Police Officer Stole Phone:ମହିଳା ପୁଲିସ ଅଧିକାରୀଙ୍କ ଚୋରି ଧରାଇ ଦେଲା ସିସିଟିଭି; ସାଙ୍ଗ ଘରୁ ଉଠାଇ ନେଇଥି‌ଲେ ଟଙ୍କା ଓ ମୋବାଇଲ

Advertisment

ସାଙ୍ଗ ସ୍ନାନ ପାଇଁ ଯାଇଥିବା ବେଳେ ଘରେ ପଶି ନଗଦ ଟଙ୍କା ଓ ଫୋନ ଚୋରି କଲେ ବରିଷ୍ଠ ମହିଳା ପୁଲିସ ଅଧିକାରୀ। ସିସିଟିଭି ଚୋରି ଧରାଇ ଦେବା ପରେ ମଧ୍ୟପ୍ରଦେଶ ପୁଲିସ ବିଭାଗ ଉପରେ ପଡ଼ିଛି ଚଡ଼କ।

ସାଙ୍ଗ ସ୍ନାନ ପାଇଁ ଯାଇଥିବା ବେଳେ ଘରେ ପଶି ନଗଦ ଟଙ୍କା ଓ ଫୋନ ଚୋରି କଲେ ବରିଷ୍ଠ ମହିଳା ପୁଲିସ ଅଧିକାରୀ। ସିସିଟିଭି ଚୋରି ଧରାଇ ଦେବା ପରେ ମଧ୍ୟପ୍ରଦେଶ ପୁଲିସ ବିଭାଗ ଉପରେ ପଡ଼ିଛି ଚଡ଼କ।

Untitled-3

mp-police-officer-stole-rs-2-lakh-and-a-mobile-phone-from-her-friends Photograph: (@sambad.in)

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ପୁଲିସର ଜଣେ ବରିଷ୍ଠ ମହିଳା ଅଧିକାରୀଙ୍କ ବିରୋଧରେ ଚୋରି ଅଭିଯୋଗ ହୋଇଛି। ଏହି ଅଭିଯୋଗ ମଧ୍ୟପ୍ରଦେଶ ପୁଲିସ ବିଭାଗକୁ ନେଇ ଲୋକେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚୋରି ଅଭିଯୋଗ ହୋଇଥିବା ପୁଲିସ ଅଧିକାରୀଙ୍କ ନାମ କଳ୍ପନା ରଘୁବଂଶୀ। ଯିଏକି ପୁଲିସ ମୁଖ୍ୟାଳୟରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ (ଡିଏସପି) ଭାବରେ ନିଯୁକ୍ତ ଅଛନ୍ତି। 

ସାଙ୍ଗ ଘରୁ ଚୋରି କଲେ ମହିଳା ପୁଲିସ ଅଧିକାରୀ

ସବଇନ୍ସପେକ୍ଟର ବିଟ୍ଟୁ ଶର୍ମା ମହିଳା ପୁଲିସ ଅଧିକାରୀଙ୍କ ଚୋରି ଘଟଣାକୁ ନେଇ କହିଛନ୍ତି, ‘ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଚୋରି ନଗଦ ୨ ଲକ୍ଷ ଟଙ୍କ‌ା ଏପର୍ଯ୍ୟନ୍ତ ମିଳି ନାହିଁ। ପୁଲିସ ମୁଖ୍ୟାଳୟ ଅଭିଯୁକ୍ତ ଅଧିକାରୀଙ୍କୁ ବିଭାଗୀୟ ନୋଟିସ ଜାରି କରିଛି।ଏହି ଘଟଣା ପୁଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି। ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ଅଧିକପଢ଼ନ୍ତୁ:ସାଧାରଣ ଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ

କଳ୍ପନାଙ୍କ ବନ୍ଧୁ ପୁଲିସରେ ସାଙ୍ଗ ବିରୋଧରେ ଏକ ଅଭିଯୋଗ କରି କହିଛନ୍ତି,‘ ସେ ତାଙ୍କ ମୋବାଇଲ୍ ଫୋନ୍ ଚାର୍ଜରେ ଲଗାଇ ଗାଧୋଇବାକୁ ଯାଇଥିଲେ। ସେ ବାଥରୁମରୁ ବାହାରକୁ ଆସିବାପରେ କଲ କରିବା ପାଇଁ ଫୋନ ଖୋଜିଥିଲେ କିନ୍ତୁ ପାଇ ନଥିଲେ। କେବଳ ଏତିକି ନୁହେଁ ପର୍ସରୁ ଟଙ୍କା ମଧ୍ୟ ଗାଏବ ଥିଲା।  ଏହି ଘଟଣା ପରେ ‌ସେ କିଛି ବୁଦ୍ଧି ବିଚାରି ପାରି ନଥି‌ଲେ।

ସିସିଟିଭି ଫୁଟେଜ ଧରାଇଲା ଚୋରି

ସଙ୍ଗେସଙ୍ଗେ ତୁରନ୍ତ ତାଙ୍କ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ, ଯେଉଁଥିରେ ଡିଏସ୍ପି ରଘୁବଂଶୀ ତାଙ୍କ ଘରେ ପ୍ରବେଶ କରି ବାହାରୁଥିବା ସମୟରେ ହାତରେ ଟଙ୍କାବିଡ଼ା ଧରିଥିବା ଦେଖିବାକୁ ପାଇଥିଲେ।’

ଅଧିକପଢ଼ନ୍ତୁ: ମୁକ୍ତ ହେଲେ ମୁମ୍ବାଇ ଷ୍ଟୁଡିଓରେ ପଣବନ୍ଦୀ ଥିବା ୨୦ ଶିଶୁ,  ଅଭିଯୁକ୍ତ ଗିରଫ

police officer smartphone

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe