ବୁଲଢାନା: ମହାରାଷ୍ଟ୍ରର ବୁଲଢାନାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କ ସହ ବିବାଦ ହେବାରୁ ନିଜ ଜନ୍ମକଲା ଦୁଇ ଝିଅଙ୍କ ଜୀବନ ନେବାକୁ ବି ପଛାଇଲେ ନାହିଁ ବାପା। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ଯମଜ ଝିଅଙ୍କ ଗଳା କାଟି ହତ୍ୟା କରିଛନ୍ତି। ନିର୍ଦ୍ଦୋଷ ପିଲାମାନଙ୍କୁ ହତ୍ୟା କରିବା ପରେ, ଅଭିଯୁକ୍ତ ବାପା ପୁଲିସ ପାଖକୁ ଯାଇ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି। ଏହି ଭୟଙ୍କର ଘଟଣା ବିଷୟରେ ଜାଣିବା ପରେ ପୁଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ରାହୁଲ ଚଭନ। ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ଦୁଇ ଝିଅଙ୍କ ମୃତଦେହ ଆଞ୍ଚରାୱାଡି ଶିବରାର ଜଙ୍ଗଲରୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Advertisment

ଆହୁରି ପଢ଼ନ୍ତୁ: ସମ୍ପତ୍ତି ବିବାଦକୁ ନେଇ ରାସ୍ତା ମଝିରେ ଠିଆପାଲା

ସ୍ତ୍ରୀ ସହ ଝଗଡ଼ା ନେଲା ପିଲାଙ୍କ ଜୀବନ

ପ୍ରାରମ୍ଭିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ଦୁଇ ଝିଅଙ୍କୁ ହତ୍ୟା କରିବା ପୂର୍ବରୁ ରାହୁଲ ତାଙ୍କ ସ୍ତ୍ରୀଙ୍କ ସହ କୌଣସି ପ୍ରସଙ୍ଗକୁ ନେଇ ଝଗଡ଼ା କରିଥିଲେ। ଝଗଡ଼ା ଫଳରେ ସେ ପ୍ରବଳ ଜୋର୍‌ରେ ରାଗି ଯାଇଥିଲେ। ଅଭିଯୁକ୍ତ ପୁଲିସକୁ କହିଥିଲେ ଯେ ସେ ତାଙ୍କ ସ୍ତ୍ରୀ ଏବଂ ଝିଅମାନଙ୍କ ସହିତ ଯଦି କୌଣସି ସ୍ଥାନକୁ ଯାଉଥିଲେ; ସେତେବେଳେ ତାଙ୍କ ସ୍ତ୍ରୀ କେଉଁ ବି କଥାକୁ ନେଇ ଝଗଡ଼ା କରି ବସୁଥିଲେ। ଏଥର ଝଗଡ଼ା ପରେ ତାଙ୍କ ସ୍ତ୍ରୀ ତୁରନ୍ତ ତାଙ୍କୁ ଛାଡି ତାଙ୍କ ବାପଘରକୁ ଚାଲିଗଲେ ଏବଂ ରାହୁଲ ତାଙ୍କ ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ଚାଲିଯାଇଥିଲେ।

ଆହୁରି ପଢ଼ନ୍ତୁ: ଧନ୍‌ତେରସ୍‌ରେ ସୁନା କିଣିବାକୁ ଯାଇ ଚୋରି କଲେ ଦୁଇ ମହିଳା

ପୁଲିସ୍‌ ଜେରା ବେଳେ ମାନିଗଲେ ସତ

ପୁଲିସ ପଚରାଉଚରା ସମୟରେ ଅଭିଯୁକ୍ତ ପ୍ରକାଶ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବା ପରେ ସେ ଉଭୟ ଝିଅଙ୍କୁ ସିଧାସଳଖ ବୁଲଢାନାର ଅନ୍ଧେରା ଫାଟା ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ। ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ପରେ ସେ ଏତେ କ୍ରୋଧିତ ହୋଇଯାଇଥିଲେ ଯେ ସେ କ୍ରୋଧରେ ଉଭୟ ଝିଅଙ୍କ ଗଳା କାଟି ନିର୍ମମ ଭାବରେ ହତ୍ୟା କରିଥିଲେ। ହତ୍ୟା ପରେ ସେ ନିଜ ଭୁଲ୍‌ ବୁଝି ପାରିଥିଲେ। ତା'ପରେ ସେ ପୁଲିସ ପାଖକୁ ଯାଇ ନିଜର ଅପରାଧ ସ୍ୱୀକାର କରିଥିଲେ।

ପୁଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତଙ୍କଠାରୁ ସୂଚନା ପାଇବା ପରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଦୁଇ ଝିଅଙ୍କ ମୃତଦେହ ପୋଡ଼ି ଯାଇଥିବା ଦେଖିଥିଲେ। ପୁଲିସ ସନ୍ଦେହ କରୁଛି ଯେ ହତ୍ୟା ପରେ ମୃତଦେହର ପରିଚୟ ଲୁଚାଇବା ପାଇଁ ଅଭିଯୁକ୍ତ ଏପରି କରିଥାଇପାରନ୍ତି। ତଥାପି, ପୁଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଦୁଇ ଅଷ୍ଟ୍ରେଲୀୟ ମହିଳା  କ୍ରିକେଟରଙ୍କୁ ପିଛା କରି ଅନୁପଯୁକ୍ତ ସ୍ପର୍ଶ କରିଥିବା ବାଇକ୍‌ ଚାଳକ ଗିରଫ

murder | Crime | maharastra