୧୨ ବର୍ଷର ଝିଅକୁ ଏକଛତ୍ରବାଦୀ ହେବା ପାଇଁ ତାଲିମ୍ ଦେଉଛନ୍ତି କିମ୍ ଜୋଙ୍ଗ ଉନ୍

ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ତାଙ୍କ ୧୨ ବର୍ଷୀୟା ଝିଅକୁ ନିଜର ଉତ୍ତରାଧିକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ସୂଚନା ଅନୁଯାୟୀ, କିମ୍ ତାଙ୍କ ଝିଅକୁ ସେହି ରାଜନୈତିକ ଏବଂ ସାମରିକ ପ୍ରକ୍ରିୟା ଶିଖାଉଛନ୍ତି ଯାହା ତାଙ୍କ ପିତା ତାଙ୍କୁ ଥରେ ଶିଖାଇଥିଲେ...

Kim Jong Un is training his 12-year-old daughter to be a dictator

Kim Jong Un is training his 12-year-old daughter to be a dictator Photograph: (sambad.in)

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଏବେ ତାଙ୍କର କ୍ଷମତାର ପରମ୍ପରାକୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ପରେ ତାଙ୍କର ୧୨ ବର୍ଷୀୟ ଝିଅ କିମ୍ ଜୁ-ଏ ଉତ୍ତର କୋରିଆର ପରବର୍ତ୍ତୀ ଶାସକ ହୋଇପାରନ୍ତି ବୋଲି  ଅନୁମାନ କରାଯାଉଛି। ନ୍ୟୁୟର୍କ ଟାଇମ୍ସ ମଧ୍ୟ ଏକ ବିସ୍ତୃତ ରିପୋର୍ଟରେ ଏହା ପଛରେ ଅନେକ ଦୃଢ଼ କାରଣ ଦର୍ଶାଇଛି।

ନଭେମ୍ବର ୨୦୨୨ରେ, କିମ୍  ପ୍ରଥମ ଥର ପାଇଁ ତାଙ୍କ ଝିଅକୁ ଦୁନିଆ ସାମ୍ନାରେ ପରିଚିତ କରାଇଥିଲେ। ଏହା ଘଟିବାର ତିନି ବର୍ଷ ବିତିଗଲାଣି, କିନ୍ତୁ ସେବେଠାରୁ ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କିମ୍ ଜୁ-ଏଙ୍କୁ ତାଙ୍କ ବାପାଙ୍କ ସହ ଅଧିକ ପ୍ରମୁଖ ଭାବରେ ଦେଖାଉଛି। କିମ୍ ଜୁ-ଏଙ୍କୁ ତାଙ୍କ ବାପାଙ୍କ ସହ ଏପରି ପ୍ଲାଟଫର୍ମରେ ଦେଖାଯାଉଛି ଯାହା ସୂଚିତ କରୁଛି ଯେ, କିମ୍ ନିଜ ଝିଅକୁ ଦେଶର ଦାୟିତ୍ୱ ନେବା ପାଇଁ ତାଲିମ୍ ଦେଉଛନ୍ତି।

ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ସୂଚନା ଅନୁଯାୟୀ, କିମ୍  ତାଙ୍କ ଝିଅକୁ ସେହି ରାଜନୈତିକ ଏବଂ ସାମରିକ ପ୍ରକ୍ରିୟା ଶିଖାଉଛନ୍ତି ଯାହା ତାଙ୍କ ପିତା ତାଙ୍କୁ ଥରେ ଶିଖାଇଥିଲେ

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଦକ୍ଷିଣ କୋରିଆର ଗୁପ୍ତଚର ଅଧିକାରୀ ଏବଂ ବିଶ୍ଳେଷକମାନେ କହିଛନ୍ତି ଯେ, କିମ୍‌ଙ୍କ ଝିଅଙ୍କ  ଭବିଷ୍ୟତ ଭୂମିକା ବିଷୟରେ ଏପର୍ଯ୍ୟନ୍ତ କୌଣସି ଦୃଢ଼ ନିଷ୍କର୍ଷ ବାହାର କରିବା ସମ୍ଭବ ନୁହେଁ। କିନ୍ତୁ ଗତ ତିନି ବର୍ଷ ମଧ୍ୟରେ ତାଙ୍କର ସାର୍ବଜନୀନ ପ୍ରୋଫାଇଲ୍ ବୃଦ୍ଧି ପାଇଛି। ସମୟ ସହିତ, ତାଙ୍କର ପୋଷାକ ଅଧିକ ଆନୁଷ୍ଠାନିକ ହୋଇଯାଇଛି।

ସମ୍ପ୍ରତି କିମ୍ ଜୁ-ଏ ଫର୍ କଲର ଏବଂ ଡିଜାଇନର ସୁଟ୍ ସହିତ ଚମଡା କୋଟ୍ ପିନ୍ଧିବାକୁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ସେ ତାଙ୍କ ମା’ ଏବଂ କିମ୍‌ଙ୍କ  ଭଉଣୀ କିମ୍ ୟୋ-ଜଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି। ପୂର୍ବରୁ  କିମ୍ ୟୋ-ଜଙ୍ଗଙ୍କୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଏବେ  କିମ୍‌ଙ୍କ ଝିଅ  ଶାସକ ପରିବାରର ମୁଖ୍ୟ ମହିଳା ଚେହେରା ପାଲଟିଛନ୍ତି।

କିମ୍  ଜୋଙ୍ଗ ଉନ୍ ନଭେମ୍ବର ୨୦୨୨ରେ ଆଇସିବିଏମ ଲଞ୍ଚ୍‌ର ଅବସରରେ ତାଙ୍କ ଝିଅଙ୍କୁ ସର୍ବସାଧାରଣରେ ପରିଚିତ କରାଇବା ପାଇଁ ବାଛିଥିଲେ। ତା’ପରେ ସେ ତାଙ୍କୁ ଅନେକ ପରମାଣୁ ଏବଂ ସାମରିକ ଅସ୍ତ୍ରଶସ୍ତ୍ର ଥିବା ସ୍ଥାନକୁ ନେଇଯାଇଥିଲେ। ସାମରିକ ଅଧିକାରୀମାନଙ୍କ ସହିତ ପରିଚିତ କରାଇଥିଲେ। ଯେତେବେଳେ କିମ୍ ନିଜେ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରସ୍ତୁତ ହେଉଥିଲେ, ସେ ପ୍ରଥମେ ସାମରିକ କ୍ଷେତ୍ରରେ ନିଜର କର୍ତ୍ତୃତ୍ୱ ପ୍ରତିଷ୍ଠା କରିଥିଲେ। ଏବେ, ଜୁ-ଏଙ୍କୁ ବିଭିନ୍ନ ସାମରିକ କାର୍ଯ୍ୟକ୍ରମକୁ ନେଇ କିମ୍  ସମାନ ପ୍ରକ୍ରିୟା ଶିଖାଉଛନ୍ତି।

ଅଧିକ ପଢ଼ନ୍ତୁ:ରାହୁଲଙ୍କ ମିସନରେ ଖଡ୍‌ଗେ ଟ୍ରମ୍ପ୍‌କାର୍ଡ!: ରାତ୍ରୀଭୋଜନ ପାର୍ଟିରେ ବିହାର ନିର୍ବାଚନର ଝଲକ

ଶୀର୍ଷ ସାମରିକ ଅଧିକାରୀମାନଙ୍କୁ ମଧ୍ୟ ଜୁ-ଏଙ୍କ ପ୍ରତି ବିଶ୍ୱସ୍ତତା ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଉଛି। ୨୦୨୩ ଶେଷ ଭାଗରେ, ଜଣେ ଜେନେରାଲଙ୍କୁ ଜୁ-ଏଙ୍କ ଆଗରେ ଆଣ୍ଠୁମାଡ଼ି ବସିଥିବାର ଦେଖାଯାଇଥିଲା। ଯାହା ପୂର୍ବରୁ କେବଳ ତାଙ୍କ ପିତା କିମ୍‌ଙ୍କ ପାଇଁ ସାମରିକ ଅଧିକାରୀମାନେ ଏଭଳି କରିଥିଲେ। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଏତେ କମ୍ ବୟସରେ ଜଣେ ଉତ୍ତରାଧିକାରୀ ପ୍ରସ୍ତୁତ କରିବାର କାରଣ ହେଉଛି କିମ୍ ତାଙ୍କ ପିତାଙ୍କ ଭୁଲକୁ ପୁନରାବୃତ୍ତି କରିବାକୁ ଚାହୁଁ ନାହାନ୍ତି। କିମ୍‌ଙ୍କ ପିତା  ଷ୍ଟ୍ରୋକ୍ ପରେ ନିଜର ଉତ୍ତରାଧିକାରୀ ଘୋଷଣା କରିଥିଲେ।

ଉତ୍ତରକୋରିଆରେ କିମ୍‌ଙ୍କ ଉତ୍ତରାଧିକାରୀ ବିଷୟରେ କଳ୍ପନାଜଳ୍ପନା ଚାଲିଛି। ଏହାର କାରଣ ହେଉଛି କିମ୍‌ଙ୍କ ଦିନକୁ ଦିନ ବିଗୁଡୁଥିବା  ସ୍ୱାସ୍ଥ୍ୟ। ଯଦିଓ କିମ୍‌ଙ୍କ ବୟସ ୪୧ ବର୍ଷ, ତେବେ ତାଙ୍କର ଓଜନ ୧୪୦ କିଲୋଗ୍ରାମ ରହିଛି। ତାଙ୍କର ଧୂମପାନ ଏବଂ ମଦ୍ୟପାନ କରିବାର ଅଭ୍ୟାସ ମଧ୍ୟ ଅଛି। ଏହା ମଧ୍ୟ ଅନୁମାନ କରାଯାଉଛି ତାଙ୍କର ହୃଦ୍‌ ସମସ୍ୟା ଅଛି। ଏଭଳି ସ୍ବାସ୍ଥ୍ୟ ସମସ୍ୟା କାରଣ କିମ୍‌ଙ୍କ ପିତା ଏବଂ ଜେଜେବାପାଙ୍କ ଜୀବନରେ ‌ମଧ୍ୟ ଦେଖିବାକୁ ମିଳିଥିଲା। ବିଶେଷଜ୍ଞମାନଙ୍କ ଅନୁସାରେ  କମ୍ ବୟସରୁ ଜଣେ ଯୁବ ଉତ୍ତରାଧିକାରୀଙ୍କୁ ତାଲିମ୍ ଦେଇ କିମ୍ ଆମେରିକା ଏବଂ ଦକ୍ଷିଣ କୋରିଆ ଉପରେ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଚାପ ପକାଇବାକୁ  ଚାହୁଁଛନ୍ତି।

ଅଧିକ ପଢ଼ନ୍ତୁ:ମୋ ଫଟୋକୁ ଟି-ସାର୍ଟରେ ଛାପିବା ପାଇଁ ପ୍ରିୟଙ୍କା ଓ ରାହୁଲଙ୍କୁ କିଏ ଦେଲା ଅଧିକାର

North Korea | Kim Jong Un

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe