କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାଜ୍ୟରେ ଏସ୍ଆଇଆର୍ ( ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ମମତା କହିଛନ୍ତି, ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବାପରେ ଯଦି ଚୂଡ଼ାନ୍ତ ଭୋଟର ତାଲିକାରୁ ଜଣେ ବି ବୈଧ ଭୋଟରଙ୍କ ନାଁ କଟାଯାଏ ତେବେ ଦିଲ୍ଲୀ ସ୍ଥିତ ନିର୍ବାଚନ କମିସନଅଫିସ ଘେରାଉ କରାଯିବ। ବାଙ୍କୁରା ଜିଲ୍ଲାରେ ଏକ ରୢାଲିରେ ଉଦ୍ବୋଧନ ଦେଇ ମମତା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି ଏବଂ ଏସ୍ଆଇଆର୍ ଏକ ବଡ଼ ଦୁର୍ନୀତି ବୋଲି କହିଛନ୍ତି। ମମତା କହିଛନ୍ତି, ଏଆଇ (କୃତ୍ରିମ ବୁଦ୍ଧିମତା) ବ୍ୟବହାର କରି ଏସ୍ଆଇଆର୍ ପରିଚାଳନା କରାଯାଉଛି ଏବଂ ଏହା ଏକ ବଡ଼ ଦୁର୍ନୀତି। କେବଳ ଆପଣ (ଅମିତ ଶାହ) ଏବଂ ଆପଣଙ୍କ ପୁଅ ହିଁ ତିଷ୍ଠିପାରିବେ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗରେ ଏସ୍ଆଇଆର ନାଁରେ ଗରିବ ଲୋକମାନେ ନିର୍ଯାତନାର ଶିକାର ହେଉଥିବା ମମତା ଅଭିଯୋଗ କରିଛନ୍ତି।
ମମତା କହିଛନ୍ତି, ପ୍ରାୟ ୬୦ ଲୋକ ଏସ୍ଆଇଆର ପାଇଁ ପ୍ରାଣ ହରାଇଛନ୍ତି। ବୟସ୍କ ଲୋକଙ୍କୁ କାଗଜପତ୍ର ଯାଞ୍ଚ ପାଇଁ ଡକାଯାଉଛି। ଯଦି ଜଣେ ବି ବୈଧ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଏ ତେବେ ଟିଏମ୍ସି ନିର୍ବାଚନ କମିସନ ଅଫିସ ଘେରାଉ କରିବ। ଅନ୍ୟପକ୍ଷେ ବିଜେପି ଶାସିତ ରାଜ୍ୟରେ ବଙ୍ଗାଳୀ ପ୍ରବାସୀ ଶମ୍ରିକଙ୍କ ଉପରେ ଆକ୍ରମଣ ପାଇଁ ମୁଖ୍ୟମନ୍ତ୍ରୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି, ଯେତେବେଳେ ନିର୍ବାଚନ ଆସୁଛି ସେତେବେଳେ ବିଜେପି ‘ସୋନାର ବାଙ୍ଗଲା’ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଉଛି, କିନ୍ତୁ ବାସ୍ତବରେ ବିଜେପି ଶାସିତ ରାଜ୍ୟରେ ବଙ୍ଗଳା କହୁଥିବା ଲୋକଙ୍କୁ ମାଡ଼ ମରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/31/untitled-6-2025-12-31-04-47-19.jpg)