପ୍ରଣାଳୀ ବନ୍ଦ ଅଛି
ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ବରିଷ୍ଠ ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ସର୍ଦ୍ଦାର ଇବ୍ରାହିମ୍ ଜାବାରି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ବନ୍ଦ ଅଛି। ଯଦି କେହି ସେହି ସ୍ଥାନ ଦେଇ ଯିବାକୁ ସାହସ କରେ, ତେବେ ରିଭୋଲ୍ୟୁସନାରୀ ଗାର୍ଡ ତଥା ନୌସେନା କର୍ମଚାରୀମାନେ ସେହି ଜାହାଜଗୁଡ଼ିକୁ ଜାଳି ଦେବେ।
ହର୍ମୁଜ୍ ପ୍ରଣାଳୀ ପାରସ୍ୟ ଉପସାଗରର ଏକ ସଂକୀର୍ଣ୍ଣ ପଥ
ହର୍ମୁଜ୍ ପ୍ରଣାଳୀ ପାରସ୍ୟ ଉପସାଗରର ଏକ ସଂକୀର୍ଣ୍ଣ ପଥ। ଏହି ପଥ ଦେଇ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତେଲ ଓ ଗ୍ୟାସ ବହନ କରୁଥିବା ଜାହାଜ ଯାତାୟାତ କରିଥାନ୍ତି। ସାଉଦି ଆରବ, କୁଏତ, ଇରାକ, କତାର, ବାହାରିନ, ୟୁଏଇ ଏବଂ ଇରାନରୁ ଜାହାଜ ଚଳାଚଳ ପାଇଁ ଏହା ଏକ ପଥ। ଏହି ପ୍ରଣାଳୀ ପାରସ୍ୟ ଉପସାଗରକୁ ଓମାନ ଉପସାଗର ସହିତ ସଂଯୋଗ କରେ। ଇରାନ ଏବଂ ଓମାନ ଏହାର ଜଳପଥକୁ ନିୟନ୍ତ୍ରଣ କରିଥାନ୍ତି। ହର୍ମୁଜ ଦେଇ ଜାହାଜ ଚଳାଚଳ ବନ୍ଦ ହେବା ଦ୍ବାରା ତେଲ ମୂଲ୍ୟ ଆକାଶଛୁଆଁ ହେବାର ଆଶଙ୍କା ରହିଛି। ପୂର୍ବରୁ ଫେବ୍ରୂଆରିରେ ଇରାନ ସାମରିକ ଅଭ୍ୟାସ ସମୟରେ କିଛି ଅଞ୍ଚଳରେ ଯାତାୟାତକୁ ଅବରୋଧ କରିଥିଲା, ଯାହା ଫଳରେ ତେଲ ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ପାଇଥିଲା।
ଆହୁରି ପଢ଼ନ୍ତୁ: Dubai Gajapati 500 Odia ଦୁବାଇରେ ଫସିଛନ୍ତି ଗଜପତିର ୫୦୦ ଓଡ଼ିଆ, ଚିନ୍ତାରେ ପରିବାର-ପରିଜନ
Follow Us