ଭକ୍ତଙ୍କ ଦାନ ଅର୍ଥକୁ ନେଇ ଚମ୍ପଟ ମାରିଲେ କର୍ମଚାରୀ

ଇସ୍କନ ଦ୍ବାରା ପରିଚାଳିତ ଶ୍ରୀକୃଷ୍ଣ ବଳରାମ ମନ୍ଦିରରେ ଗତ ତିନିବର୍ଷ ହେବ କାର୍ଯ୍ୟରତ ଜଣେ କର୍ମଚାରୀ ମନ୍ଦିରକୁ ଦାନ ଆକାରରେ ଦିଆଯାଇଥିବା ଧନକୁ ନେଇ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି। 

ନପନ

ମଥୁରା: ମଥୁରା ବୃନ୍ଦାବନ କୋତବାଲି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।ଏଠାରେ ଇସ୍କନ ଦ୍ବାରା ପରିଚାଳିତ ଶ୍ରୀକୃଷ୍ଣ ବଳରାମ ମନ୍ଦିରରେ ଗତ ତିନିବର୍ଷ ହେବ କାର୍ଯ୍ୟରତ ଜଣେ କର୍ମଚାରୀ ମନ୍ଦିରକୁ ଦାନ ଆକାରରେ ଦିଆଯାଇଥିବା ଧନକୁ ନେଇ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି। 

ଅଧିକପଢ଼ନ୍ତୁ:ସ୍ପା ସେଣ୍ଟର ଉପରେ ଚଢ଼ାଉ; ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ ୬୮ଜଣ ପୁରୁଷ ଓ ମହିଳା

ପୁଲିସ ଏହି ଚୋରି ଘଟଣା ସମ୍ପର୍କରେ ରବିବାର ସୂଚନା ଦେଇ କହିଛି, ‘ଏକବର୍ଷ ହେବ ମନ୍ଦିରକୁ ଭକ୍ତମାନେ କରିଥିବା ଦାନର ହିସାବ କର୍ମଚାରୀ ଦେଇ ନଥିଲେ। ତାଙ୍କୁ ଯେତେବେଳେ ତାହାର ହିସାବ ମଗାଗଲା ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହାପରେ ପୁଲିସ ଶନିବାର ଉକ୍ତ କର୍ମଚାରୀଙ୍କ ବିରୋଧ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବୃନ୍ଦାବନ କୋତବାଲିର ଏଚଏସଓ ରବି ତ୍ୟାଗୀ କହିଛନ୍ତି,‘ଇସ୍କନ ମନ୍ଦିରର ସିଏଫ୍ଓ ଅଭିଯୋଗରେ କହିଛନ୍ତି ଯେ ମେମ୍ବରସିପ ବିଭାଗରେ କାର୍ଯ୍ୟ କରୁଥିବା ମୁରଲିଧର ଦାସଙ୍କୁ ମନ୍ଦିରରେ ଦାତା ଦାନ କରୁଥିବା ଟଙ୍କାକୁ ଜମା କରିବାକୁ ନିୟୋଜିତ କରାଯାଇଥିଲା। ଏଥିପାଇଁ ତାଙ୍କୁ ୩୨ଟି ରସିଦ ପୁସ୍ତକ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । 

ଅଧିକପଢ଼ନ୍ତୁ:ଢାବାରୁ ବାଘଛାଲ ଜବତ, ଦୁଇ ରାଜସ୍ଥାନୀ ସମେତ ୭ ଗିରଫ

ତ୍ୟାଗି କହିଛନ୍ତି ଯେ ଅନେକଥର ମୁରଲିଧର ଦାସଙ୍କୁ ରସିଦଗୁଡ଼ିକର ହିସାବ ଦେବାକୁ କୁହାଯାଇଥିଲା, ପ୍ରଥମେ ସେ ଏହାକୁ ଏଡ଼େଇ ଦେଇଥିଲେ। ବାରମ୍ବାର ତାଙ୍କୁ ରସିଦ ମଗା ଯିବାରୁ ସେ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ପୁଲିସ ତାଙ୍କୁ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe