ୱାସିଂଟନ/ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ୩୭ ବର୍ଷର ଶାସନକୁ ତୀବ୍ର ସମାଲୋଚନା କରିବା ସହ ଇରାନରେ ନୂତନ ନେତୃତ୍ୱ ପାଇଁ ଦାବି କରିଛନ୍ତି। ଇରାନର ଜନସାଧାରଣ ଏକ ଉତ୍ତମ ଶାସନ ପାଇବାକୁ ଯୋଗ୍ୟ ଏବଂ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଏହି କଠୋରପନ୍ଥୀ ଶାସନର ପରିସମାପ୍ତି ହେବା ଉଚିତ ବୋଲି ସେ କହିଛନ୍ତି। ଟ୍ରମ୍ପଙ୍କ ବୟାନକୁ ନେଇ ଇରାନ ସରକାର ଓ ଧାର୍ମିକ ନେତାମାନେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଏଭଳି ସ୍ଥିତି ଯୋଗୁଁ ଇରାନକୁ ନେଇ ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା ବଢ଼ିଛି।
Gajapati Utsav: ଗଜପତି ଉତ୍ସବ ଉଦ୍ଘାଟିତ; ଆସିଲେନି ମନ୍ତ୍ରୀ, ଲୋକେ ଅସନ୍ତୁଷ୍ଟ!
ଇରାନରେ ଚାଲିଥିବା ସରକାର ବିରୋଧୀ ଆନ୍ଦୋଳନକୁ ସମର୍ଥନ ଦେଇ ଟ୍ରମ୍ପ କହିଛନ୍ତି ଯେ ଇରାନର ଶାସକମାନେ ଦେଶର ସମ୍ପତ୍ତିକୁ ଜନକଲ୍ୟାଣ ପରିବର୍ତ୍ତେ ବିଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ୍ଚ କରୁଛନ୍ତି। ସେ କହିଛନ୍ତି, ‘ଇରାନର ସାହସୀ ଜନତା ଏବେ ନିଜ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ସେମାନଙ୍କ ସହିତ ଅଛି। ଖେମିନିଙ୍କ କ୍ରୂର ଶାସନ ଏବେ ଶେଷ ହେବା ଆବଶ୍ୟକ।’ ଆମେରିକାର ଏହି ଆଭିମୁଖ୍ୟ ଇରାନରେ ସାମ୍ବିଧାନିକ ପରିବର୍ତ୍ତନ ଆଣିବା ପାଇଁ ଏକ ବଡ଼ ସଙ୍କେତ ବୋଲି କୁହାଯାଉଥିବା ବେଳେ ଏହି ବୟାନବାଜି ଯୋଗୁଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି।
Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ
ଇରାନ ସରକାର ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ଦେଶର ‘ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ’ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆମେରିକା ନିଜ ଦେଶର ସମସ୍ୟା ପ୍ରତି ଧ୍ୟାନ ଦେବା ଉଚିତ ଏବଂ ଇରାନର ଜନତା ନିଜ ଭବିଷ୍ୟତ ନିଜେ ସ୍ଥିର କରିବାକୁ ସମର୍ଥ। ଖେମିନିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହାକୁ ପାଶ୍ଚାତ୍ୟ ଶକ୍ତିର ଏକ ଷଡ୍ଯନ୍ତ୍ର ବୋଲି ଅଭିହିତ କରାଯାଇଛି।
Follow Us