Manipur: ମଣିପୁରର ଚୁରାଚାନ୍ଦପୁରରେ ମୈତେୟୀ ବ୍ୟକ୍ତିଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା

Advertisment

ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ସନ୍ଦିଗ୍ଧ କୁକି ଆତଙ୍କବାଦୀମାନେ ଜଣେ ମୈତେୟୀ ବ୍ୟକ୍ତିଙ୍କୁ ଅପହରଣ କରିବା ପରେ ଗୁଳି କରି ହତ୍ୟା କରିଛନ୍ତି। ଜାତିଗତ ହିଂସା ପ୍ରଭାବିତ ରାଜ୍ୟରେ ଗତ କିଛି ମାସ ମଧ୍ୟରେ ଏପରି ଘଟଣା ଘଟି ନ ଥିଲା

ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ସନ୍ଦିଗ୍ଧ କୁକି ଆତଙ୍କବାଦୀମାନେ ଜଣେ ମୈତେୟୀ ବ୍ୟକ୍ତିଙ୍କୁ ଅପହରଣ କରିବା ପରେ ଗୁଳି କରି ହତ୍ୟା କରିଛନ୍ତି। ଜାତିଗତ ହିଂସା ପ୍ରଭାବିତ ରାଜ୍ୟରେ ଗତ କିଛି ମାସ ମଧ୍ୟରେ ଏପରି ଘଟଣା ଘଟି ନ ଥିଲା

New Project (29)

manipur Photograph: (sambad.in)

ଗୁଆହାଟୀ: ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ସନ୍ଦିଗ୍ଧ କୁକି ଆତଙ୍କବାଦୀମାନେ ଜଣେ ମୈତେୟୀ ବ୍ୟକ୍ତିଙ୍କୁ ଅପହରଣ କରିବା ପରେ ଗୁଳି କରି ହତ୍ୟା କରିଛନ୍ତି। ଜାତିଗତ ହିଂସା ପ୍ରଭାବିତ ରାଜ୍ୟରେ ଗତ କିଛି ମାସ ମଧ୍ୟରେ ଏପରି ଘଟଣା ଘଟି ନ ଥିଲା। ଗତ ବର୍ଷ ଫେବ୍ରୁଆରି ୧୩ ତାରିଖରୁ ରାଷ୍ଟ୍ରପତି ଶାସନ ଅଧୀନରେ ଥିବା ରାଜ୍ୟରେ ସରକାର ଗଠନକୁ ନେଇ କଳ୍ପନାଜଳ୍ପନା ବଢୁଛି।

ଆହୁରି ପଢନ୍ତୁ- Mayor Election: ଚଣ୍ଡିଗଡ଼ ମେୟର ନିର୍ବାଚନ: ଭାଙ୍ଗିଲା ଆପ୍-କଂଗ୍ରେସ ମେଣ୍ଟ, ଫାଇଦା ନେବ ବିଜେପି !

ମିଳିଥିବା ସୂଚନା ମୁତାବକ, ବୁଧବାର ଚୁରାଚାନ୍ଦପୁର ଜିଲ୍ଲାର ତୁଇବୋଙ୍ଗ ଅଞ୍ଚଳରେ ଥିବା ଘରୁ ମୃତ ମାୟାଙ୍ଗଲାମ୍ବମ୍ ଋଷିକାନ୍ତ ସିଂହ ଓ ତାଙ୍କ କୁକି ପତ୍ନୀ ଚିଙ୍ଗନୁ ହାଓକିପଙ୍କୁ ଅପହରଣ କରାଯାଇଥିଲା। ପରେ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ମହିଳାଙ୍କୁ ଛାଡି ଦିଆଗଲା। ଏହି ବ୍ୟକ୍ତି ଜଣକ ମୂଳତଃ ଇମ୍ଫାଲ ଉପତ୍ୟକାର କାକଚିଂ ଖୁନୋର ବାସିନ୍ଦା ଥିଲେ।

ଆହୁରି ପଢନ୍ତୁ- Investment of Rs 30,000 crore in Western Odisha:ପଶ୍ଚିମ ଓଡ଼ିଶାରେ ୩୦ହଜାର କୋଟିର ନିବେଶ

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୁଲିସ ମଧ୍ୟରାତ୍ରିରେ ନାଟଜାଙ୍ଗ ଗ୍ରାମରୁ ମୃତଦେହ ଉଦ୍ଧାର କରି ଚୁରାଚାନ୍ଦପୁର ଜିଲ୍ଲା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ୟୁନାଇଟେଡ୍ କୁକି ନ୍ୟାସନାଲ ଆର୍ମି, ଯାହା ସସପେନସନ୍ ଅଫ୍ ଅପରେସନ୍ (ଏସ୍ଓଓ) ଚୁକ୍ତିନାମା ସ୍ୱାକ୍ଷର କରିନାହିଁ, ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ପ୍ରାୟ ଦୁଇ ଡଜନ କୁକି ବିଦ୍ରୋହୀ ଗୋଷ୍ଠୀ ପୂର୍ବରୁ ମଣିପୁର ଓ କେନ୍ଦ୍ର ସରକାରଙ୍କ ସହ ତ୍ରିପାକ୍ଷିକ ଏସ୍ଓଓ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ମୃତ ବ୍ୟକ୍ତି ବିବାହ ପରେ ଏକ ଆଦିବାସୀ ନାମ ଜିନମିନ୍ଥାଙ୍ଗ ଗ୍ରହଣ କରିଥିଲେ। ରିପୋର୍ଟରୁ ଜଣାପଡିଛି ଯେ ସେ ନେପାଳରେ ଚାକିରି କରୁଥିଲେ ଓ ମାତ୍ର ତିନି ଦିନ ପୂର୍ବରୁ ଘରକୁ ଫେରିଥିଲେ। ଜାତିଗତ ଉତ୍ତେଜନା ଓ ମତଭେଦ ସତ୍ତ୍ବେ କିଛି କୁକି ଗୋଷ୍ଠୀ ମୃତକଙ୍କୁ ତାଙ୍କ ପତ୍ନୀଙ୍କ ସହ ରହିବାକୁ ଅନୁମତି ଦେଇଥିବା ଜଣାଯାଇଛି।

ମଣିପୁର ଜାତିଗତ ହିଂସାରେ ଅଦ୍ୟାବଧି ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଆନୁମାନିକ ୬୦,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି। ଅଧିକାଂଶ ବିସ୍ଥାପିତ ଲୋକ ଏବେ ମଧ୍ୟ ରିଲିଫ୍ କ୍ୟାମ୍ପରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe