'Kingdom' passes censor board: Release date set for July 31 Photograph: (sambad.in)
ମୁମ୍ବାଇ: ଆଗକୁ ଶୁଭମୁକ୍ତି ହେବାକୁ ଯାଉଥିବା ଏକ ଦକ୍ଷିଣ ଭାରତୀୟ ଫିଲ୍ମ ବିଷୟରେ ସମ୍ପ୍ରତି ଆଲୋଚନା ହେଉଛି। ଏହାର ନାମ ହେଉଛି ‘କିଙ୍ଗଡମ’। ଫିଲ୍ମରେ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ମୁଖ୍ୟ ଭୂମିକାରେ ନଜର ଆସିବେ। ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ବହୁତ ଦିନ ଧରି ଅପେକ୍ଷା କରିଥିଲେ। ଏବେ ସେମାନଙ୍କର ପ୍ରତୀକ୍ଷାର ଅନ୍ତ ଖୁବ୍ ଶୀଘ୍ର ସମାପ୍ତ ହେବାକୁ ଯାଉଛି।
‘କିଙ୍ଗଡମ’ ସେନ୍ସର ବୋର୍ଡ ଦ୍ୱାରା ପାସ୍ ହୋଇଯାଇଛି। ଫିଲ୍ମର ପ୍ରଯୋଜନା କମ୍ପାନ ସୀତାରା ଏଣ୍ଟ୍ରଟେନମେଣ୍ଟ ସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛି। କମ୍ପାନିଜୁଲାଇ ୨୬ ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ପୋଷ୍ଟ କରି ସେନ୍ସର ସାର୍ଟିଫିକେଟ୍ ପାଇବା ବିଷୟରେ ସୂଚନା ଦେଇଛି
କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଏହାକୁ ୟୁ/ଏ ପ୍ରମାଣପତ୍ର ଦେଇଛି। ଏହି ପ୍ରମାଣପତ୍ରର ଅର୍ଥ ହେଉଛି ଏହି ଚଳଚ୍ଚିତ୍ରଟି ସମସ୍ତ ବୟସର ଲୋକଙ୍କ ପାଇଁ ତିଆରି। କିନ୍ତୁ ୧୨ର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ପିତାମାତାଙ୍କ ମାର୍ଗଦର୍ଶନ ଆବଶ୍ୟକ।
ନିର୍ମାତାମାନେ ସେନ୍ସର ସାର୍ଟିଫିକେଟ୍ ବିଷୟରେ ସୂଚନା ସୋସିଆଲ ମିଡିଆରେ ସେୟାର କରିବା ମାତ୍ରେ ପ୍ରଶଂସକମାନେ ଆହୁରି ଉତ୍ସାହିତ ହୋଇଯାଇଛନ୍ତି।ବିଶେଷ କଥା ହେଉଛି ଏହି ଫିଲ୍ମର ଟ୍ରେଲର ୨୬ ଜୁଲାଇ ସନ୍ଧ୍ୟାରେ ଲଞ୍ଚ ହେବା ପୂର୍ବରୁ ସେନ୍ସର ବୋର୍ଡ ଦ୍ୱାରା ଫିଲ୍ମ ପାସ୍ ହେବା ବିଷୟରେ ସୂଚନା ସେୟାର କରାଯାଇଛି।
ଅଧିକ ପଢ଼ନ୍ତୁ: ମୁଁ ଏଭଳି ସରକାରଙ୍କୁ ସମର୍ଥନ କରୁଥିବାରୁ ଦୁଃଖିତ:ନୀତିଶଙ୍କୁ ଘେରିଲେ ଚିରାଗ
ଫିଲ୍ମରେ ବିଜୟଙ୍କୁ ଆକ୍ସନ ଅବତାର ଦେଖିବାକୁ ମିଳିବ। ଗୌତମ ତିନ୍ନାନୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ସହ ଭାଗ୍ୟଶ୍ରୀ ବୋର୍ସେ ନଜର ଆସିବେ।
ବିଜୟ ଯେତେବେଳେ ବି ପରଦାକୁ ଆସନ୍ତି, ନିଜର ଚମତ୍କାର ଅଭିନୟ ଏବଂ ସ୍ୱତନ୍ତ୍ର ଶୈଳୀରେ ଲୋକଙ୍କ ହୃଦୟ ଜିତିଥାନ୍ତି। ଲୋକମାନେ ତାଙ୍କର ଆକ୍ସନ୍ ଅବତାରକୁ ମଧ୍ୟ ବହୁତ ପସନ୍ଦ କରନ୍ତି। ବିଜୟ ‘କିଙ୍ଗଡମ୍’ରେ ମଧ୍ୟ ଆକ୍ସନ୍ କରୁଥିବାର ଦେଖାଯିବେ। ଏହି ଫିଲ୍ମର ଆଉ ଏକ ବିଶେଷ କଥା ହେଉଛି ଅନିରୁଦ୍ଧ ରବିଚନ୍ଦର ଏଥିରେ ସଙ୍ଗୀତ ଦେଇଛନ୍ତି।
‘କିଙ୍ଗଡମ୍’ ରିଲିଜ୍ ହେବାକୁ ଆଉ ବହୁତ ସମୟ ବାକି ନାହିଁ। ଏହି ଫିଲ୍ମଟି ୩୧ ଜୁଲାଇରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମଟି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭାଷାରେ ରିଲିଜ୍ ହେବ। ଅର୍ଥାତ୍ ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ। ହିନ୍ଦୀରେ ଏହାକୁ 'ସାମ୍ରାଜ୍ୟ' ନାମରେ ରିଲିଜ୍ କରାଯିବ।
ଅଧିକ ପଢ଼ନ୍ତୁ: ବଜାରରୁ ନୂଆ ଗରା ଆଣିଥିଲେ ବାପା, ଖେଳୁ ଖେଳୁ ଗରାରେ ମୁଣ୍ଡ ପଶାଇ ଦେଲା କୁନି ପୁଅ... କଟରରେ କାଟି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
Follow Us