Kamla Pasand: ଜୀବନ ହାରିଲେ କମଲା ପସନ୍ଦ ପାନ ମସଲା ମାଲିକଙ୍କ ବୋହୂ

କୋଟିକୋଟି ଟଙ୍କାର ସମ୍ପତ୍ତି ଥିବା ସତ୍ତ୍ବେ ବି କମଲା ପାନ ମସଲା ମାଲିକଙ୍କ ବୋହୂ ଦୀପ୍ତି ଚୌରାସିଆ ପ୍ରେମ ଅଭାବରୁ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ୍ ନୋଟ୍‌ରେ ସେ କାହାକୁ ଦାୟୀ କରିନାହାଁନ୍ତି।

Kamla Pasand

Kamal Kishore's Daughter-In-Law Died Photograph: (sambad.in)

ନୂଆଦିଲ୍ଲୀ: ବଡ଼ ଘର ବଡ଼ ଗୁମର କଥା। ପଦାକୁ ଆସିଲା ବଡ଼ ଘରର ବଡ଼ ଗୁମର। ଖୁସି ଦେଇପାରିଲାନି କୋଟି କୋଟି ଟଙ୍କାର ସମ୍ପତ୍ତି। ସ୍ବାମୀର ଭଲପାଇବା ନମିଳିବାରୁ ଜୀବନ ହାରିଦେଲେ କମଲା ପସନ୍ଦ ଏବଂ ରାଜଶ୍ରୀ ପାନ ମସଲାର ମାଲିକ କମଲ କିଶୋରଙ୍କ ବୋହୂ। ବିବାହ ହୋଇଥିଲା...ମା’ ହେବାର ସୌଭାଗ୍ୟ ବି ମିଳିଥିଲା। କାମ କରିବା ପାଇଁ ଘରେ ଚାକର ବାକରଙ୍କ ଅଭାବ ବି ନଥିଲା। କିଛି ଲୋକ ଦାବି କରନ୍ତି...ଟଙ୍କା ଦୁନିଆର ସବୁ ଖୁସି ଦେବାରେ ସକ୍ଷମ। ହେଲେ ଏଠାରେ ଏହି କଥା ଭୁଲ୍ ପ୍ରମାଣ ହୋଇଛି। ସବୁ ଥାଇ ବି ଜୀବନ ହାରିଛନ୍ତି ଧନୀକ ଘରର ବୋହୂ। 

ମଙ୍ଗଳବାର ସନ୍ଧ୍ୟାରେ କମଲ କିଶୋରଙ୍କ ବୋହୂ ଦୀପ୍ତି ଚୌରାସିଆ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ ଏକ ସୁଇସାଇଡ ନୋଟ୍ ଜବତ କରିଛି ଯେଉଁଥିରେ ସେ କାହାକୁ ଦାୟୀ କରିନାହାଁନ୍ତି। ହେଲେ ତାଙ୍କ ଜୀବନରେ ପ୍ରେମର ଅଭାବ ଥିଲା ବୋଲି ଲେଖିଛନ୍ତି ସେ। 

୨୦୧୦ରେ କମଲ କିଶୋରଙ୍କ ପୁଅ ହରପ୍ରୀତ ଚୌରାସିଆଙ୍କ ସହ ବିବାହ ଏବଂ ପରେ ଏକ ପୁତ୍ର ସନ୍ତାନର ମା’ ହେବାର ସୌଭାଗ୍ୟ....ଜଣେ ମହିଳାକୁ ସମ୍ପୂର୍ଣ୍ଣ କଲା ଭଳି ସବୁ ଖୁସି ଦୀପ୍ତିଙ୍କୁ ମିଳିଥିଲା। ହେଲେ ବାହାରକୁ ଚକଚକ ଦିଶୁଥିବା ଏହି ବଡ଼ ଘର ଭିତରେ ଯେ, ଏତେ ବଡ଼ ଗୁମର ଲୁଚି ରହିଛି, ତାହା କାହାକୁ ଜଣାନଥିଲା। ବିବାହ ପରେ ସବୁ ଠିକ୍ ଚାଲିଥିବା ବେଳେ ସ୍ବାମୀଙ୍କ ମନ ଅନ୍ୟ ମହିଳାଙ୍କ ଉପରେ ଆସିବାରୁ ଦୀପ୍ତିଙ୍କ ଗୁରୁତ୍ବ କମିବାକୁ ଲାଗିଥିଲା। ବର୍ଷ ବର୍ଷ ଧରି ସ୍ବାମୀର ପ୍ରତାରଣା ସହି ଆସୁଥିଲେ ଦୀପ୍ତି। ହେଲେ ସୀମା ଟପିବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ଝିଅକୁ ଆତ୍ମହତ୍ୟା କରିବାକୁ ଉସୁକାଯାଇଛି

ବାପ ଘର ଲୋକଙ୍କ ଦାବି...ଆମ ଝିଅକୁ ଆତ୍ମହତ୍ୟା କରିବାକୁ ଉସୁକାଯାଇଛି। ଜ୍ବାଇଁଙ୍କ ଦ୍ବିତୀୟ ବିବାହ ଏହାର ଏକ କାରଣ। ୧୪ବର୍ଷର ପୁଅ ଥାଇ ବି ସେ ଜଣେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ବିବାହ କରିଥିଲେ। ଦ୍ବିତୀୟ ବିବାହ ପରେ ଦୀପ୍ତିଙ୍କ ମୁହଁରୁ ହସ ଲିଭି ଯାଇଥିଲେ। ସବୁ ଥାଇ ବି ସେ ଦୁନିଆର ସବୁଠୁ ଗରିବ ପାଲଟିଯାଇଥିଲେ।

କାହାକୁ ଦାୟୀ କରିନାହାନ୍ତି ଦୀପ୍ତି

ଯିବା ସମୟରେ ସେ କାହାକୁ ଦାୟୀ କରିନାହାନ୍ତି ସତ...ହେଲେ ଚାପି ରଖିଥିବା ନିଜ ମନର କୋହକୁ କହିଦେଇ ଯାଇଛନ୍ତି। ସୁଇସାଇଡ୍ ନୋଟରେ ଲେଖାଅଛି...ଯଦି ସମ୍ପର୍କରେ ପ୍ରେମ ନାହିଁ, ବିଶ୍ୱାସ ନାହିଁ, ତେବେ ସମ୍ପର୍କରେ ରହିବା ଏବଂ ବଞ୍ଚିବାର କାରଣ କ'ଣ? ତାଙ୍କର ଏଇ କେଇ ପଦ କଥା ଆଜି ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି। ଟଙ୍କା ଜୀବନରେ ସବୁ କିଛି ନୁହେଁ...ସମ୍ପର୍କରେ ଭଲପାଇବା ଓ ସମ୍ମାନ ରହିବା ଜରୁରୀ ବୋଲି ଦୀପ୍ତି ଆଜି ଜଣାଇ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: Friends Sets Fire: ଜନ୍ମଦିନ ପାଳନ କରିବାକୁ ଡାକିଲେ, ପେଟ୍ରୋଲ ଢ଼ାଳି ଜାଳିଦେଲେ

କିଓସ୍କରୁ ଆରମ୍ଭ ହୋଇଥିଲା ବ୍ୟବସାୟ

ପ୍ରସିଦ୍ଧ ପାନ ମସଲା କମ୍ପାନିର ମାଲିକ କମଳା କାନ୍ତ ଚୌରାସିଆ କାନପୁରର ଫିଲ୍‌ଖାନାରୁ ଗୁଟଖା ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରାୟ ୪-୫୦ବର୍ଷ ପୂର୍ବେ, ସେ ଏକ କିଓସ୍କରେ ପାନ ମସଲା ଖୋଲା ବିକ୍ରି କରୁଥିଲେ। କିନ୍ତୁ ଆଜି ତାଙ୍କ କମ୍ପାନି କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି। ତାଙ୍କର ଅନେକ ବ୍ରାଣ୍ଡର ପାନ ମସଲା ଗୁଟଖା ଅଛି। କମଳା କାନ୍ତ ଚୌରାସିଆ ୧୯୮୦-୮୫ ମଧ୍ୟରେ ଘରେ ପାନ ମସଲା ତିଆରି କରିବା ଆରମ୍ଭ କରିଥିଲେ। ପରିବାରର ସାହାଯ୍ୟରେ ତାଙ୍କ ବ୍ୟବସାୟ ବଢ଼ିଥିଲା।

ଆହୁରି ପଢ଼ନ୍ତୁ: Badrinath Dham: ଶୀତଋତୁ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ କପାଟ: ଜାଣନ୍ତୁ ଏହି ୬ ମାସ କେଉଁଠି ପାଇବେ ପୂଜା…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe