Advertisment

Justice Burma case: ଜଷ୍ଟିସ୍ ବର୍ମା ମାମଲା: ମହାଭିଯୋଗ ପ୍ରକ୍ରିୟାରେ ଦୁର୍ବଳତା ଦର୍ଶାଇଲେ ସୁପ୍ରିମ୍‌କୋର୍ଟ

Advertisment

ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଏବେ ଏକ ଜଟିଳ ସାମ୍ବିଧାନିକ ପର୍ଯ୍ୟାୟରେ ପ୍ରବେଶ କରିଛି। ସୁପ୍ରିମ୍‌କୋର୍ଟ ଏ ବାବଦ ତଦନ୍ତ କମିଟି ଗଠନ ପଦ୍ଧତିରେ କିଛି ଦୁର୍ବଳତା ସ୍ୱୀକାର କରିଛନ୍ତି।

ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଏବେ ଏକ ଜଟିଳ ସାମ୍ବିଧାନିକ ପର୍ଯ୍ୟାୟରେ ପ୍ରବେଶ କରିଛି। ସୁପ୍ରିମ୍‌କୋର୍ଟ ଏ ବାବଦ ତଦନ୍ତ କମିଟି ଗଠନ ପଦ୍ଧତିରେ କିଛି ଦୁର୍ବଳତା ସ୍ୱୀକାର କରିଛନ୍ତି।

supreme court

Photograph: (The Economic Times)

ନୂଆଦିଲ୍ଲୀ: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଏବେ ଏକ ଜଟିଳ ସାମ୍ବିଧାନିକ ପର୍ଯ୍ୟାୟରେ ପ୍ରବେଶ କରିଛି। ସୁପ୍ରିମ୍‌କୋର୍ଟ ଏ ବାବଦ ତଦନ୍ତ କମିଟି ଗଠନ ପଦ୍ଧତିରେ କିଛି ଦୁର୍ବଳତା ସ୍ୱୀକାର କରିଛନ୍ତି। ସଂପ୍ରତି ଆହ୍ଲାବାଦ ହାଇକୋର୍ଟରେ ଅବସ୍ଥାପିତ ଜଷ୍ଟିସ୍ ବର୍ମା ବିଚାରପତି(ତଦନ୍ତ) ଅଧିନିୟମ, ୧୯୬୮ ଅନୁଯାୟୀ ଗଠିତ ମହାଭିଯୋଗ ତଦନ୍ତ କମିଟିକୁ ରଦ୍ଦ କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ଆଜି ଏ ବାବଦ ଶୁଣାଣିରେ କୋର୍ଟ ପଚାରିଛନ୍ତି ଯେ ଯଦି ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଯାଏ ଏବଂ ସେହି ଦିନ ଲୋକସଭାରେ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଏ, ତେବେ ଲୋକସଭାର କାର୍ଯ୍ୟାନୁଷ୍ଠାନ ସ୍ବତଃ ବିଫଳ ହୋଇଯିବ କି? ବିଚାରପତି ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଆଜି କହିଛନ୍ତି ଯେ ଆଇନରେ ଏପରି କୌଣସି ସ୍ପଷ୍ଟ ନିଷେଧ ନାହିଁ ଯେ ଏକ ସଦନର ସ୍ବୀକୃତି ନମିଳିବା ଦ୍ୱାରା ଅନ୍ୟ ସଦନର ପ୍ରସ୍ତାବ ଖାରଜ ହୋଇଯିବ।

Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ

ଜଷ୍ଟିସ୍ ବର୍ମା ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଦ୍ୱାରା ଗଠିତ ତିନି ସଦସ୍ୟ ବିଶିଷ୍ଟ ତଦନ୍ତ କମିଟିକୁ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ଯୁକ୍ତି ହେଉଛି ଯେ ବିଚାରପତି(ତଦନ୍ତ) ଆଇନର ଧାରା ୩(୨) ଅନୁଯାୟୀ ଉଭୟ ସଦନର ଅଧ୍ୟକ୍ଷ (ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ)ଙ୍କ ମଧ୍ୟରେ ଯୁଗ୍ମ ପରାମର୍ଶ ଆବଶ୍ୟକ। ବାଚସ୍ପତି ରାଜ୍ୟସଭାର ସ୍ୱୀକୃତିକୁ ଅପେକ୍ଷା ନକରି ଏକତରଫା କମିଟି ଗଠନ କରିଛନ୍ତି, ଯାହା ପ୍ରକ୍ରିୟାଗତ ଭାବେ ଭୁଲ୍ ବୋଲି ବର୍ମା ଦର୍ଶାଇଛନ୍ତି।

Silver Import by India: ତିନିଗୁଣ ଅଧିକ ମୂଲ୍ୟ ସତ୍ତ୍ୱେ ସବୁଠାରୁ ଅଧିକ ରୂପା ଆମଦାନୀ କରୁଛି ଭାରତ

ସୂଚନାଯୋଗ୍ୟ, ମହାଭିଯୋଗ ପ୍ରସ୍ତାବ ୨୧ ଜୁଲାଇ ୨୦୨୫ରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏକାଠି ପ୍ରସ୍ତୁତ ହୋଇଥିଲା। ରାଜ୍ୟସଭାରେ ୧୧ ଅଗଷ୍ଟ ୨୦୨୫ରେ ପ୍ରସ୍ତାବ ଖାରଜ ହୋଇଥିଲା, କାରଣ ଆବଶ୍ୟକ ମୁତାବକ ସଦସ୍ୟଙ୍କ ସ୍ବାକ୍ଷର ନଥିଲା। ଅନ୍ୟପରେ ସେହି ଦିନ ହିଁ ଲୋକସଭା ପ୍ରସ୍ତାବ ଗ୍ରହଣ କରି ତଦନ୍ତ କମିଟି ଗଠନ କରିଥିଲା। ଲୋକସଭା ମହାସଚିବ  ଯୁକ୍ତି କରିଛନ୍ତି ଯେ ରାଜ୍ୟସଭା ପ୍ରସ୍ତାବ ଗ୍ରହଣ କରିନଥିବାରୁ କମିଟି ଗଠନ ପାଇଁ ଯୁଗ୍ମ ପରାମର୍ଶର ଆବଶ୍ୟକତା ନାହିଁ। ସୁପ୍ରିମ୍‌କୋର୍ଟ ତଦନ୍ତ କମିଟି ଗଠନରେ କିଛି ପ୍ରାରମ୍ଭିକ ତ୍ରୁଟି ମାନିଛନ୍ତି ଏବଂ ପଚାରିଛନ୍ତି ଯେ ଏହା କ’ଣ ଏତେ ଗମ୍ଭୀର ଯେ ଏଥିରେ ହସ୍ତକ୍ଷେପ ଆବଶ୍ୟକ। ଯଦି ଗୋଟିଏ ସଦନ ପ୍ରସ୍ତାବ ଗ୍ରହଣ କରିନାହିଁ, ତେବେ ଆଇନ ଅନ୍ୟ ସଦନକୁ ମଧ୍ୟ ଏ ଦିଗରେ ଅଗ୍ରସର ହେବାକୁ ରୋକୁ ନାହିଁ। କୋର୍ଟ ଏ ଦିଗରେ ଉଦ୍ଦେଶ୍ୟମୂଳକ ବ୍ୟାଖ୍ୟା ଉପରେ ଗୁରୁତ୍ବାରୋପ କରିଛନ୍ତି। ବର୍ତ୍ତମାନର ସ୍ଥିତି ନେଇ କୋର୍ଟ ଲୋକସଭା ଏବଂ ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe