ମୁମ୍ବାଇ: ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପ୍ରଥମେ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେବାକୁ ଚାହିଁଥିଲେ। କିନ୍ତୁ ସେ ତାହା କରିନାହାନ୍ତି। କିନ୍ତୁ କେତେକ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏବେ ମହାରାଷ୍ଟ୍ର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଶୋକ ଚୌହାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି ।

Advertisment

ଅଶୋକ ଚୌହାନ କହିଛନ୍ତି ଯେ,ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ମହାରାଷ୍ଟ୍ରରେ ଦଳର ଶୋଚନୀୟ ପରାଜୟଲାଗି ନିଜକୁ ଦାୟୀ କରିଛନ୍ତି ଅଶୋକ ଚୌହାନ।

ଏହା ପୂର୍ବରୁ ଅଶୋକ ଅଶୋକ ଚୌହାନ ନିଜର  ଟୁଇଟରରେ  ଲେଖିଥିଲେ,‘କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ କଠିନ ପରିଶ୍ରମ କରିଛନ୍ତି । କିନ୍ତୁ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିପାରି ନଥିଲା । ଏଥିପାଇଁ ନିଜକୁ ଦାୟୀ କରି ମୁଁ ଇସ୍ତଫା ଦେବାକୁ ଚାହେଁ ।’ ପ୍ରଥମେ ଉତ୍ତରପ୍ରଦେଶ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାଜ ବବର ଇସ୍ତଫା ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ମହାରାଷ୍ଟ୍ରରେ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି। ମୋଟ ୪୮ଟି ଆସନରୁ ବିଜେପି ଶିବସେନା ମେଣ୍ଟ ୪୧ଟି ଆସନରେ ବିଜୟୀ ହୋଇଛି ।