ମହାରାଷ୍ଟ୍ର ନିର୍ବାଚନ ଫଳାଫଳ: ବିଜେପି କାର୍ଯ୍ୟାଳୟକୁ ଆସିଲା ମିଠା ପ୍ୟାକେଟ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ଧାରା ଅନୁଯାୟୀ, ରାଜ୍ୟରେ ୨୨୩ଆସନରେ ଏନଡିଏ ଆଗରେ ରହିଛି। ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ୫୨ଟି ଆସନରେ ଆଗୁଆ ରହିଛି। ଫଳାଫଳକୁ ଦୃଷ୍ଟିରେ ରଖି ମୁମ୍ବାଇର ବିଜେପି କାର୍ଯ୍ୟାଳୟକୁ ମିଠା ଆସିଛି। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି...

8aaaaa

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଧାରାରେ ବଡ଼ ପରିବର୍ତ୍ତନ ଆସିଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ଧାରା ଅନୁଯାୟୀ, ରାଜ୍ୟରେ ୨୨୩ଆସନରେ ଏନଡିଏ ଆଗରେ ରହିଛି। ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ୫୨ଟି ଆସନରେ ଆଗୁଆ ରହିଛି।

ରାଜ୍ୟର ୨୮୮ଟି ବିଧାନସଭା ଆସନ ପାଇଁ କୁହୁକ ସଂଖ୍ୟା ୧୪୫ ରହିଛି।  ବିଜେପି ନେତୃତ୍ବାଧୀନ ମହାୟୁତି କୁହୁକସଂଖ୍ୟା ଟପି  ଆଗୁଆ ରହିଛି। 

ଫଳାଫଳକୁ ଦୃଷ୍ଟିରେ ରଖି ମୁମ୍ବାଇର ବିଜେପି କାର୍ଯ୍ୟାଳୟକୁ ମିଠା ଆସିଛି। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ୱାୟନାଡ଼ରେ ପ୍ରିୟଙ୍କା ଆଗରେ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ମହାବିକାଶ ଆଘାଡି ପଛରେ ରହିଥିବାରୁ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ କିଛି ଭୁଲ ହୋଇଛି। ଏହା ଲୋକଙ୍କ ମତ ନୁହେଁ । ଏହି ନିଷ୍ପତ୍ତି ଜନସାଧାରଣଙ୍କ ନିଷ୍ପତ୍ତି ନୁହେଁ। ଦୁଇ ଦିନ ପୂର୍ବରୁ ଆଦାନୀଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ଏଥିରେ ବିଜେପିର ଷଡ଼ଯନ୍ତ୍ର ପଦାରେ ପଡ଼ିଥିଲା। ତାଙ୍କ  ପାଇଁ ଏସବୁ କରାଯାଇଛି। ମୁମ୍ବାଇ ଗୌତମ ଆଦାନୀଙ୍କ ପକେଟକୁ ଯାଉଛି। ଆମେ ମହାରାଷ୍ଟ୍ରର ଲୋକଙ୍କ ମନକଥା ଜାଣିଥିଲୁ। ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ନୋଟ୍ ମେସିନ୍ ସ୍ଥାପନ କରାଯାଇଥିଲା।  ରାଜ୍ୟର ସରକାର ଅସାଧୁ କିନ୍ତୁ ଜନସାଧାରଣଙ୍କର ନୈତିକତା ରହିଛି।

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ନେଇ କଂଗ୍ରେସ ନେତା ସୁପ୍ରିଆ ଶ୍ରୀନେତ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆମର ଆଶାର ବିପରୀତ ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ଭଲ କରିପାରିଥାନ୍ତୁ। ଏଥି ସହିତ ଆମେ ଝାଡଖଣ୍ଡରେ ଭଲ ପ୍ରଦର୍ଶନ କରିଥିବାରୁ  ଖୁସି। ରାଜ୍ୟରେ ସରକାର ପୁଣି କ୍ଷମତାକୁ ଫେରିବାକୁ ଯାଉଛନ୍ତି। ମହାରାଷ୍ଟ୍ର ନିର୍ବାଚନ ଆମ ପାଇଁ ​​ନୈରାଶ୍ୟଜନକ ରହିଛି ‌ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ​​ଏନଡିଏ ସୁନାମି, ଝାଡଖଣ୍ଡରେ ଜେଏମ୍ଏମ୍ ଝଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe