ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି।
ଅଧିକ ପଢ଼ନ୍ତୁ: ୱାୟନାଡ଼ରେ ପ୍ରିୟଙ୍କା ଆଗରେ
୮୧ଟି ମଧ୍ୟରୁ ୭୨ଟି ଆସନର ଟ୍ରେଣ୍ଡ ଅନୁଯାୟୀ ୪୩ଟି ଆସନରେ ଜେଏମ୍ଏମ୍ ମିଳିତ ମଞ୍ଚ ଆଗୁଆ ରହିଛି। ସେହିପରି ବିଜେପି ମେଣ୍ଟ ୨୭ଟି ଆସନରେ ଏବଂ ଅନ୍ୟାନ୍ୟ ୨ ସିଟ୍ରେ ଆଗୁଆ ରହିଛନ୍ତି। ରାଜ୍ୟରେ ହେମନ୍ତ ସୋରେନଙ୍କ ଦଳ ଆଗୁଆ ରହିଥିବାବେଳେ ଜେଏମ୍ଏମ୍ କର୍ମୀଙ୍କ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ଫଳାଫଳ: ମହାୟୁତି କୁହୁକ ସଂଖ୍ୟା ଟପିଲା, ଏମଭିଏ ପଛରେ
Follow Us