Advertisment

Mann Ki Baat: ‘ମନ୍ କୀ ବାତ୍’ରେ ମୋଦୀଙ୍କ ‘ଟେକ୍-ସଂସ୍କୃତି’ ମନ୍ତ୍ର

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୩୧ ତମ ଅଧ୍ୟାୟରେ  ଦେଶବାସୀଙ୍କୁ ସମ୍ବୋଧିତ କରି ଆଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କିଭଳି ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରୁଛି....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୩୧ ତମ ଅଧ୍ୟାୟରେ  ଦେଶବାସୀଙ୍କୁ ସମ୍ବୋଧିତ କରି ଆଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କିଭଳି ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରୁଛି....

maan ki baat

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୩୧ ତମ ଅଧ୍ୟାୟରେ  ଦେଶବାସୀଙ୍କୁ ସମ୍ବୋଧିତ କରି ଆଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କିଭଳି ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରୁଛି, ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ‘ଗ୍ଲୋବାଲ୍ ଏଆଇ ଇମ୍ପାକ୍ଟ ସମିଟ୍’ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଏଆଇ) ଆଜି ଭାରତର ପ୍ରାଚୀନ ଐତିହ୍ୟକୁ ସଂରକ୍ଷିତ ରଖିବାରେ ଏକ ବୃହତ୍‌ ଭୂମିକା ଗ୍ରହଣ କରୁଛି। ବିଶେଷ ଭାବେ ଏଆଇ ସାହାଯ୍ୟରେ ପ୍ରାଚୀନ ଗ୍ରନ୍ଥ ଏବଂ ଦୁର୍ଲଭ ପାଣ୍ଡୁଲିପିଗୁଡ଼ିକର ଡିଜିଟାଲକରଣ କରାଯାଇଛି। ସମ୍ମିଳନୀରେ ପ୍ରଦର୍ଶିତ ହୋଇଥିବା ସୁଶ୍ରୁତ ସଂହିତାକୁ ଏଆଇ ସାହାଯ୍ୟରେ ସରଳ ଓ ପଢ଼ିବା ଯୋଗ୍ୟ ପାଠ୍ୟରେ ପରିଣତ କରାଯାଇଛି, ଯାହା ବିଶ୍ୱର ବିଭିନ୍ନ ଭାଷାରେ ଅନୁବାଦ ହୋଇ ଶିକ୍ଷାର୍ଥୀ ଓ ଗବେଷକଙ୍କ ନିକଟରେ ପହଞ୍ଚିପାରିବ। ଏହି ବୈଷୟିକ ସଫଳତା ଭାରତର ଜ୍ଞାନ ପରମ୍ପରାକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।

 ଏଆଇ ସହ ସୁରକ୍ଷିତ ଡିଜିଟାଲ୍ ଭାରତର ଆହ୍ୱାନ
‘ଡିଜିଟାଲ୍ ଆରେଷ୍ଟ’ ଠକେଇରୁ ବର୍ତ୍ତିବାକୁ ଦେଲେ ତିନିସୂତ୍ରୀ ପରାମର୍ଶ

ଅନ୍ୟପକ୍ଷରେ, ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ବିଶେଷ କରି ‘ଡିଜିଟାଲ୍ ଆରେଷ୍ଟ’ ଭଳି ନୂତନ ପ୍ରକାରର ଠକେଇରୁ ବର୍ତ୍ତିବା ପାଇଁ ସେ ଦେଶବାସୀଙ୍କୁ ସତର୍କ କରାଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଆଇନ ଅନୁଯାୟୀ କୌଣସି ଅନୁସନ୍ଧାନକାରୀ ସଂସ୍ଥା ହ୍ୱାଟସଆପ୍ କିମ୍ବା  ଅନ୍ୟ କଲ୍ ମାଧ୍ୟମରେ କାହାକୁ ଗିରଫ କରନ୍ତି ନାହିଁ। ଏଥିରୁ ରକ୍ଷା ପାଇବା ପାଇଁ ସେ ‘ରୁହନ୍ତୁ, ଭାବନ୍ତୁ ଓ ପଦକ୍ଷେପ ନିଅନ୍ତୁ’ (ଷ୍ଟପ୍, ଥିଙ୍କ୍ ଆଣ୍ଡ୍‌ ଆକ୍ଟ) ମନ୍ତ୍ର ଦେଇଛନ୍ତି। ଯଦି କେହି ଏପରି ଫୋନ୍ କଲ୍ ପାଆନ୍ତି, ତେବେ ଭୟଭୀତ ନହୋଇ ତୁରନ୍ତ ସାଇବର୍ କ୍ରାଇମ ଶାଖା କିମ୍ବା ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି  ମାନବିକତା ପ୍ରସଙ୍ଗରେ କେରଳର  ଆଲିନ୍ ଶେରିନ୍ ଆବ୍ରାହାମଙ୍କ ଅଙ୍ଗଦାନକୁ ପ୍ରଧାନମନ୍ତ୍ରୀ ସମ୍ମାନ ଜଣାଇଛନ୍ତି। ଆଲିନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅଙ୍ଗଦାନ କରି ଅନେକଙ୍କ ଜୀବନ ବଞ୍ଚାଇବା ଏକ ବଡ଼ ସେବା ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହା ସହିତ   ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ପରୀକ୍ଷାକୁ ଚାପ ନୁହେଁ ବରଂ ଏକ ଉତ୍ସବ ଭାବେ ଗ୍ରହଣ କରନ୍ତୁ। ଦୁଇ ଦିନ ପରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଜୟନ୍ତୀ ଥିବାରୁ ଏହି  ଅବସରରେ ପ୍ରଧାନମନ୍ତ୍ରୀ  ତାଙ୍କୁ ସ୍ମରଣ କରିଛନ୍ତି ଏବଂ ତାମିଲନାଡ଼ୁ ପାଇଁ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe