ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଧାରାରେ ବଡ଼ ପରିବର୍ତ୍ତନ ଆସିଛି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ଧାରା ଅନୁଯାୟୀ, ରାଜ୍ୟରେ ୨୨୩ଆସନରେ ଏନଡିଏ ଆଗରେ ରହିଛି। ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ୫୨ଟି ଆସନରେ ଆଗୁଆ ରହିଛି।
ରାଜ୍ୟର ୨୮୮ଟି ବିଧାନସଭା ଆସନ ପାଇଁ କୁହୁକ ସଂଖ୍ୟା ୧୪୫ ରହିଛି। ବିଜେପି ନେତୃତ୍ବାଧୀନ ମହାୟୁତି କୁହୁକସଂଖ୍ୟା ଟପି ଆଗୁଆ ରହିଛି।
ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ନେଇ କଂଗ୍ରେସ ନେତା ସୁପ୍ରିଆ ଶ୍ରୀନେତ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆମର ଆଶାର ବିପରୀତ ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ଭଲ କରିପାରିଥାନ୍ତୁ। ଏଥି ସହିତ ଆମେ ଝାଡଖଣ୍ଡରେ ଭଲ ପ୍ରଦର୍ଶନ କରିଥିବାରୁ ଖୁସି। ରାଜ୍ୟରେ ସରକାର ପୁଣି କ୍ଷମତାକୁ ଫେରିବାକୁ ଯାଉଛନ୍ତି। ମହାରାଷ୍ଟ୍ର ନିର୍ବାଚନ ଆମ ପାଇଁ ​​ନୈରାଶ୍ୟଜନକ ରହିଛି ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ​​ଏନଡିଏ ସୁନାମି, ଝାଡଖଣ୍ଡରେ ଜେଏମ୍ଏମ୍ ଝଡ଼
Follow Us