ଇରାନର କଠୋର ହିଜାବ ଆଇନ: ଡ୍ରେସ୍ କୋଡ୍‌ର ଉଲ୍ଲଂଘନ କଲେ ମୃତ୍ୟୁଦଣ୍ଡ

୧୯୭୯ ମସିହାରୁ ଇରାନରେ ବାଧ୍ୟତାମୂଳକ ହିଜାବ ଆଇନ, ୨୦୨୨ ମସିହାରେ ମହସା ଆମିନୀଙ୍କ ମୃତ୍ୟୁ ପରେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବର୍ତ୍ତମାନ ଦୁଇ ବର୍ଷ ପରେ ସରକାର ଏହି ନିୟମକୁ ଅଧିକ କଠୋର କରିଛନ୍ତି..

WhatsApp Image 2024-12-12 at 3.24.36 PM

ତେହେରାନ: ଇରାନ କଠୋର ନିୟମ ପାଇଁ ଜଣାଶୁଣା। ଇରାନ ହିଜାବ ସମ୍ବନ୍ଧରେ ନୂତନ ନିୟମ ଲାଗୁ କରିଛି ଯାହା ବିବାଦର କାରଣ ପାଲଟିଛି। ଏହି ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବର ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ। ନୂତନ ଆଇନର ଧାରା ୬୦ ଅନୁଯାୟୀ ଦୋଷୀ ମହିଳାଙ୍କୁ ଜୋରିମାନା, ଚାପୁଡ଼ା କିମ୍ବା କଠୋର ଜେଲ ଦଣ୍ଡ ଦିଆଯାଇପାରେ। 

ଯଦି ଜଣେ ମହିଳା ଏହି ନିୟମକୁ ଏକାଧିକ ଥର ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ୧୫ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ମୃତ୍ୟୁଦଣ୍ଡ ଭୋଗିବାକୁ ପଡିପାରେ। ଏହା ବ୍ୟତୀତ ଇରାନ କର୍ତ୍ତୃପକ୍ଷ ମଧ୍ୟ ଏକ ବିବାଦୀୟ ହିଜାବ କ୍ଲିନିକ ଖୋଲିବାକୁ ଘୋଷଣା କରିଛନ୍ତି ଯାହାର ଉଦ୍ଦେଶ୍ୟ ହିଜାବର ନିୟମକୁ କାର୍ଯ୍ୟକାରୀ କରିବା।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ଯଦି କୌଣସି ବିଦେଶୀ ଗଣମାଧ୍ୟମ କିମ୍ବା ସଂଗଠନ ଇରାନରେ ହିଜାବ ବିରୋଧୀ ମତ ପ୍ରଚାର କରନ୍ତି, ତେବେ ତାଙ୍କୁ ୧୦ବର୍ଷ ଜେଲ ଦଣ୍ଡ ଏବଂ ୧୨,୫୦୦ ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ। ଆହୁରି ମଧ୍ୟ, ଯଦି କେହି ଜଣେ ମହିଳା ଗିରଫଦାରୀକୁ ଅଟକାଇବାକୁ କିମ୍ବା ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ମଧ୍ୟ ଦଣ୍ଡ ଦିଆଯିବ। ଇରାନ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏଭଳି ଲୋକଙ୍କୁ ସିଧାସଳଖ ଜେଲ୍‌ରେ ରଖାଯାଇପାରିବ। 

୧୯୭୯ର ଇସଲାମିକ ବିପ୍ଳବ ପରଠାରୁ, ଇରାନରେ ମହିଳାମାନଙ୍କ ପାଇଁ ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ଏହା ସତ୍ତ୍ବେ ୨୦୨୨ ମସିହାରେ, ଏହି ହିଜାବ ନିୟମ ବିରୁଦ୍ଧରେ ସାରା ଦେଶରେ ବ୍ୟାପକ ବିରୋଧ କରାଯାଇଥିଲା। ଏହି ବିରୋଧର ମୁଖ୍ୟ କାରଣ ଥିଲା ୧୬ ସେପ୍ଟେମ୍ବର ୨୦୨୨ ରେ ୨୨ବର୍ଷୀୟ ମହସା ଆମିନୀଙ୍କ ପୁଲିସ୍ ହେପାଜତରେ ମୃତ୍ୟୁ। 

ସୂଚନା ଅନୁଯାୟୀ, ଡ୍ରେସ୍ କୋଡ୍ ଉଲ୍ଲଂଘନ ମାମଲାରେ ମହସା ଆମିନୀଙ୍କୁ ପୁଲିସ ଗିରଫ କରିଥିଲା। ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସରକାର ବିରୋଧକୁ ଦମନ କରିବା ପାଇଁ ହଜାର ହଜାର ଲୋକଙ୍କୁ ଗିରଫ କରିଥିଲେ ଏବଂ ବର୍ତ୍ତମାନ ଦୁଇ ବର୍ଷ ପରେ ସରକାର ହିଜାବ ନିୟମକୁ ଆହୁରି କଠୋର କରିଛନ୍ତି। 

ଅଧିକ ପଢ଼ନ୍ତୁ: ଭରଣପୋଷଣ ସ୍ୱାମୀଙ୍କୁ ଦଣ୍ଡିତ କରିବା ପାଇଁ ଉଦ୍ଧିଷ୍ଟ ନୁହେଁ: ସୁପ୍ରିମକୋର୍ଟ

ଇରାନରେ ଲାଗୁ ହୋଇଥିବା ଏହି ନୂତନ ନିୟମ କେବଳ ଦେଶ ଭିତରେ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ବିବାଦର କାରଣ ପାଲଟିଛି। ମାନବ ଅଧିକାର ସଂଗଠନ ଏବଂ ବିଶ୍ବ ସମୁଦାୟ ଏହି ଆଇନଗୁଡିକ ବିରୋଧରେ ମହିଳା ଅଧିକାରର ଉଲ୍ଲଂଘନ ବୋଲି ବିରୋଧ କରିଛନ୍ତି।

ସେମାନେ କହିଛନ୍ତି ଯେ, ଏହି ପଦକ୍ଷେପ ମହିଳାଙ୍କ ସ୍ୱାଧୀନତା ଏବଂ ଅଧିକାରକୁ ଉଲ୍ଲଂଘନ କରୁଛି। ତେବେ ଇରାନ ସରକାର କହିଛନ୍ତି ଯେ, ଏହି ଆଇନର ଉଦ୍ଦେଶ୍ୟ ହେଉଛି ସମାଜରେ ହିଜାବ ସଂସ୍କୃତିର ପବିତ୍ରତା ବଜାୟ ରଖିବା ଏବଂ ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଡ୍ରେସ୍ କୋଡ୍ ଗ୍ରହଣ କରିବାକୁ ଉତ୍ସାହିତ କରିବା।

ଅଧିକ ପଢ଼ନ୍ତୁ: ପରମାଣୁ ବିସ୍ଫୋରଣର ୩୮ବର୍ଷ ପରେ ବୁଲା କୁକୁର ହୋଇଛନ୍ତି ବିକିରଣ ପ୍ରତିରୋଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe