ଝାଡ଼ଖଣ୍ଡ ଫଳାଫଳ: ଜେଏମ୍ଏମ୍‌ କୁହୁକ ସଂଖ୍ୟା ଟପିଲା, ପଛରେ ପଡ଼ିଲା ବିଜେପି

ଝାଡଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତିର ପ୍ରାରମ୍ଭିକ ଧାରା ଅନୁଯାୟୀ ୪୩ଟି ଆସନରେ ଜେଏମଏମ ମିଳିତ ମଞ୍ଚ ଆଗୁଆ ରହିଛି। ସେହିପରି ବିଜେପି ମେଣ୍ଟ ୨୭ଟି ଆସନରେ ରହିଛି...

 1 WhatsApp Image 2024-11-23 at 11.59.21 AM

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ  ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। 

ବିଧାନସଭା ନିର୍ବାଚନ ଭୋଟ୍‌ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନ୍‌ଙ୍କ ଜେଏମ୍‌ଏମ୍‌ ମ୍ୟାଜିକ୍ ନମ୍ବର ଟପିଛି।  

ଅଧିକ ପଢ଼ନ୍ତୁ: ୱାୟନାଡ଼ରେ ପ୍ରିୟଙ୍କା ଆଗରେ

୮୧ଟି ମଧ୍ୟରୁ ୭୨ଟି ଆସନର ଟ୍ରେଣ୍ଡ ଅନୁଯାୟୀ ୪୩ଟି ଆସନରେ ଜେଏମ୍ଏମ୍ ମିଳିତ ମଞ୍ଚ ଆଗୁଆ ରହିଛି। ସେହିପରି ବିଜେପି ମେଣ୍ଟ ୨୭ଟି ଆସନରେ ଏବଂ ଅନ୍ୟାନ୍ୟ ୨ ସିଟ୍‌ରେ ଆଗୁଆ ରହିଛନ୍ତି। ରାଜ୍ୟରେ ହେମନ୍ତ ‌ସୋରେନଙ୍କ ଦଳ ଆଗୁଆ ରହିଥିବାବେଳେ ଜେଏମ୍ଏ‌ମ୍ କର୍ମୀଙ୍କ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ଫଳାଫଳ: ମହାୟୁତି କୁହୁକ ସଂଖ୍ୟା ଟପିଲା, ଏମଭିଏ ପଛରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe