Last Sunset of 2025: ୨୦୨୫ ଆକାଶରୁ ବିଦାୟ ନେଲେ ସୂର୍ଯ୍ୟ, ଦେଇଗଲେ ନୂଆବର୍ଷରେ ନୂଆ ଆଶା ନେଇ ଉଇଁବାର ପ୍ରତିଶ୍ରୁତି…

Advertisment

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା, ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦରେ ଶେଷ ହେବ ଗୋଟେ ବର୍ଷ, ଆରମ୍ଭ ହେବ ଆଉ ଏକ ବର୍ଷ । ବିଦାୟୀ ବର୍ଷରୁ ଏକପ୍ରକାର ବିଦାୟ ନେଇ ସାରିଲାଣି ଦିନ, ବିଦାୟ ନେଲେଣି ସୂର୍ଯ୍ୟ, ବୁଡିଗଲାଣି ବି ବର୍ଷର ଶେଷ ସଞ୍ଜ, ମାଡି ଆସିଲାଣି ଶେଷ ରାତି...

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା, ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦରେ ଶେଷ ହେବ ଗୋଟେ ବର୍ଷ, ଆରମ୍ଭ ହେବ ଆଉ ଏକ ବର୍ଷ । ବିଦାୟୀ ବର୍ଷରୁ ଏକପ୍ରକାର ବିଦାୟ ନେଇ ସାରିଲାଣି ଦିନ, ବିଦାୟ ନେଲେଣି ସୂର୍ଯ୍ୟ, ବୁଡିଗଲାଣି ବି ବର୍ଷର ଶେଷ ସଞ୍ଜ, ମାଡି ଆସିଲାଣି ଶେଷ ରାତି...

last sun set

last sun set Photograph: (sambad.in)

ଭୁବନେଶ୍ବର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା, ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦରେ ଶେଷ ହେବ ଗୋଟେ ବର୍ଷ, ଆରମ୍ଭ ହେବ ଆଉ ଏକ ବର୍ଷ । ବିଦାୟୀ ବର୍ଷରୁ ଏକପ୍ରକାର ବିଦାୟ ନେଇ ସାରିଲାଣି ଦିନ, ବିଦାୟ ନେଲେଣି ସୂର୍ଯ୍ୟ, ବୁଡିଗଲାଣି ବି ବର୍ଷର ଶେଷ ସଞ୍ଜ, ମାଡି ଆସିଲାଣି ଶେଷ ରାତି। ଚଳିତ ବର୍ଷର ଶେଷ ସୂର୍ଯ୍ୟାସ୍ତର ମୁକସାକ୍ଷୀ ପାଲଟିଛନ୍ତି ଅନେକ । ବର୍ଷ ୨୦୨୫ର ପୃଷ୍ଠାରୁ ବିଦାୟ ନେଇସାଇଛନ୍ତି ସୂର୍ଯ୍ୟ ଆଉ ଦେଇଯାଇଛନ୍ତି ନୂଆ ସକାଳ ନେଇ ଆସିବାର ଆଶା । ରାତି ପାହିବ ନୂଆ ସକାଳ ହେବ, ନୂଆବର୍ଷ ଏ ଭାରତରେ ପାଦ ଥାପିବ ।

ନୀଳଚକ୍ର ଆଢୁଆଳରେ ଅସ୍ତଗଲେ ରବି

ପୁରୁଣା ବର୍ଷରୁ ବିଦାୟ ନେଇଛନ୍ତି ସୂର୍ଯ୍ୟ । ଶ୍ରୀମନ୍ଦିର ଆକାଶରୁ ଅସ୍ତ ଯାଇଛନ୍ତି ରବି । ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ପୁନଶ୍ଚ ଆସନ୍ତାକାଲି ସକାଳେ ଆସିବାର ପ୍ରତିଶ୍ରୁତି ଦେଇ ଯାଇଛନ୍ତି । 

ଆହୁରି ପଢନ୍ତୁ- 2025 December 31: କ୍ୟାଲେଣ୍ଡର ବର୍ଷ ୨୦୨୫ର ଅନ୍ତିମ ସୂର୍ଯ୍ୟାସ୍ତ ସମୟର ଦୃଶ୍ୟ

ସେହିପରି ପଶ୍ଚିମବଙ୍ଗରେ ବି ଶେଷ ସୂର୍ଯ୍ୟାସ୍ତ ଦେଖିଛନ୍ତି ଲୋକେ । ହାଉଡା ବ୍ରିଜ କଡରେ ଶେଷ ସୂର୍ଯ୍ୟାସ୍ତର ମଜା ନେଇଛନ୍ତି ଲୋକେ ।

ଆହୁରି ପଢନ୍ତୁ- Welcome New Year 2026: ନ୍ୟୁଜିଲ୍ୟାଣ୍ଡ୍‌ ଦେଖିଲା ନୂଆବର୍ଷର ପ୍ରଥମ ସକାଳ, ଭାରତରେ ଆଉ କିଛି ଘଣ୍ଟାର ଅପେକ୍ଷା....

ଆସାମ ଆକାଶରେ ବୁଡି ଯାଇଛନ୍ତି ଶେଷ ସୂର୍ଯ୍ୟ । ଜାମ୍ମୁକାଶ୍ମୀରରେ ମେଘାଚ୍ଛନ ଆକାଶରେ ବିଦାୟ ନେଲେ ରବି । ମଧ୍ଯପ୍ରଦେଶ, ଉତ୍ତରାଖଣ୍ଡ ଆଦି ଦେଶର ବିଭିନ୍ନ ରାଜ୍ୟରୁ ଶେଷ ସୂର୍ଯ୍ୟାସ୍ତର ଦୃଶ୍ୟ ଆସୁଛି । ଆଉ କେଇ ମୁହୂର୍ତ୍ତ ପରେ ଗୋଟେ ବର୍ଷକୁ ବିଦାୟ ଦେବ ମଣିଷ... ଧିରେଧିରେ ସରିଆସୁଛି ବର୍ଷ । ବିଦାୟୀ ବର୍ଷ ୨୦୨୫କୁ ଅଲବିଦା କହିବାକୁ ସବୁଠି ପ୍ରସ୍ତୁତି ଚାଲିଛି…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe