Maduro in New York jail: ନ୍ୟୁୟର୍କ ଜେଲ୍‌ରେ ମାଦୁରୋ: ଡେଲ୍‌ସି ରୋଡ୍ରିଗେଜ୍‌ ଅନ୍ତରୀଣ ରାଷ୍ଟ୍ରପତି, ଜାତିସଂଘର ଜରୁରୀ ବୈଠକ ଆଜି

Advertisment

ଆମେରିକାର ଏକ ଅପ୍ରତ୍ୟାଶିତ ସାମରିକ ଅଭିଯାନରେ ଗତକାଲି ଗିରଫ ହୋଇଥିବା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍‌ଙ୍କୁ ଆଜି ନ୍ୟୁୟର୍କର ଏକ ଜେଲ୍‌କୁ ପଠାଯାଇଛି।

ଆମେରିକାର ଏକ ଅପ୍ରତ୍ୟାଶିତ ସାମରିକ ଅଭିଯାନରେ ଗତକାଲି ଗିରଫ ହୋଇଥିବା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍‌ଙ୍କୁ ଆଜି ନ୍ୟୁୟର୍କର ଏକ ଜେଲ୍‌କୁ ପଠାଯାଇଛି।

sfhfhsfhfh

Photograph: (Malay Mail)

ୱାସିଂଟନ/କାରାକାସ: ଆମେରିକାର ଏକ ଅପ୍ରତ୍ୟାଶିତ ସାମରିକ ଅଭିଯାନରେ ଗତକାଲି ଗିରଫ ହୋଇଥିବା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍‌ଙ୍କୁ ଆଜି ନ୍ୟୁୟର୍କର ଏକ ଜେଲ୍‌କୁ ପଠାଯାଇଛି। ଆମେରିକା ଆଜି ଭେନେଜୁଏଲାର  ତୈଳ ସମ୍ପଦ ନିୟନ୍ତ୍ରଣ ପାଇଁ କେତେକ ଜରୁରି ପଦକ୍ଷେପ ଗ୍ରହଣ କରିଥିବା ବେଳେ ବିଭିନ୍ନ ରାଷ୍ଟ୍ର ଏହାକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ଡ୍ରଗ୍ ଟ୍ରାଫିକିଂ ଓ ନାର୍କୋ-ଆତଙ୍କବାଦ ଷଡ୍‌ଯନ୍ତ୍ରରେ ମାଦୁରୋ ଓ  ଫ୍ଲୋରେସ୍‌ଙ୍କ ବିରୋଧରେ ନ୍ୟୁୟର୍କରେ ମାମଲା ଚାଲିବ ବୋଲି ଘୋଷଣା କରାଯାଇଛି। ଉଭୟଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ ବୋଲି ତଦନ୍ତକାରୀ ସଂସ୍ଥା କହିଛି। 

Somnath: ହଜାରେ ବର୍ଷର ଅତୁଟ ଆସ୍ଥାର ପ୍ରତୀକ: ସୋମନାଥ

ଡ୍ରଗ୍‌ ଟ୍ରାଫିକିଂ, ନାର୍କୋ-ଆତଙ୍କବାଦ ଷଡ୍‌ଯନ୍ତ୍ରରେ ମାମଲା ଚାଲିବ
ଜାତିସଂଘର ଜରୁରୀ ବୈଠକ ଆଜି
ଭେନେଜୁଏଲାର ତୈଳ ସଂପଦ ନିୟନ୍ତ୍ରଣ ପାଇଁ ଆମେରିକା ତତ୍ପର

ଗତକାଲି କାରାକାସ୍‌ରୁ ଗିରଫ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଏକ ହେଲିକପ୍‌ଟରେ ବ୍ରୁକଲିନ୍‌ର ମେଟ୍ରୋପଲିଟାନ୍ ଡିଟେନ୍ସନ୍ ସେଣ୍ଟରକୁ ନିଆଯିବା ପରେ ସ୍ବତନ୍ତ୍ର ସେଲ୍‌ରେ ରଖାଯାଇଛି। ଇତିମଧ୍ୟରେ ଭେନେଜୁଏଲା ସୁପ୍ରିମ୍‌କୋର୍ଟ ଉପରାଷ୍ଟ୍ରପତି ଡେଲ୍‌ସି ରୋଡ୍ରିଗେଜ୍‌ଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି। ଡେଲ୍‌ସି ସରକାରୀ ଟିଭିରେ କହିଛନ୍ତି ଯେ ମାଦୁରୋ ହିଁ ପ୍ରକୃତ ରାଷ୍ଟ୍ରପତି ରହିଛନ୍ତି ଏବଂ ତାଙ୍କର ପ୍ରତ୍ୟାବର୍ତ୍ତନ  ତଥା ବିକଳ୍ପ ବ୍ୟବସ୍ଥା ପର୍ଯ୍ୟନ୍ତ ସେ ଅସ୍ଥାୟୀ ଭାବେ କାମ ତୁଲାଇବେ।

Horoscope 2026 January 05: ଜାଣନ୍ତୁ ଆଜିର ରାଶିଫଳ

ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି, ଭେନେଜୁଏଲାରେ ସ୍ବାଭାବିକ ସ୍ଥିତି ବଜାୟ ରଖିବା ପାଇଁ ଆମେରିକା ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବ। କୌଣସି ମାନବୀୟ ସଙ୍କଟ ଏଡ଼ାଇବା ପାଇଁ ତ୍ବରିତ ପଦକ୍ଷେପ ନେବ। ନିଶା କାରବାର ବନ୍ଦ କରିବା ପାଇଁ ଜରୁରୀ ପଦକ୍ଷେପ ଆରମ୍ଭ ହୋଇଯାଇଛି ଏବଂ ତୈଳ ଭିତ୍ତିଭୂମିର ବିକାଶ ପାଇଁ ଆମେରିକୀୟ କମ୍ପାନିଗୁଡ଼ିକ କାମ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଟ୍ରମ୍ପଙ୍କ ପଦକ୍ଷେପକୁ ନେଇ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚୀନ୍‌ ମାଦୁରୋଙ୍କ ମୁକ୍ତି ଦାବି କରିଛି। ୟୁରୋପର ବିଭିନ୍ନ ରାଷ୍ଟ୍ର ଏହାକୁ ଯୁଦ୍ଧ କାର୍ଯ୍ୟ କହି ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ସୋମବାର ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀ ବୈଠକ ଡକାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe