ୱାଶିଂଟନ: ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ତଥା ସୋସିଆଲ୍ ନେଟୱାର୍କିଂ ସାଇଟ ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ ଉଇକିପିଡ଼ିଆକୁ ଏହାର ନାମ ପରିବର୍ତ୍ତନ କରିବାକୁ କହିଛନ୍ତି। କମ୍ପାନି ଏହାର ନାମ ଉଇକିପିଡ଼ିଆରୁ ଡିକିପିଡ଼ିଆକୁ ବଦଳାଇବା ନେଇ ମସ୍କ ଏକ ବଡ଼ ଲୋଭନୀୟ ଅଫର ପ୍ରଦାନ କରିଛନ୍ତି।
ଯଦି ଉଇକିପିଡ଼ିଆ ଏହା କରେ ତେବେ ମସ୍କ ୧ ବିଲିୟନ ଡଲାର (ପ୍ରାୟ ୮୫୩୯ କୋଟି ଟଙ୍କା) ଦେବେ। ଏହି ପ୍ରସ୍ତାବ ଏପର୍ଯ୍ୟନ୍ତ ଖୋଲା ଅଛି, ଯଦି ଉଇକିପିଡ଼ିଆ ଚାହୁଁଛି, ଏହାକୁ ଗ୍ରହଣ କରି ପ୍ରାୟ ୯ ହଜାର କୋଟି ଟଙ୍କା ରୋଜଗାର କରିପାରିବ।
ଏହି ଅଫର ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଖୋଲା ରହିବ। ଜଣେ ବ୍ୟକ୍ତି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ମସ୍କଭ୍କର ଏହି ଅଫର ବିଷୟରେ ଏକ ପୋଷ୍ଟ ଲେଖିଥିଲେ, ଯାହାର ଟୁଇଟର ଜବାବ ଦେଇ ନିଜେ ଏଲନ୍ ମସ୍କଙ୍କ ପକ୍ଷରୁ ଏହା ନିଶ୍ଚିତ ହୋଇଥିଲା।
ଅଧିକ ପଢ଼ନ୍ତୁ: କାଜାଖସ୍ତାନ ବିମାନ ଦୁର୍ଘଟଣା: ରୁଷିଆକୁ ଦାୟୀ କଲା ୟୁକ୍ରେନ
ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୩ମସିହାରେ ଏଲନ୍ ମସ୍କ ଉଇକିପିଡ଼ିଆରେ ଏକ ପୋଷ୍ଟ ଲେଖିଥିଲେ। ଏହି ପୋଷ୍ଟରେ, ମସ୍କ ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ୱାରା ଅଂଶୀଦାର ହୋଇଥିବା ବିଷୟବସ୍ତୁ ଉପରେ ପ୍ରତିକ୍ରିୟା ଦେଇଥିଲେ । ସେ ଲେଖିଥିଲେ ଯେ, ଉଇକିମିଡ଼ିଆ ଫାଉଣ୍ଡେସନ କାହିଁକି ଏତେ ଟଙ୍କା ମାଗୁଛି କେହି କେବେ ଭାବିଛନ୍ତି କି?
ଉଇକିପିଡ଼ିଆ ଚଳାଇବା ପାଇଁ ତୁମର ସେତେ ଟଙ୍କା ଦରକାର ନାହିଁ । ଲୋକମାନେ ନିଜ ଫୋନରେ ଉଇକିପିଡ଼ିଆ ପାଇପାରିବେ! ତେବେ ଏହି ଟଙ୍କା କୁଆଡେ ଯାଏ? ସମସ୍ତେ ଜାଣିବାକୁ ଚାହାଁନ୍ତି। ଏହି ପୋଷ୍ଟ ଲେଖିବା ପରେ ସେ ଅନ୍ୟ ଏକ ପୋଷ୍ଟ ଲେଖି ଉଇକିପିଡ଼ିଆକୁ ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ।
ଅଧିକ ପଢ଼ନ୍ତୁ: ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବ ଚୀନ୍: ଭାରତ ବନ୍ୟାରେ ବୁଡ଼ିବା ଆଶଙ୍କା
Follow Us