No tomahawk missiles to Ukraine: Trump once again takes Zelensky to task with lollipop Photograph: (sambad.in)
ୱାଶିଂଟନ: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭେଟିବା ପାଇଁ ୱାଶିଂଟନରେ ପହଞ୍ଚିଥିଲେ। ସେ ଆଶା କରିଥିଲେ ଯେ, ଟ୍ରମ୍ପ୍ ୟୁକ୍ରେନକୁ ଟୋମାହକ୍ କ୍ଷେପଣାସ୍ତ୍ର ଯୋଗାଇବାକୁ ରାଜି ହେବେ, ଯାହା ଋଷିଆ ବିରୋଧରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ। ତଥାପି, ଆମେରିକା ରାଷ୍ଟ୍ରପତି ମନା କରି କହିଥିଲେ ଯେ, କ୍ଷେପଣାସ୍ତ୍ରଗୁଡ଼ିକ ବର୍ତ୍ତମାନ ଆମେରିକା ପାଇଁ ଆବଶ୍ୟକ।
ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଥିଲେ, ସେ ଯୁଦ୍ଧ ବନ୍ଦ ରଖିବାକୁ ଚାହାଁନ୍ତି। ସେ କହିଛନ୍ତି ଯେ ଜେଲେନ୍ସକି ଏବଂ ପୁଟିନ ଉଭୟ ଏହାକୁ ରୋକିବାକୁ ଚାହାନ୍ତି। ଟୋମାହକ୍ କ୍ଷେପଣାସ୍ତ୍ର ଏକ ଦୂରଗାମୀ କ୍ଷେପଣାସ୍ତ୍ର। ଏହାକୁ ହାସଲ କରିବା ଦ୍ୱାରା ୟୁକ୍ରେନ୍ ରାଜଧାନୀ ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗ ଭଳି ପ୍ରମୁଖ ରୁଷିଆ ସହର ଉପରେ ଆକ୍ରମଣ କରିପାରିବ। ଏହି ଭୟ ରୁଷିଆ ରାଷ୍ଟ୍ରପତି ପୁଟିନ ଏକ ଫୋନ୍ କଲ୍ ସମୟରେ ଟ୍ରମ୍ପ୍ଙ୍କୁ ଏ ବିଷୟରେ ସତର୍କ କରାଇ ଦେଇଥିଲେ।
ଅସ୍ତ୍ରବିରତି ବଜାୟ ରଖିବା କଷ୍ଟକର ବୋଲି କହିଲେ ଜେଲେନସ୍କି
ଜେଲେନସ୍କି କହିଛନ୍ତି ଯେ, ଅସ୍ତ୍ରବିରତି ବଜାୟ ରଖିବା କ୍ରମଶଃ କଷ୍ଟକର ହେଉଛି। ସେ କହିଛନ୍ତି, ସେ ଏହା କରିବାକୁ ଚାହାନ୍ତି, କିନ୍ତୁ ପୁଟିନ ଏଥିରେ ରାଜି ହେବେ ନାହିଁ। ୟୁକ୍ରେନ୍ କହିଛି ଯେ, ଏହାର ପାଖରେ ହଜାର ହଜାର ଡ୍ରୋନ୍ ଅଛି ଯାହା ରୁଷିଆନ୍ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିପାରିବ। କିନ୍ତୁ ଏହାକୁ ଦୂରଗାମୀ କ୍ଷେପଣାସ୍ତ୍ର ଆବଶ୍ୟକ, ଯାହା ଦ୍ୱାରା ସେମାନେ ଅଧିକ ଗଭୀରକୁ ପ୍ରବେଶ କରିପାରିବେ ଏବଂ ପ୍ରମୁଖ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିପାରିବେ। ବର୍ତ୍ତମାନ, ସେମାନଙ୍କର ଲକ୍ଷ୍ୟଭେଦ ପରିସର ପ୍ରାୟ ୩୦୦ କିଲୋମିଟର ରହିଛି।
ଟୋମାହକ୍ ହାସଲ କରିବା ଦ୍ୱାରା ସେମାନଙ୍କର ଆକ୍ରମଣ ପରିସର ବୃଦ୍ଧି ପାଇବ ଏବଂ ରୁଷିଆର ବୃହତ୍ତର ଅଞ୍ଚଳକୁ ଟାର୍ଗେଟ କରାଯାଇପାରିବ । ତେଣୁ ଜେଲେନସ୍କି କ୍ଷେପଣାସ୍ତ୍ର ପାଇଁ ଆଗ୍ରହୀ ଥିଲେ। ତେବେ ଟ୍ରମ୍ପ୍ଙ୍କ ନିଷ୍ପତ୍ତି ତାଙ୍କ ଆଶାକୁ ଧୂଳିସାତ୍ କରିଦେଇଛି। ଫଳସ୍ୱରୂପ, ୟୁକ୍ରେନ ଏବେ ଏହାର ବିକଳ୍ପ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ କ୍ଷମତାକୁ ଉନ୍ନତ କରିବା ଉପରେ ଧ୍ୟାନ ଦେଉଛି।
ଟୋମାହକ୍ କ୍ଷେପଣାସ୍ତ୍ର କାହିଁକି ଆବଶ୍ୟକ?
ଟୋମାହକ୍ ଏକ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର। ଏଥିରେ ଜିପିଏସ, ଏକ ଇନଫ୍ରାରେଡ୍ କ୍ୟାମେରା ଏବଂ ଏକ ଟର୍ବୋ-ଜେଟ୍ ଇଞ୍ଜିନ୍ ରହିଛି। ଏହାକୁ ସମୁଦ୍ରରୁ ନିକ୍ଷେପ କରାଯାଏଥାଏ। ଏହା ନିମ୍ନରେ ଉଡ଼ି ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ। ଏହା ନ୍ୟୁକ୍ଲିୟର ୱାରହେଡ୍ ମଧ୍ୟ ବହନ କରିପାରିବ।
ଏକ ଟୋମାହକ୍ ପ୍ରାୟ ୬.୧ ମିଟର ଲମ୍ବା ଏବଂ ପ୍ରାୟ ୧୫୧୦ କିଲୋଗ୍ରାମ ଓଜନ। ଏହାର ବେଗ ପ୍ରାୟ ୫୫୦ ମାଇଲ ପ୍ରତି ଘଣ୍ଟା ଏବଂ ଏହାର ପରିସର ୨୫୦୦କିଲୋମିଟର ଅତିକ୍ରମ କରିପାରିବ। ଏହାର ମୂଲ୍ୟ ପ୍ରାୟ ୧.୩ ନିୟୁତ ଡଲାର ହେବ ବୋଲି ଆକଳନ କରାଯାଇଛି।
ଆହୁରି ପଢ଼ନ୍ତୁ:Secret Brahmos Deal: ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବା ପାଇଁ ଦୁଇ ଦେଶ ଭାରତ ସହିତ ଗୁପ୍ତ ଚୁକ୍ତିନାମା ସ୍ୱାକ୍ଷର କରିଥିବା ଚର୍ଚ୍ଚା
USA | Ukraine | russia-ukraine-war | Russia | tomahawk missiles | donald-trump | volodymyr-zelensky
Follow Us