Advertisment

Nepal General Election: ନେପାଳ ସାଧାରଣ ନିର୍ବାଚନ: ବିପୁଳ ବିଜୟ ଦିଗରେ ଜେନ୍‌ ଜିଙ୍କ ପସନ୍ଦ ବାଲେନ୍‌ ଶାହ

Advertisment

ଗତବର୍ଷ ସେପ୍ଟେମ୍ବରରେ ହୋଇଥିବା ଜେନ୍‌ ଜି ଆନ୍ଦୋଳନ କେପି ଶର୍ମା ଓଲିଙ୍କୁ କ୍ଷମତାରୁ ବେଦଖଲ କରିଦେଇଥିଲା। ଦୁଇ ଦିନ ଲାଗି ରହିଥିବା ହିଂସାରେ ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨୦୦୦ରୁ ଅଧିକ ଆହତ ହୋଇଥିଲେ।

ଗତବର୍ଷ ସେପ୍ଟେମ୍ବରରେ ହୋଇଥିବା ଜେନ୍‌ ଜି ଆନ୍ଦୋଳନ କେପି ଶର୍ମା ଓଲିଙ୍କୁ କ୍ଷମତାରୁ ବେଦଖଲ କରିଦେଇଥିଲା। ଦୁଇ ଦିନ ଲାଗି ରହିଥିବା ହିଂସାରେ ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨୦୦୦ରୁ ଅଧିକ ଆହତ ହୋଇଥିଲେ।

98

Photograph: (@SAMBAD.IN)

କାଠମାଣ୍ଡୁ: ନେପାଳରେ ଜେନ୍‌ ଜି ଆନ୍ଦୋଳନ ପରେ ପ୍ରଥମ ଥର ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରାପର୍‌ରୁ ରାଜନେତା ପାଲଟିଥିବା ବାଲେନ୍ଦ୍ର ଶାହଙ୍କ ଦଳ ଆର୍‌ଏସ୍‌ପି ବିପୁଳ ବିଜୟ ଦିଗରେ ବଢ଼ୁଛି। ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣନା ଜାରି ରହିଥିବାବେଳେ ଆର୍‌ଏସ୍‌ପି ୯୫ ଆସନରେ ଆଗୁଆ ରହିଛି। ପ୍ରାରମ୍ଭିକ ଫଳାଫଳ ଅନୁଯାୟୀ ଦେଶ ଇତିହାସ ରଚିବାକୁ ଯାଉଛି। ଗତବର୍ଷ ସେପ୍ଟେମ୍ବରରେ ହୋଇଥିବା ଜେନ୍‌ ଜି ଆନ୍ଦୋଳନ କେପି ଶର୍ମା ଓଲିଙ୍କୁ କ୍ଷମତାରୁ ବେଦଖଲ କରିଦେଇଥିଲା। ଦୁଇ ଦିନ ଲାଗି ରହିଥିବା ହିଂସାରେ ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨୦୦୦ରୁ ଅଧିକ ଆହତ ହୋଇଥିଲେ।

ଅଧିକପଢ଼ନ୍ତୁ:ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ: ଅନୁଜ ଅଗ୍ନିହୋତ୍ରୀ ଟପ୍ପର

 ଏହି ଘଟଣା ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସଂସଦକୁ ଭାଙ୍ଗି ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ସୁଶିଲା କାର୍କିଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ। ଏପର୍ଯ୍ୟନ୍ତ ଆସିଥିବା ଫଳାଫଳ ଅନୁଯାୟୀ ପୁରୁଣା ତଥା ପାରମ୍ପରିକ ପାର୍ଟି ବିଶେଷକରି ବାମପନ୍ଥୀ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଯୁବପିଢ଼ିଙ୍କ ପ୍ରବଳ ସମର୍ଥନ ଯୋଗୁଁ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆର୍‌ଏସ୍‌ପି) ମଜଭୁତ ଭାବେ ଆଗକୁ ବଢ଼ୁଥିବା ଦେଖିବାକୁ ମିଳୁଛି। ସମଗ୍ର ନିର୍ବାଚନରେ ସବୁଠୁ ଚର୍ଚ୍ଚିତ ଓ ହାଇପ୍ରୋଫାଇଲ ଲଢ଼େଇ ଝାପା-୫ ଆସନରେ ହେଉଛି। ଏଠାରେ କାଠମାଣ୍ଡୁର ପୂର୍ବତନ ମେୟର, ରୢାପର୍‌ ତଥା ଆର୍‌ଏସ୍‌ପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଲେନ ଶାହ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କଠାରୁ ବହୁ ଆଗରେ ଅଛନ୍ତି।

ନେପାଳୀ କଂଗ୍ରେସ ୧୦ଟି ଆସନରେ ଆଗୁଆ

ଏହି ନିର୍ବାଚନ ନେପାଳ ରାଜନୀତିରେ ସ୍ପଷ୍ଟ ଭାବେ ପିଢ଼ିଗତ ପରିବର୍ତ୍ତନର କାହାଣୀ ଲେଖିବାକୁ ଯାଉଛି। ନେପାଳରେ ମାର୍ଚ୍ଚ ୫ ତାରିଖରେ ପ୍ରତିନିଧି ସଭା (ସଂସଦର ନିମ୍ନ ସଦନ)ର ୨୭୫ ଆସନରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା। ନିର୍ବାଚନ ଆୟୋଗ ଭୋଟବାକ୍ସ ଏକାଠି କରିବା ପରେ ତୁରନ୍ତ ଗଣନା ଆରମ୍ଭ କରିଥିଲେ। ନେପାଳ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ୬୦% ମତଦାନ ହୋଇଥିଲା। ଦେଶରେ ଏଥିପାଇଁ ୧୦,୯୬୩ ମତଦାନ କେନ୍ଦ୍ର କରାଯାଇଥିଲା। ମାର୍ଚ୍ଚ ୯ ତାରିଖ ସୁଦ୍ଧା ଭୋଟଗଣତି ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାମ ପ୍ରସାଦ ଭଣ୍ଡାରି କହଥିଲେ। ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିବା ୧୬୫ ଆସନରେ ଫଳାଫଳ ଆଜି ଆସିଯିବ। ବାକି ୧୧୦ ଆସନରେ ଫଳାଫଳ ଆନୁପାତିକ ପ୍ରତିନିଧ୍ବତ୍ବ ପ୍ରଣାଳୀ ମାଧ୍ୟମରେ ହେବ। ଦ କାଠମାଣ୍ଡୁ ପୋଷ୍ଟ ରିପୋର୍ଟ ଅନୁଯାୟୀ ଓଲିଙ୍କ ସିପିଏନ୍‌-ୟୁଏମ୍‌ଏଲ୍‌ ୯, ନେପାଳୀ କଂଗ୍ରେସ ୧୦ଟି ଆସନରେ ଆଗୁଆ ରହିଛନ୍ତି।

ଅଧିକପଢ଼ନ୍ତୁ:ଦୁବାଇରେ ଫସିରହିଛି ଟନ୍‌ ଟନ୍‌ ସୁନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe