ମହାରାଷ୍ଟ୍ର ନିର୍ବାଚନ:କଂଗ୍ରେସର ବଡ଼ ଯୋଜନା, ୬ ଦିନରେ ୯୦ ସଭା, ଘରେଘରେ ଗ୍ୟାରେଣ୍ଟି କାର୍ଡ

ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ମତଦାନ ୨୦ ନଭେମ୍ବରରେ ହେବ। ଏହି ଆସନଗୁଡିକରେ ପ୍ରଚାର କରିବାକୁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଇଛି। ଆସନ୍ତା ୬ ଦିନ ମଧ୍ୟରେ କଂଗ୍ରେସ ୯୦ ସଭା କରିବାକୁ ଯାଉଛି...

WhatsApp Image 2024-11-12 at 8.01.23 PM

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପ୍ରଚାରର ଶେଷ ୬ ଦିନରେ କଂଗ୍ରେସ ନିଜର ସମ୍ପୂର୍ଣ୍ଣ ଶକ୍ତି ଖଟାଇବାକୁ ଯାଉଛି। ସୂଚନାନୁସାରେ, ଜାତୀୟ ତଥା ରାଜ୍ୟ କଂଗ୍ରେସର ବଡ଼ ନେତା ଆସନ୍ତା ୬ଦିନ ମଧ୍ୟରେ ପ୍ରାୟ ୯୦ ସଭା କରିବାକୁ ଯାଉଛନ୍ତି। ସେଥିମଧ୍ୟରୁ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡଗେ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦ୍ବାରା ପ୍ରାୟ ୨୦ଟି ସଭା ଅନୁଷ୍ଠିତ ହେବ।

ରାହୁଲ ଗାନ୍ଧୀ ମରାଠୱାଡା, ପଶ୍ଚିମ ମହାରାଷ୍ଟ୍ର ଏବଂ ଉତ୍ତର ମହାରାଷ୍ଟ୍ରରେ ୬ ସଭା କରିବେ। ବୁଧବାର ଠାରୁ ପ୍ରିୟଙ୍କା ଗାନ୍ଧୀ ମହାରାଷ୍ଟ୍ରରେ ୪ ସଭା କରିବେ। ୱାୟାନାଡରେ ମତଦାନ ହେବା ଦିନଠାରୁ ପ୍ରିୟଙ୍କା ମହାରାଷ୍ଟ୍ରର ନେତୃତ୍ୱ ନେବେ। କଂଗ୍ରେସ ସଭାପତି ଖଡଗେ ୧୦ ସଭା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। କଂଗ୍ରେସର ବିଶେଷ ଧ୍ୟାନ ବିଦର୍ଭ, ମରାଠୱାଡା ଏବଂ ଉତ୍ତର ମହାରାଷ୍ଟ୍ର ଉପରେ ରହିବ।

ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ ସଚିବ ପାଇଲଟ ଏବଂ ଇମ୍ରାନ ପ୍ରତାପଗଢ଼ିଙ୍କର ଚାହିଦା ଅଧିକ ରହିଛି। ଇମ୍ରାନଙ୍କର କୋଡ଼ିଏରୁ ଅଧିକ ସଭା ଏବଂ ସଚିନ ପ୍ରାୟ ୮ଟି ସଭା କରିବେ। ଏହି ଅଭିଯାନରେ ତେଲେଙ୍ଗାନା ସିଏମ୍ ରେୱନ୍ତ ରେଡ୍ଡୀ ଏବଂ କର୍ଣ୍ଣାଟକ ସିଏମ୍ ସିଦ୍ଧାରମାୟାଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ଏହା ବ୍ୟତୀତ ରାଜ୍ୟ ସଭାପତି ନାନା ପାଟୋଲ ୨୦ଟି ନିର୍ବାଚନୀ ସଭା କରିବେ ଏବଂ ବରିଷ୍ଠ ନେତା ବାଲା ସାହେବ ଥୋରାଟ ୧୫ ସଭା କରିବେ। ୧୭ନଭେମ୍ବରରେ ମୁମ୍ବାଇରେ କଂଗ୍ରେସର ବରିଷ୍ଠ ନେତା ଶିବସେନା ଉଦ୍ଧବ ଠାକରେ ଏବଂ ଏନସିପି ଶରଦ ପାୱାରଙ୍କ ମିଳିତ ସଭା ହେବା‌ର କାର୍ଯ୍ୟକ୍ରମ ରହିଛି। 

୫ କୋଟି ଲୋକଙ୍କୁ ପାଞ୍ଚଟି ବଡ ପ୍ରତିଶ୍ରୁତି ଦେଇ ମହା ବିକାଶ ଅଘାଡିର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବାକୁ କଂଗ୍ରେସ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏଥିପାଇଁ ଘରଘର ଅଭିଯାନ ଚାଲିଛି। ବିଜେପିର ସ୍ଲୋଗାନ 'ବଟଙ୍ଗେ ତୋ କଟଙ୍ଗେ'ର ଜବାବରେ କଂଗ୍ରେସ ଏହାର ନେତା ଓ କର୍ମୀଙ୍କୁ ସେମାନଙ୍କ ସମସ୍ୟା ବିଷୟରେ ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ଏବଂ ବିଜେପି ପ୍ରକୃତ ପ୍ରସଙ୍ଗରୁ  ଲୋକଙ୍କୁ ଦୂରେଇ ରଖି ଭ୍ରମିତ କରୁଥିବା ଅଭିଯୋଗ କରିଛି।

ଅଧିକ ପଢ଼ନ୍ତୁ: ନିର୍ବାଚନରେ ପରାଜିତ ହେଲେ ଲଣ୍ଡା ହେବି: ବିଜେପି ମନ୍ତ୍ରୀଙ୍କ ବଡ଼ ଘୋଷଣା

ଶେଷ ପର୍ଯ୍ୟାୟରେ କୃଷକମାନଙ୍କ ପାଇଁ ଋଣ ଛାଡ ଏବଂ ମହିଳାଙ୍କ ପାଇଁ ମାସକୁ ୩୦୦୦ ଟଙ୍କା ଭଳି ଆକର୍ଷଣୀୟ ପ୍ରତିଶ୍ରୁତି ଦେବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। 

ଲୋକସଭା ନିର୍ବାଚନରେ ​​ରାଜ୍ୟ‌ର ୪୮ ଆସନ ମଧ୍ୟରୁ ୩୧ଟି ଜିତିଥିବାରୁ ବିଧାନସଭା ନିର୍ବାଚନରେ ​​ସହଯୋଗୀ ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି କଂଗ୍ରେସ ଆଶା ପ୍ରକଟ କରିଛି।

ଅଧିକ ପଢ଼ନ୍ତୁ: ବିଜେପି ଆସିଲେ ଏକ ଟଙ୍କାରେ ହେବ ଜମି ରେଜିଷ୍ଟ୍ରି: ଝାଡଖଣ୍ଡରେ ଶାହଙ୍କ ଘୋଷଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe