Navjot Kaur : ସିଦ୍ଧୁଙ୍କ ପତ୍ନୀ ନବଜୋତଙ୍କୁ ବହିଷ୍କାର କଲା କଂଗ୍ରେସ୍

Advertisment

ପୂର୍ବତନ କ୍ରିକେଟ ଖେଳାଳି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ କଂଗ୍ରେସ ଦଳର ପ୍ରାଥମମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି। ଗତ ଶନିବାର ନବଜୋତ ଦେଇଥିବା ବିବାଦୀୟ ବୟାନ ପରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ପୂର୍ବତନ କ୍ରିକେଟ ଖେଳାଳି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ କଂଗ୍ରେସ ଦଳର ପ୍ରାଥମମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି। ଗତ ଶନିବାର ନବଜୋତ ଦେଇଥିବା ବିବାଦୀୟ ବୟାନ ପରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

siddhu

Navjot siddhu

Navjot Kaur : ପୂର୍ବତନ କ୍ରିକେଟ ଖେଳାଳି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ କଂଗ୍ରେସ ଦଳର ପ୍ରାଥମମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି। ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ବାଡିଂ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରିଛନ୍ତି। ଗତ ଶନିବାର ନବଜୋତ ଦେଇଥିବା ବିବାଦୀୟ ବୟାନ ପରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର (ଡିସେମ୍ବର 6) ନବଜୋତ କୌର ସିଦ୍ଧୁ କହିଥିଲେ ଯେ ତାଙ୍କ ପରିବାର ପାଖରେ କୌଣସି ଦଳକୁ ଯୋଗଦାନ ଦେବା ପାଇଁ ଟଙ୍କା ନାହିଁ। ସେ କହିଥିଲେ ଯେ ୫୦୦ କୋଟି ଦେଲେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ହୋଇପାରିବ । 

ଆହୁରି ପଢନ୍ତୁ : Naxal Surrenders: ଦୁର୍ଦ୍ଦାନ୍ତ ସେଣ୍ଟ୍ରାଲ କମିଟି ସଦସ୍ୟ ରାମଧରଙ୍କ ସହ ୧୨ ନକ୍ସଲଙ୍କ ଆତ୍ମସମର୍ପଣ

ନବଜୋତ କୌର କ’ଣ କହିଥିଲେ?

ଗତ ଶନିବାର (ଡିସେମ୍ବର ୬) ଚଣ୍ଡିଗଡ଼ରେ ଗଣମାଧ୍ୟମକୁ ନବଜୋତ କୌର କହିଥିଲେ ଯେ "ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀ ମୁହଁ ଘୋଷଣା କଲେ ହିଁ ସେ  ସକ୍ରିୟ ରାଜନୀତିକୁ ଫେରିବେ।" ତେବେ ଏଥିପାଇଁ ତାଙ୍କ ପାଖରେ କୌଣସି ଦଳକୁ ଦେବା ପାଇଁ ଟଙ୍କା ନାହିଁ ।

ସେ କହିଥିଲେ “ସିଦ୍ଧୁ ପଞ୍ଜାବକୁ 'ସୁନାର ରାଜ୍ୟ' କରିପାରିବେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚୌକିରେ ବସିବା ପାଇଁ ଆମ ପାଖରେ ୫୦୦ କୋଟି ଟଙ୍କା ନାହିଁ, ଯିଏ ୫୦୦ କୋଟି ଟଙ୍କାର ସୁଟକେସ୍ ଦିଏ, ସେ ମୁଖ୍ୟମନ୍ତ୍ରୀ ହୋଇଯାଏ।“ ନବଜୋତଙ୍କ ଏହି ବୟାନ ପରେ ବିବାଦ ବଢିବା ସହ ରାଜନୀତି ଜୋର ଧରିଥିଲା । ଏପରିକି ନବଜୋତଙ୍କ ବୟାନକୁ ନେଇ ବିଜେପି ଓ ଆପ କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ । 

ଆହୁରି ପଢନ୍ତୁ : Silent Killer Diseases : ଲକ୍ଷଣ ନଦେଖାଇ ଆମ ଶରୀରରେ ଏସବୁ ରୋଗ ପ୍ରଭାବ ବିସ୍ତାର କରିଥାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe