ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର କାଶ୍ମୀର ଗେଟ୍ ଅଞ୍ଚଳରେ ଏକ କାର ଉପରେ ଗୁଳିଚାଳନା ହୋଇଛି। କାର ଭିତରେ ପାଞ୍ଚ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି। ପୁଲିସର ସୂଚନା ଅନୁଯାୟୀ, କାର୍ରେ ଥିବା ଜଣେ ବ୍ୟକ୍ତି ହେଉଛନ୍ତି ଆଇନଜୀବୀ ଦୀପକ ଖତ୍ରୀ। ସେ ନିଜକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ଲିଗାଲ୍ ଟିମ୍ର ଜଣେ ଆଇଜୀବୀ ବୋଲି କହିଛନ୍ତି।ପୁଲିସ କହିଛି, ଦୁଇ କିମ୍ବା ତିନି ଜଣ ଆକ୍ରମଣକାରୀ ଗୁଳି ଚଳାଇଥିଲେ। ଘଟଣା ପରେ ସେମାନେ ପଳାଇ ଯାଇଥିଲେ। ଆହତ ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ଅଛି ।ଘଟଣାର ତଦନ୍ତ ଜାରି ରହିଛି।
ପ୍ରତ୍ୟକ୍ଷଦର୍ଶୀ ଓ ପୀଡିତଙ୍କ ବୟାନ ନେଇଛି ପୁଲିସ
କାର୍ରେ ଥିବା ଜଣେ ଯାତ୍ରୀ କହିଛନ୍ତି, ସେମାନେ ରାତି ପ୍ରାୟ ୧୦:୧୫ ସମୟରେ ଏକ ମନ୍ଦିର ଛାଡିଥିଲେ। ଆମେ କାରରେ ବସିଥିଲୁ, ସେତେବେଳେ ଆମ କାର୍ ଉପରକୁ ତିନୋଟି ଗୁଳିମାଡ଼ ହୋଇଛି। ଯେତେବେଳେ କାର୍ର ପଛ ପଟ କାଚ ଭାଙ୍ଗିଲା, ଆମେ ଜାଣିଲୁ ଯେ ଆମ ଉପରେ ଗୁଳିମାଡ଼ ହେଉଛି। ମୋର ଜଣେ ବନ୍ଧୁ ସନ୍ଦୀପଙ୍କ ପିଠିରେ ଗୁଳି ବାଜିଥିଲା। ଆମେ ଶୀଘ୍ର ଗାଡ଼ି ଚଳାଇ ଚାଲିଯାଇଥିଲୁ। ପିସିଆର୍ ଠିକ୍ ସମୟରେ ପହଞ୍ଚି ଆମ ବନ୍ଧୁଙ୍କୁ ଡାକ୍ତରଖାନା ନେଇଯାଇଥିଲା।ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିବା ସହିତ ଘଟଣାର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ପୁଲିସ ପ୍ରତ୍ୟକ୍ଷଦର୍ଶୀ ଓ ପୀଡିତଙ୍କ ବୟାନ ନେଇଛି।
ଆହୁରି ପଢନ୍ତୁ - First Captain ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଶତକ ଅର୍ଜନ କରିବାରେ ପ୍ରଥମ ଅଧିନାୟକ ହେଲେ ବ୍ରୁକ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/25/lawrence-bishnoi-2026-02-25-11-25-31.png)