Magh Mela 2026: ହର ହର ଗଙ୍ଗେ: ପୁଣି ଲାଗିଲା ଭକ୍ତିର ଭିଡ଼, ତ୍ରିବେଣୀରେ ପଡ଼ିଲା ପବିତ୍ର ବୁଡ଼... ଆଜି ସଙ୍ଗମସ୍ଥଳରେ ସ୍ନାନ କଲେ ୨୧ ଲକ୍ଷ ଶ୍ରଦ୍ଧାଳୁ

Advertisment

ବ୍ରହ୍ମ ମୁହୂର୍ତ୍ତରୁ ସଙ୍ଗମ ସମେତ ସମସ୍ତ ଘାଟରେ ଶ୍ରଦ୍ଧାଳୁମାନେ ସ୍ନାନ ଆରମ୍ଭ କରିଥିଲେ । ‘ହର ହର ଗଙ୍ଗେ’ ମନ୍ତ୍ର ପ୍ରତିଧ୍ୱନିତ ହୋଇଥିଲା । ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ଧାରା ବୃଦ୍ଧି ପାଇବାରେ ଲାଗିଛି

ବ୍ରହ୍ମ ମୁହୂର୍ତ୍ତରୁ ସଙ୍ଗମ ସମେତ ସମସ୍ତ ଘାଟରେ ଶ୍ରଦ୍ଧାଳୁମାନେ ସ୍ନାନ ଆରମ୍ଭ କରିଥିଲେ । ‘ହର ହର ଗଙ୍ଗେ’ ମନ୍ତ୍ର ପ୍ରତିଧ୍ୱନିତ ହୋଇଥିଲା । ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ଧାରା ବୃଦ୍ଧି ପାଇବାରେ ଲାଗିଛି

Magh Mela 2026

Magh Mela 2026 Photograph: (sambad.in)

ପ୍ରୟାଗରାଜ: ପୁଣି ଲାଗିଲା ଭକ୍ତିର ଭିଡ଼, ପୁଣି ତ୍ରିବେଣୀରେ ପଡ଼ିଲା ବୁଡ଼... ଆଜିଠୁ ଆରମ୍ଭ ହେଲା ପବିତ୍ର ମାଘ ମେଳା । ସଙ୍ଗମରେ ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ । ପ୍ରୟାଗରାଜ ସଙ୍ଗମର ସ୍ଥଳରେ ଆଗାମୀ ଶିବରାତ୍ରୀ ଯାଏଁ ୪୪ ଦିନ ବ୍ୟାପୀ ମାଘ ମେଳା ଚାଲିବାକୁ ଥିବା ବେଳେ ଏହା ପୌଷ ପୂର୍ଣ୍ଣିମାର ପ୍ରଥମ ସ୍ନାନ ସହିତ ଆରମ୍ଭ ହୋଇଛି । ଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ କୂଳରେ ପହଞ୍ଚି ବିଶ୍ୱାସର ବୁଡ଼ ପକାଇଛନ୍ତି। ଏଥିସହିତ ଧର୍ମନଗରୀ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ 'ମାଘ ମେଳା ୨୦୨୬' ଆରମ୍ଭ ହୋଇଛି।  ଆଉ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ମିଳନ ସ୍ଥଳରେ ଆସ୍ଥାର ବୁଡ଼ ପଡ଼ିଛି । 

610813759_1295186729322178_2610759941615551097_n

କୁହାଯାଏ ଯେ, ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଏବଂ କଳ୍ପବାସ କରିବା ଦ୍ୱାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୁଏ ଏବଂ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପୌଷ ପୂର୍ଣ୍ଣିମା ସହିତ ମାଘ ମେଳାରେ ଏକ ମାସ ଧରି ଚାଲିବାକୁ ଥିବା 'କଳ୍ପବାସ' ମଧ୍ୟ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳ୍ପବାସୀ ମାନେ ସଙ୍ଗମ କୂଳରେ ତମ୍ବୁ ଗାଡ଼ି ନିଜର ଆଧ୍ୟାତ୍ମିକ ସାଧନା ଆରମ୍ଭ କରିଛନ୍ତି ।  କଳ୍ପବାସ ସମୟରେ ଶ୍ରଦ୍ଧାଳୁମାନେ ସାତ୍ତ୍ୱିକ ଜୀବନଯାପନ କରନ୍ତି, ଦିନକୁ ଥରେ ମାତ୍ର ଭୋଜନ କରନ୍ତି ଏବଂ ଅଧିକାଂଶ ସମୟ ଭଗବାନଙ୍କ ନାମ ଜପ ଓ ଭଜନ କୀର୍ତ୍ତନରେ ଅତିବାହିତ କରନ୍ତି।

ଆହୁରି ପଢନ୍ତୁ- TMC MP Joins Congress: ନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା,ଘନିଷ୍ଠ ସହଯୋଗୀ କଂଗ୍ରେସରେ,ମୁସଲିମ ବହୁଳ ଅଞ୍ଚଳରେ ସମୀକରଣ ବଦଳିବା ସମ୍ଭାବନା

ମାଘ ମେଳାର: ସ୍ନାନର ମୁଖ୍ୟ ତାରିଖ

୧. ପୌଷ ପୂର୍ଣ୍ଣିମା (୩ ଜାନୁଆରୀ ୨୦୨୬, ଶନିବାର): ଆଜିଠାରୁ ମେଳା ଏବଂ କଳ୍ପବାସର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି।
୨. ମକର ସଂକ୍ରାନ୍ତି (୧୪/୧୫ ଜାନୁଆରୀ ୨୦୨୬): ଏହି ଦିନ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରନ୍ତି । ଏହି ଦିନର ସ୍ନାନ ଓ ଦାନ ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ମାନାଯାଏ ।
୩. ମୌନୀ ଅମାବାସ୍ୟା (୧୯ ଜାନୁଆରୀ ୨୦୨୬, ସୋମବାର): ମାଘ ମେଳାର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ନାନ ତିଥି। ଏହି ଦିନ ସର୍ବାଧିକ ଭକ୍ତଙ୍କ ସମାଗମ ହୋଇଥାଏ।
୪. ବସନ୍ତ ପଞ୍ଚମୀ (୨୨ ଜାନୁଆରୀ ୨୦୨୬, ଗୁରୁବାର): ଏହି ଦିନ ମା' ସରସ୍ୱତୀଙ୍କ ପୂଜା ସହ ସଙ୍ଗମରେ ଶାହୀ ସ୍ନାନର ପରମ୍ପରା ରହିଛି।
୫. ମାଘୀ ପୂର୍ଣ୍ଣିମା (୧ ଫେବୃଆରୀ ୨୦୨୬, ରବିବାର): ଏହି ଦିନ କଳ୍ପବାସୀଙ୍କ ଏକ ମାସର ସାଧନା ପୂର୍ଣ୍ଣ ହୁଏ ଏବଂ ସେମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି।
୬. ମହା ଶିବରାତ୍ରି (୧୫ ଫେବୃଆରୀ ୨୦୨୬, ରବିବାର): ଏହା ମାଘ ମେଳାର ଶେଷ ପ୍ରମୁଖ ସ୍ନାନ। ଏହି ଦିନ ମହାଦେବଙ୍କ ଆଶୀର୍ବାଦ ନେଇ ମେଳା ସମାପ୍ତ ହୁଏ।

ଆହୁରି ପଢନ୍ତୁ-  Humanity Of Rich Man: ସାହାଯ୍ୟ କରିବା ପାଇଁ ମର୍ସିଡିଜରୁ ଓହ୍ଲାଇ ଆସିଲେ

611123242_1295186612655523_3911050518159992564_n

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତର ପ୍ରଦେଶ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ହଜାର ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ସଙ୍ଗମ ଅଞ୍ଚଳକୁ ବିଭିନ୍ନ ସେକ୍ଟରରେ ବିଭକ୍ତ କରାଯାଇଛି । ପାନୀୟ ଜଳ, ସ୍ୱାସ୍ଥ୍ୟ ଶିବିର, ଶୌଚାଳୟ ଏବଂ ରାତିରେ ରହିବା ପାଇଁ ଆଶ୍ରୟ ସ୍ଥଳୀର ସୁବିଧା କରାଯାଇଛି। ପୁରାଣ ଅନୁସାରେ, ଗୋଟିଏ ବୁଡ଼ ପକାଇଲେ ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ଭକ୍ତଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି । ମାଘ ମେଳା କେବଳ ଏକ ଧାର୍ମିକ ସମାଗମ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି, ଏକତା ଏବଂ ଭକ୍ତିର ଏକ ପ୍ରତୀକ ।

ବ୍ରହ୍ମ ମୁହୂର୍ତ୍ତରୁ ସଙ୍ଗମ ସମେତ ସମସ୍ତ ଘାଟରେ ଶ୍ରଦ୍ଧାଳୁମାନେ ସ୍ନାନ ଆରମ୍ଭ କରିଥିଲେ । ‘ହର ହର ଗଙ୍ଗେ’ ମନ୍ତ୍ର ପ୍ରତିଧ୍ୱନିତ ହୋଇଥିଲା । ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ଧାରା ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଇଚ୍ଛା ପୂରଣ ପାଇଁ ମାତା ଗଙ୍ଗାଙ୍କୁ ଭକ୍ତି, ଧ୍ୟାନ, ପୂଜା ଏବଂ ପ୍ରାର୍ଥନା ସହିତ ସ୍ନାନ କରାଯାଏ । ମାତା ଗଙ୍ଗା ମଧ୍ୟ ଏହି ଭକ୍ତିରେ ଆନନ୍ଦିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe