ନୂଆଦିଲ୍ଲୀ: ଅଭିନେତା ତଥା ରାଜନେତା ବିଜୟଙ୍କ ଅଭିନୀତ ‘ଜନ ନାୟଗନ୍’ ଚଳଚ୍ଚିତ୍ରର ରିଲିଜ୍ ନେଇ ଶୁକ୍ରବାର ହାଇଡ୍ରାମା ଦେଖିବାକୁ ମିଳିଛି। ଗୁରୁବାର ମାଡ୍ରାସ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍ସି) ‘ଜନ ନାୟଗନ’କୁ ୧୬ ବର୍ଷର ଊର୍ଦ୍ଧ୍ବଙ୍କ ପାଇଁ ପ୍ରଯୁଜ୍ୟ ସାର୍ଟିଫିକେଟ (ୟୁ/ଏ) ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏକ ନାଟକୀୟ ଘଟଣାକ୍ରମରେ ଏହି ରାୟର ମାତ୍ର କିଛି ସମୟ ପରେ ମାଡ୍ରାସ୍ ହାଇକୋର୍ଟ ଜଣିକିଆ ବିଚାରପତିଙ୍କ ରାୟକୁ ସ୍ଥଗିତ ରଖିଛନ୍ତି। କୋର୍ଟ ଏହି ମାମଲାର ଶୁଣାଣି ପୋଙ୍ଗଲ ଛୁଟି ପରେ ଜାନୁଆରି ୨୧କୁ ଘୁଞ୍ଚାଇ ଦେଇଛନ୍ତି। ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ଆଜି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଷ୍ଟିସ ପିଟି ଆଶା ‘ଜୟ ନାୟଗନ’ ସପକ୍ଷରେ ରାୟ ଦେବା ସହିତ ସେନ୍ସର ବୋର୍ଡ଼ ମୁଖ୍ୟଙ୍କୁ ତାଗିଦ କରିଥିଲେ। ଜଷ୍ଟିସ୍ ଆଶା କହିଥିଲେ, ଏପରି ଅଭିଯୋଗଗୁଡ଼ିକୁ ଗ୍ରହଣ କରିବା ଏକ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରିବ।
Pollution: ଡମଶାଳ ନାଳ କୂଳରେ ଧନ୍ବନ୍ତରୀ ଘାସ ରୋପଣ, ଦେଶରେ ପ୍ରଥମ!
ତେବେ ସେନ୍ସର ବୋର୍ଡ଼ ଜଣକିଆ ବେଞ୍ଚଙ୍କ ରାୟ ବିରୋଧରେ ହାଇକୋର୍ଟରେ ପୁଣିଥରେ ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ। ଏହାପରେ ସ୍ଥିତି ବଦଳି ଯାଇଥିଲା ଏବଂ କୋର୍ଟ ପୂର୍ବ ନିର୍ଦ୍ଦେଶକୁ ବଦଳାଇ ଦେଇଥିଲେ ଏବଂ ଆଦେଶ ଉପରେ ଅସ୍ଥାୟୀ ରହିତା ଦେଶ ଜାରି କରିଥିଲେ। ସେନ୍ସର ବୋର୍ଡ଼ ଯୁକ୍ତି ରଖିଥିଲେ କି ‘ଜନ ନାୟଗନ’ରେ ସେନାର ଚିହ୍ନ ବ୍ୟବହୃତ ହୋଇଛି, ଯାହାକି ବିଶେଷଜ୍ଞଙ୍କ ଦ୍ବାରା ତର୍ଜମା ହେବାର ଆବଶ୍ୟକତା ରହିଛି। ସିବିଏଫ୍ସି ସାର୍ଟିଫିକେଟ ମିଳିନଥିବାରୁ ବିଜୟଙ୍କ ଅଭିନୀତ ‘ଜନ ନାୟଗନ୍’ ଫିଲ୍ମ ଆଜି ରିଲିଜ ହୋଇପାରିନଥିଲା। ଶେଷ ମୁହୂର୍ତ୍ତ ଫିଲ୍ମ ରିଲିଜ ଘୁଞ୍ଚି ଯାଇଥିବାରୁ ନିର୍ମାତା ତଥା ବିତରକ ବଡ଼ଧରଣର କ୍ଷତି ସହିଥିଲେ। ପାଖାପାଖି ୨ ଲକ୍ଷ ଟିକେଟ ବିକ୍ରି ହୋଇସାରିଥିବା ବେଳେ ୫୦ କୋଟି ଟଙ୍କାର କ୍ଷତି ହୋଇଥିଲା।
Amit Shah: ଆତଙ୍କବାଦ ବିରୋଧରେ ପରବର୍ତ୍ତୀ ପିଢ଼ିର ସୁରକ୍ଷା କବଚ ସାଜିବ ଏନ୍ଆଇଡିଏମ୍ଏସ୍: ଶାହ
Follow Us