Advertisment

AI conference: ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦୀ: ବିଶ୍ୱସ୍ତରୀୟ ମଞ୍ଚକୁ ଅପବିତ୍ର କଲା ଘୃଣ୍ୟ ରାଜନୀତି

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମିରଟରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଦଳ ଉପରେ ଶାଣିତ ଆକ୍ରମଣ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମିରଟରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଦଳ ଉପରେ ଶାଣିତ ଆକ୍ରମଣ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ....

fsfshhfsxvbvb

ମିରଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମିରଟରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଦଳ ଉପରେ ଶାଣିତ ଆକ୍ରମଣ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍’  ସମୟରେ ଯୁବ କଂଗ୍ରେସ କର୍ମୀଙ୍କ ଦ୍ୱାରା କରାଯାଇଥିବା ‘ଅର୍ଦ୍ଧନଗ୍ନ’ ବିରୋଧ ପ୍ରଦର୍ଶନକୁ  ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିବା ସହ ଏହାକୁ ଦେଶ ପାଇଁ ଏକ ଅପମାନ ବୋଲି ଅଭିହିତ କରିଛନ୍ତି।

3rd hit wicket: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୨୦୨୬ର ତୃତୀୟ ହିଟ୍‌ ଓ୍ବିକେଟ୍‌

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ନିଜର  ଘୃଣ୍ୟ  ରାଜନୀତି ପାଇଁ ବ୍ୟବହାର କରି ଦେଶର ଗରିମାକୁ ବିଶ୍ୱ ଦରବାରରେ କ୍ଷୁଣ୍ଣ କରିଛି। ସେ ସ୍ପଷ୍ଟ କରିଛନ୍ତି ଯେ ଏଆଇ ଗ୍ଲୋବାଲ ସମିଟ୍ କୌଣସି ରାଜନୈତିକ ଦଳ ବା ବିଜେପିର କାର୍ଯ୍ୟକ୍ରମ ନଥିଲା, ବରଂ ଏହା ଭାରତର ବୈଷୟିକ ପ୍ରଗତି ଓ ନବସୃଜନକୁ ପ୍ରଦର୍ଶିତ କରିବା ପାଇଁ ଏକ ଜାତୀୟ ମଞ୍ଚ ଥିଲା। ମୋଦୀ କଂଗ୍ରେସ ଉପରେ ବ୍ୟକ୍ତିଗତ ଶତ୍ରୁତା  ଅଭିଯୋଗ ଆଣି କହିଛନ୍ତି,  କଂଗ୍ରେସ ନେତାମାନେ ମୋଦୀଙ୍କୁ ଏତେ ଘୃଣା କରନ୍ତି ଯେ ସେମାନେ ମୋ କବର ଖୋଳିବାକୁ ଚାହାନ୍ତି। ସେମାନେ କେବଳ ମୋତେ ନୁହେଁ,  ମୋ ମା’ଙ୍କୁ ମଧ୍ୟ ଅପମାନିତ କରିବାକୁ ପଛାଉ ନାହାନ୍ତି।   କଂଗ୍ରେସ  ଏହା ମନେ ରଖିବା ଉଚିତ ଥିଲା ଯେ ଏଆଇ ସମ୍ମିଳନୀରେ ବିଜେପିର କୌଣସି ନେତା ଉପସ୍ଥିତ ନଥିଲେ ଏବଂ ଏହା ସମ୍ପୂର୍ଣ୍ଣ ରୂପେ ଦେଶର କାର୍ଯ୍ୟକ୍ରମ ଥିଲା। ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନିର ମୁଖ୍ୟ ଓ ନବସୃଜନକାରୀଙ୍କ ସମ୍ମୁଖରେ ଏପରି ଅଶୋଭନୀୟ ଆଚରଣ ଦେଶ ପାଇଁ ଦୁର୍ଭାଗ୍ୟଜନକ ବୋଲି ସେ ଅଭିହିତ କରିଛନ୍ତି।

Neglect: ପକ୍କା ରାସ୍ତା ଓ ବିଦ୍ୟୁତ ନଥିବା ଗ୍ରାମ ତେନ୍ତୁଳିପଡ଼ା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା ପରିବର୍ତ୍ତେ କେବଳ ନକାରାତ୍ମକ ମାନସିକତା ନେଇ ଚାଲୁଛନ୍ତି। ଦେଶ ଯେତେବେଳେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ପତିଆରା ପ୍ରଦର୍ଶନ କରୁଛି, ସେତେବେଳେ ଏପରି ଆଚରଣ ଗ୍ରହଣୀୟ ନୁହେଁ। କଂଗ୍ରେସ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଜାତୀୟ ଉତ୍ସବର ମର୍ଯ୍ୟାଦା ଲଙ୍ଘନ କରିଥିବାରୁ ଦେଶବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe