Advertisment

Khamenei's Wife Died: ସ୍ବାମୀଙ୍କ ମୃତ୍ୟୁର ଦୁଇ ଦିନ ପରେ ଆଖିବୁଜିଲେ ପତ୍ନୀ: ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିଲେ ମନସୁରେହ

Advertisment

ଇରାନର ସର୍ବୋଚ୍ଚ ନେତା ସ୍ବର୍ଗତ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବଘେରଜାଦେହ ଆଖି ବୁଜିଛନ୍ତି। ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ସମୟରେ ସେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ...

ଇରାନର ସର୍ବୋଚ୍ଚ ନେତା ସ୍ବର୍ଗତ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବଘେରଜାଦେହ ଆଖି ବୁଜିଛନ୍ତି। ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ସମୟରେ ସେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ...

New Project (5)

Khamenei's Wife Photograph: (google)

ତେହେରାନ: ଇରାନର ସର୍ବୋଚ୍ଚ ନେତା ସ୍ବର୍ଗତ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବଘେରଜାଦେହ ଆଖି ବୁଜିଛନ୍ତି। ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ସମୟରେ ସେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଖେମିନିଙ୍କ ପତ୍ନୀଙ୍କ ମୃତ୍ୟୁ ସଂପର୍କରେ ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। ଖେମିନିଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଖେମିନି ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମୃତ୍ୟୁ ଆମେରିକା ଓ ଇସ୍ରାଏଲ ବିରୋଧରେ ଆକ୍ରମଣକୁ ତୀବ୍ର କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି।

ଆହୁରି ପଢନ୍ତୁ- Matric: ମନୋବଳ ଆଗରେ ହାରିଲା ଅକ୍ଷମତା: ମାଟ୍ରିକରେ ସଫଳତାର ଆଶା ରଖିଲେ ଦିବ୍ୟାଙ୍ଗ ସତ୍ୟରଂଜନ

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଖେମିନିଙ୍କୁ ସେ ଯଦି ହତ୍ୟା କରି ନ ଥାନ୍ତେ, ତେବେ ଖେମିନି ତାଙ୍କୁ ହତ୍ୟା କରିଥାନ୍ତେ। ତାଙ୍କୁ ହତ୍ୟା କରିବାକୁ ଇରାନ ପକ୍ଷରୁ ଦୁଇ ଥର ଷଡ଼ଯନ୍ତ୍ର ରଚାଯାଇଥିଲା ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଆମେରିକାର ଜଣେ ସାମ୍ବାଦିକଙ୍କ ସହିତ କଥା ହେବା ସମୟରେ ଏପରି ଚକିତ କରିଦେବା ପରି ତଥ୍ୟ ରଖିଛନ୍ତି।

Donald Trump
Donald Trump Photograph: (sambad.in)

ଆହୁରି ପଢନ୍ତୁ- Donald Trump: ଖେମିନିଙ୍କ ହତ୍ୟା ନେଇ ଟ୍ରମ୍ପଙ୍କ ଚାଞ୍ଚଲ୍ୟକର ଦାବି: ସେ ମୋତେ ହତ୍ୟା କରିବା ପୂର୍ବରୁ ମୁଁ ତାଙ୍କୁ ହତ୍ୟା କରିଛି...

ଟ୍ରମ୍ପ ଆମେରିକା ଗୁଇନ୍ଦା ଏଜେନ୍ସିଙ୍କ ସୂଚନା ଆଧାରରେ କହିଛନ୍ତି ଯେ, ୨୦୨୪ରେ ଇରାନ ପକ୍ଷରୁ ତାଙ୍କୁ ହତ୍ୟା କରିବାକୁ ଷଡ଼୍‌ଯନ୍ତ୍ର କରାଯାଇଥିଲା। ଏବିସି ନ୍ୟୁଜ୍ ୱାସିଂଟନ ମୁଖ୍ୟ ପ୍ରତିନିଧି ଜୋନାଥନ୍‌ କାର୍ଲଙ୍କୁ ଏହି ସୂଚନା ଦେଇଛନ୍ତି। ଅୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ କିଏ ଇରାନର ନେତୃତ୍ବ ନେବ ବୋଲି କାର୍ଲଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ, ଆକ୍ରମଣ ଏତେ ଜୋରଦାର ଥିଲା ଯେ, ଇରାନର ନେତୃତ୍ବ ନେବା ଦୌଡ଼ରେ ଥିବା ଅଧିକାଂଶ ନେତା ଏଥିରେ ନିହତ ହୋଇଛନ୍ତି। ଯୁଦ୍ଧ କେତେ ଦିନ ଧରି ଚାଲିବ ବୋଲି ଟ୍ରମ୍ପଙ୍କୁ ପଚରାଯିବାରୁ ସେ କହିଥିଲେ, ଯୁଦ୍ଧ ଚାରିରୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହାପୂର୍ବରୁ ଶେଷ ହେବ। ତଥାପି ଆମେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିବା ନେଇ ପ୍ରସ୍ତୁତ ଥିବା ଟ୍ରମ୍ପ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe