ୱାସିଂଟନ/ତେହେରାନ: ମଧ୍ୟପ୍ରାଚ୍ୟରେ ଜଳୁଥିବା ଯୁଦ୍ଧର ନିଆଁ ଆଜି ସପ୍ତମ ଦିନରେ ପହଞ୍ଚିଛି। ଫେବ୍ରୁଆରି ୨୮ରୁ ଆରମ୍ଭ ହୋଇଥିବା ଏହି ଭୟଙ୍କର ସଂଘର୍ଷ ମଧ୍ୟପ୍ରାଚ୍ୟର ୯ଟି ରାଷ୍ଟ୍ରରେ ଭୟାନକ ସ୍ଥିତି ସୃଷ୍ଟି କରିଛି। ତେବେ କମ୍ ଦିନ ମଧ୍ୟରେ ଇରାନର ଶାସନ ବ୍ୟବସ୍ଥାକୁ ମୂଳପୋଛ କରି ଲକ୍ଷ୍ୟ ହାସଲ କରିନେବାକୁ ଆମେରିକା-ଇସ୍ରାଏଲର ଯୋଜନାକୁ ଝଟ୍କା ଲାଗିଛି। ‘ଅପରେସନ୍ ଏପିକ ଫ୍ୟୁରି’ ମାଧ୍ୟମରେ ଉଭୟ ରାଷ୍ଟ୍ର ଏବେ ଇରାନର କ୍ଷେପଣାସ୍ତ୍ର କ୍ଷମତା ଏବଂ ସାମରିକ ମୂଳଦୁଆକୁ ଧ୍ବଂସ କରିବା ପାଇଁ ଆକ୍ରମଣକୁ ଜୋର୍ଦାର କରିଛନ୍ତି। ତେବେ ଇରାନ ଏକ ଅନ୍ଧକାର ଭବିଷ୍ୟତ ଆଡ଼କୁ ଗତି କରୁଥିଲେ ମଧ୍ୟ ଏହାର ଆକ୍ରମଣ କ୍ଷମତା ନିକଟ ଭବିଷ୍ୟତରେ ଶେଷ ହେବାଭଳି ଦିଶୁନାହିଁ। ଇରାନର ଅନେକ କମାଣ୍ଡ ସେଣ୍ଟର, ଡ୍ରୋନ୍ କାରଖାନା, କ୍ଷେପଣାସ୍ତ୍ର ଲଞ୍ଚପ୍ୟାଡ୍ ଧ୍ବସ୍ତ ହୋଇଛି। ଏହା ସତ୍ତ୍ବେ ଇରାନର ଆକ୍ରମଣ ଯଥାରୀତି ଜାରି ରହିଛି। ଆଜି ଉତ୍ତର ଇରାକର ଏରବିଲ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ ସମର୍ଥିତ ଗୋଷ୍ଠୀ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି, ଯାହାଫଳରେ ସେଠାରେ ଏକ ଗୋଳାବାରୁଦ ଗୋଦାମରେ ପ୍ରବଳ ବିସ୍ଫୋରଣ ସହ ନିଆଁ ଲାଗିଯାଇଛି। ଅନ୍ୟପଟେ ଇସ୍ରାଏଲ୍ ବାୟୁସେନା ତେହେରାନର କେନ୍ଦ୍ରସ୍ଥଳରେ ଥିବା ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମ ନ୍ୟାସ୍ନାଲ୍ ସିକ୍ୟୁରିଟି କାଉନସିଲ୍ ବିଲ୍ଡିଂ ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ କରିଛି। ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ତେହେରାନର ଜନବସତି ଅଞ୍ଚଳ ଓ ଏକ ମିଲିଟାରୀ ଏକାଡେମି ମଧ୍ୟ ଏହି ଆକ୍ରମଣରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
Helicopter Painting: ଇସ୍ରାଏଲ ଇରାନ ହେଲିକପ୍ଟରର ଛବି ଉପରେ ବୋମା ପକାଇଥିଲା କି?
ଗତରାତିରେ ଇସ୍ରାଏଲର ବାୟୁସେନା ତେହେରାନ ଉପରେ ଅତି ବ୍ୟାପକ ଆକ୍ରମଣ କରିଛି। ସହରର ଆବାସିକ, ବ୍ୟବସାୟିକ ଓ ଶିକ୍ଷାନୁଷ୍ଠାନ ଅଞ୍ଚଳରେ ଶକ୍ତିଶାଳୀ ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଛି। ଏଥିସହିତ ଆମେରିକାର ଅତ୍ୟାଧୁନିକ ବି-୨ ଷ୍ଟିଲ୍ଥ ବୋମାବର୍ଷଣକାରୀ ବିମାନ ଇରାନର ଭୂତଳ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଘାଟିଗୁଡ଼ିକୁ ଟାର୍ଗେଟ୍ କରିଛି। ଇରାନର ଆକାଶମାର୍ଗ ଏବେ ସମ୍ପୂର୍ଣ୍ଣ ରୂପେ ଇସ୍ରାଏଲ ନିୟନ୍ତ୍ରଣରେ ଥିବା ଦାବି କରାଯାଉଛି। ପ୍ରାୟ ୨,୫୦୦ରୁ ଅଧିକ ଏୟାରଷ୍ଟ୍ରାଇକ୍ ପରେ ଇରାନର ପ୍ରତିରକ୍ଷା ବ୍ୟବସ୍ଥା ୮୦% ନଷ୍ଟ ହୋଇଯାଇଛି ବୋଲି ଆମେରିକା-ଇସ୍ରାଏଲ ଦାବି କରିଛନ୍ତି। ତେବେ ଇରାନୀୟ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିବା ସହ ଇରାନ ନିଜର ପୂର୍ଣ୍ଣ ଶକ୍ତିରେ ଆକ୍ରମଣ ଜାରି ରଖିବ ବୋଲି ଘୋଷଣା କରିଛି।
ଇରାନ ରାଷ୍ଟ୍ରପତିଙ୍କ ଭବନ ଉପରେ ବୋମାମାଡ଼
ଇରାକରେ ଆମେରିକୀୟ ଘାଟି ଧ୍ବଂସ
ଆତ୍ମସମର୍ପଣ ନକଲେ ଇରାନର ସତ୍ତା ହଜିଯିବ: ଟ୍ରମ୍ପ
ତେହେରାନ ଛାଡ଼ିଲେଣି ଲକ୍ଷାଧିକ ଲୋକ
ଆମେରିକା ସାମରିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବାପରଠାରୁ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କ୍ଷମତା ୯୦% ଓ ଡ୍ରୋନ୍ ଆକ୍ରମଣ କ୍ଷମତା ୮୩% ହ୍ରାସ ପାଇଛି। ତେବେ ତେଲ୍ ଅଭିଭ୍ ଉପରେ ଇରାନର ଆକ୍ରମଣ ଜାରି ରହିଥିବାରୁ ଆମେରିକାର ଦାବିକୁ ନେଇ ସନ୍ଦେହ ଉପୁଜିଛି। ଆଜି ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ସାଇରନ୍ ବାଜୁଥିବା ଏବଂ ଲୋକେ ବଙ୍କର ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି।
Blue Sparrow: ଖେମିନିଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲ ମହାକାଶରୁ ଛାଡ଼ିଥିବା କ୍ଷେପଣାସ୍ତ୍ର ‘ବ୍ଲୁ ସ୍ପାରୋ’
ଇରାନ ରେଡ୍ କ୍ରେସେଣ୍ଟ ଅନୁଯାୟୀ, ଆମେରିକା-ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ୧,୩୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରେ ବହୁସଂଖ୍ୟକ ସାଧାରଣ ନାଗରିକ ଅଛନ୍ତି। ସେହିପରି ଇସ୍ରାଏଲରେ ୧୧ ଜଣ ନାଗରିକ ଓ ଆମେରିକାର ୬ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି। ଲେବାନନରେ ୮୩,୦୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା ବେଳେ ତେହେରାନରୁ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ସହର ଛାଡ଼ି ପଳାଇଛନ୍ତି। ୟୁଏଇ, ସାଉଦି ଆରବ, କତର ଭଳି ଉପସାଗରୀୟ ଦେଶଗୁଡ଼ିକରେ ମଧ୍ୟ ଇରାନ ଆକ୍ରମଣ ଜାରି ରଖିଛି। ଆଜି ଦୁବାଇ ଏବଂ କତରରେ ଜରୁରିକାଳୀନ ଆଲର୍ଟ ଜାରି କରାଯାଇଥିବା ବେଳେ କତର ବାୟୁସେନା କେତେକ ଡ୍ରୋନ୍କୁ ଖସାଇଥିବା ଦାବି କରିଛି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଏବେ ଧ୍ବଂସ ହେବାକୁ ଯାଉଛି ଏବଂ ଇରାନର ପରବର୍ତ୍ତୀ ନେତା କିଏ ହେବ ସେଥିରେ ଆମେରିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଟ୍ରମ୍ପ ଆଜି ଗଣମାଧ୍ୟମକୁ କହିଛନ୍ତି, ଇରାନ ସହିତ କୌଣସି ଆଲୋଚନା ହେବନାହିଁ ଏବଂ ନିଃସର୍ତ୍ତ ଆତ୍ମସମର୍ପଣ ନ କଲେ ଇରାନର ଧ୍ବଂସ ନିଶ୍ଚିତ। ସେ ଇରାନର କୁର୍ଦ୍ଦ ସମ୍ପ୍ରଦାୟକୁ ଶାସନ ବିରୋଧରେ ବିଦ୍ରୋହ କରିବାକୁ ଆହ୍ୱାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/sfhfshfshfsxvb-2026-03-07-02-08-50.jpg)