Modi speaks to Trump: ବାଣିଜ୍ୟିକ ତିକ୍ତତା ଭିତରେ ଟ୍ରମ୍ପଙ୍କ ସହ କଥା ହେଲେ ମୋଦୀ: ଦ୍ବିପାକ୍ଷିକ ସଂପର୍କ ସୁଦୃଢ଼ ପାଇଁ ଗୁରୁତ୍ୱ

Advertisment

ଭାରତ-ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ଏହି ବାର୍ତ୍ତାଳାପ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି।

ଭାରତ-ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ଏହି ବାର୍ତ୍ତାଳାପ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି।

modi trumpdddd

Photograph: (The Wire)

ନୂଆଦିଲ୍ଲୀ/ୱାସିଂଟନ: ଭାରତ-ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ଏହି ବାର୍ତ୍ତାଳାପ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି। ଉଭୟ ନେତା ଭାରତ-ଆମେରିକା ବ୍ୟାପକ ରଣନୈତିକ ଭାଗିଦାରୀ ସଂକ୍ରାନ୍ତରେ ଅଗ୍ରଗତି ନେଇ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ମତ ବିନିମୟ ହୋଇଥିଲା। ଦ୍ୱିପାକ୍ଷିକ ସମ୍ପର୍କ  ସୁଦୃଢ଼ ହେଉଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିବା ସହ ଏହି ସଂପର୍କର ଧାରା ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ

ଏହା ବ୍ୟତୀତ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ ମୋଦୀ-ଟ୍ରମ୍ପ ଆଲୋଚନା କରିଛନ୍ତି। ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେମାନେ ପ୍ରତିବଦ୍ଧତା ଦୋହରାଇଛନ୍ତି। ଉଭୟ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଯୋଗାଯୋଗ ଜାରି ରଖିବାକୁ ସହମତି ପ୍ରକାଶ ପାଇଛି। ଏହି କଥାବାର୍ତ୍ତା ଦୁଇ ଦେଶ ମଧ୍ୟରେ ପୁରୁଣା ବନ୍ଧୁତାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।  ସୂଚନାଯୋଗ୍ୟ, ଦୁଇ ଦେଶ ଏବେ ଏକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଜାରି ରଖିଛନ୍ତି। ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଚଢ଼ା ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଲାଗି ରହିଛି। ନିକଟରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇଦିନିଆ ଭାରତ ଗସ୍ତ କରିଥିବା ବେଳେ ଆଜି ମୋଦୀ-ଟ୍ରମ୍ପଙ୍କ ଆଲୋଚନା ଦ୍ବିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବିବଚେନା କରାଯାଉଛି।

Robbery: ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe