ଜଙ୍ଗଲ ସଫାରି ମହଙ୍ଗା ପଡ଼ିଲା: ବାଘୁଣୀ ରାସ୍ତା ରୋକି ୪ଡ୍ରାଇଭର,ଗାଇଡ୍ ନିଲମ୍ବିତ

Advertisment

ନୂଆବର୍ଷ ଅବସରରେ ମହାରାଷ୍ଟ୍ରର ଉମରେଦ-ପୌନି-କରହାଣ୍ଡଲା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ସଫାରି ଯାନ ଏକ ବାଘୁଣୀ ଏବଂ ୫ ଶାବକଙ୍କ ଚଳାଚଳ ଉପରେ ବାଧା ସୃଷ୍ଟି କରୁଥିବା ମାମଲାରେ ବମ୍ବେ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି...

ନୂଆବର୍ଷ ଅବସରରେ ମହାରାଷ୍ଟ୍ରର ଉମରେଦ-ପୌନି-କରହାଣ୍ଡଲା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ସଫାରି ଯାନ ଏକ ବାଘୁଣୀ ଏବଂ ୫ ଶାବକଙ୍କ ଚଳାଚଳ ଉପରେ ବାଧା ସୃଷ୍ଟି କରୁଥିବା ମାମଲାରେ ବମ୍ବେ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି...

blocking Tigerss path

blocking Tigerss path Photograph: (sambad.in)

ନାଗପୁର: ୩୧ଡିସେମ୍ବର ଏବଂ ନୂଆବର୍ଷରେ ଜଙ୍ଗଲ ସଫାରି ପାଇଁ ନାଗପୁର ଜିଲ୍ଲାର ଉମରେଦ-ପୌନି-କରହାଣ୍ଡଲା ଅଭୟାରଣ୍ୟରେ ପହଞ୍ଚିଥିବା ପର୍ଯ୍ୟଟକମାନେ ବାଘୁଣୀ ଦେଖିଥିଲେ। ବର୍ତ୍ତମାନ ଏହି ଜଙ୍ଗଲ ସଫାରିର ମଜା ମହଙ୍ଗା ପଡ଼ିଛି। ଏନେଇ ହାଇକୋର୍ଟ ଦଣ୍ଡାଦେଶ କରିଛନ୍ତି। ନୂଆବର୍ଷ ଅବସରରେ ବମ୍ବେ ହାଇକୋର୍ଟ  ଅଭୟାରଣ୍ୟରେ ଏକ ବାଘୁଣୀ ଏବଂ ଶାବକଙ୍କ ଚଳାଚଳ ଉପରେ ବାଧା ସୃଷ୍ଟି କରୁଥିବା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ଜଷ୍ଟିସ୍ ନିତିନ ସାମ୍ବ୍ରେ ଏବଂ ଜଷ୍ଟିସ ଭ୍ରୁଶାଲି ଯୋଶୀ ରାଜ୍ୟ ଜଙ୍ଗଲର ମୁଖ୍ୟ ବନ ସଂରକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଏହାକୁ ଏଡ଼ାଇବା ପାଇଁ ପଦକ୍ଷେପ ଉପରେ କୋର୍ଟ ଏକ ସବିଶେଷ ସତ୍ୟପାଠ ମାଗିଛନ୍ତି। ବୁଧବାର ଦିନ ଏହି ଆବେଦନ ଶୁଣାଣି ହେବ।

ଅଧିକ ପଢ଼ନ୍ତୁ: ଚୀନ୍‌ରେ ହାହାକାର: ଉହାନରେ ସ୍କୁଲ ବନ୍ଦ, ରିପୋର୍ଟ ମାଗିଲା ଡବ୍ଲୁଏଚଓ

ଡେପୁଟି ଡାଇରେକ୍ଟର ପ୍ରଭାସ ନାଥ ଶୁକ୍ଲା କହିଛନ୍ତି ଯେ ଏଭଳି ଘଟଣାକୁ ରୋକିବା ପାଇଁ କ୍ଷେତ୍ର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଫାରି ମାର୍ଗରେ ନିୟମିତ ପାଟ୍ରୋଲିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ଅନୁକୂଳ ପର୍ଯ୍ୟଟନ ପ୍ରତି ସଚେତନତା ଏବଂ ସମ୍ବେଦନଶୀଳତା ବୃଦ୍ଧି ପାଇଁ 'ନେଚର ଗାଇଡ୍' ଏବଂ ଜିପ୍ସି ଡ୍ରାଇଭରମାନଙ୍କ ପାଇଁ ସ୍ୱତନ୍ତ୍ର ବୈଠକ ଏବଂ କର୍ମଶାଳା ଆୟୋଜନ କରାଯାଉଥିବା ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ତିବ୍ଦତ ଭୂକମ୍ପ ପାଇଁ କିଏ ଦାୟୀ?: ପ୍ରକୃତି ନା ଚୀନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe