Advertisment

Peace Talk: ‘ନା’ କହିବାରେ ତେହେରାନର ଶକ୍ତି ନିହିତ: ଅରାଘଚି

Advertisment

ଆମେରିକା ସହିତ ଶାନ୍ତି ଆଲୋଚନା ମଧ୍ୟରେ ଇରାନ ତା’ର ପକ୍ଷ ଦୃଢ଼ କରିଛି। ରବିବାର ଇରାନର ବିଦେଶ ମନ୍ତ୍ରୀ ଆବ୍ବାସ ଅରାଘଚି କହିଛନ୍ତି, ତେହେରାନର ଶକ୍ତି ଆମେରିକାର ଚାପ ଆଗରେ ମୁଣ୍ଡ ନ ନୁଆଁଇବାରେ ରହିଛି।

ଆମେରିକା ସହିତ ଶାନ୍ତି ଆଲୋଚନା ମଧ୍ୟରେ ଇରାନ ତା’ର ପକ୍ଷ ଦୃଢ଼ କରିଛି। ରବିବାର ଇରାନର ବିଦେଶ ମନ୍ତ୍ରୀ ଆବ୍ବାସ ଅରାଘଚି କହିଛନ୍ତି, ତେହେରାନର ଶକ୍ତି ଆମେରିକାର ଚାପ ଆଗରେ ମୁଣ୍ଡ ନ ନୁଆଁଇବାରେ ରହିଛି।

08bbs_56_08022026_112

ତେହେରାନ: ଆମେରିକା ସହିତ ଶାନ୍ତି ଆଲୋଚନା ମଧ୍ୟରେ ଇରାନ ତା’ର ପକ୍ଷ ଦୃଢ଼ କରିଛି। ରବିବାର ଇରାନର ବିଦେଶ ମନ୍ତ୍ରୀ ଆବ୍ବାସ ଅରାଘଚି କହିଛନ୍ତି, ତେହେରାନର ଶକ୍ତି ଆମେରିକାର ଚାପ ଆଗରେ ମୁଣ୍ଡ ନ ନୁଆଁଇବାରେ ରହିଛି। ତେହେରାନଠାରେ କୂଟନୀତିଜ୍ଞଙ୍କ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଅରାଘଚି କହିଛନ୍ତି, ଇସଲାମିକ୍‌ ରିପବ୍ଲିକ୍‌ର ଶକ୍ତି ବଡ଼ବଡ଼ ଦେଶମାନଙ୍କୁ ନାଁ କହିବାରେ ନିହିତ। ଇରାନର କୂଟନୀତି ବାହ୍ୟଶକ୍ତିର ଧମକ ଓ ଆଧିପତ୍ୟ ଦ୍ବାରା ପ୍ରଭାବିତ ହେବା କଥାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।

ଅରାଘଚି କହିଛନ୍ତି, ସେମାନେ ପରମାଣୁ ବୋମାକୁ ଭୟ କରୁଥିବାବେଳେ ଆମେ ପରମାଣୁ ବୋମା ତିଆରି କରିବାକୁ ଚେଷ୍ଟା କରୁନାହୁଁ। ଆମର ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ, ଯାହା ଆମକୁ ବଡ଼ବଡ଼ ଶକ୍ତିଙ୍କୁ ‘ନା’ କହିବାର କ୍ଷମତା ଦେଇଥାଏ। ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ଓ ଇରାନ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଆମେରିକା ସହିତ ପରମାଣୁ କାର୍ଯ୍ୟକ୍ରମ ତଥା ଶାନ୍ତି ଆଲୋଚନା ପରେ ଇରାନ ବିଦେଶ ମନ୍ତ୍ରୀ ଏହି ବୟାନ ରଖିଛନ୍ତି। ତେବେ ଆମେରିକା ଇରାନ ସହିତ ଏହାର କଥାବାର୍ତ୍ତାକୁ ବହୁତ ଭଲ ବୋଲି କହିଛି। ଆଗକୁ କଥାବାର୍ତ୍ତା ଜାରି ରଖିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛି। ଏହାସହିତ ଇରାନ ଉପରେ ଚାପ ସୃଷ୍ଟି କରିବାକୁ ଇରାନ ଉପକୂଳରେ ଯୁଦ୍ଧଜାହାଜ ମୁତୟନ କରିଛି। ତେବେ ଇରାନର ଏପରି ଆଭିମୁଖ୍ୟ ପରେ ଦୁଇ ଦେଶ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନାକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: Oil: ରୁଷ୍‌ରୁ ତେଲ କିଣା ଏଡ଼ାଇ‌ଲେ ଭାରତୀୟ କମ୍ପାନି

ଇରାନରେ ବିରୋଧ ପ୍ରଦର୍ଶନକୁ ନେଇ ଉତ୍ତେଜନା ଲାଗି ରହିଛି। ପରମାଣୁ କାର୍ଯ୍ୟକ୍ରମ ଯୋଗୁ ଇରାନ ଆମେରିକା ସହିତ ସର୍ବଦା ବିବାଦରେ ରହିଥାଏ। ଗତବର୍ଷ ଜୁନରେ ପରମାଣୁ ପ୍ରସଙ୍ଗରେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା ଓ ଏହି ସମୟରେ ଇରାନର ପରମାଣୁ ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ ହୋଇଥିଲା। ତେବେ ଇରାନ ଦୀର୍ଘଦିନ ହେଲା ଏହାର ପରମାଣୁ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ବୋଲି ଦାବି କରିଆସୁଛି। 

ଆହୁରି ପଢ଼ନ୍ତୁ: Cricket: ନଗେଶ ଟ୍ରଫି ଲାଗି ଓଡ଼ିଶା ଦଳ: ଆସନ୍ତାକାଲି ଉତ୍ତରାଖଣ୍ଡକୁ ଭେଟିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe