ପେନସନ୍‌ ସମ୍ବନ୍ଧୀୟ ସରକାରୀ ନିର୍ଦ୍ଦେଶ: ଝିଅଙ୍କର ନାମ ହଟାଯାଇପାରିବ ନାହିଁ

ପାରିବାରିକ ପେନସନ୍ ନିୟମ ଅନ୍ତର୍ଗତ ସରକାରୀ କର୍ମଚାରୀଙ୍କ ପାଇଁ ପେନସନଭୋଗୀ କଲ୍ୟାଣ ବିଭାଗ ଏକ ନିର୍ଦ୍ଦେଶ ଜାରି କରିଛି। ଯେଉଁଥିରେ କୁହାଯାଇଥିଲା ଯେ ବର୍ତ୍ତମାନଠାରୁ ଝିଅଙ୍କର ନାମ ପେନସନ୍‌ରୁ ହଟାଯାଇ ପାରିବ ନାହିଁ...

6ammnzxp1

ନୂଆଦିଲ୍ଲୀ:ସରକାରୀ କର୍ମଚାରୀଙ୍କ ପାଇଁ ପେନସନ୍ ସହିତ ଜଡିତ ଏକ ବଡ ଘୋଷଣା ସରକାରଙ୍କ ପକ୍ଷରୁ କରାଯାଇଛି। ସମସ୍ତ ପେନସନଭୋଗୀଙ୍କ ପାଇଁ ପେନସନଭୋଗୀ କଲ୍ୟାଣ ବିଭାଗ ଏକ ନୂତନ ନିୟମ ଜାରି କରିଛି। ବର୍ତ୍ତମାନଠାରୁ ପେନସନ୍‌ ପାଇବାକୁ ଯୋଗ୍ୟ ପରିବାର ସଦସ୍ୟଙ୍କ ତାଲିକାରୁ ଝିଅର ନାମ ହଟାଯାଇପାରିବ ନାହିଁ। ଏହା ବ୍ୟତୀତ ଅତିରିକ୍ତ ଅର୍ଡିନାରି ପେନସନ୍ (ଇଓପି) ଅନ୍ତର୍ଗତ ପ୍ରାପ୍ତ ସମସ୍ତ ଅବସରକାଳୀନ ସୁବିଧାକୁ ଯଥାଶୀଘ୍ର ମୁକ୍ତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଅନେକ ଥର ସରକାରୀ କର୍ମଚାରୀମାନେ ପେନସନ୍‌ରେ ଝିଅଙ୍କର ନାମ ଅନ୍ତର୍ଭୁକ୍ତ କରି ନ ଥାନ୍ତି।  ଏ ସମ୍ପର୍କରେ ପେନସନଭୋଗୀ କଲ୍ୟାଣ ବିଭାଗ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ପେନସନ୍ ଫର୍ମାଟରେ ଝିଅକୁ ସରକାରୀ କର୍ମଚାରୀଙ୍କ ପରିବାରର ସଦସ୍ୟ ମଧ୍ୟ ବିବେଚନା କରାଯାଏ। ତେଣୁ ପରିବାର ସଦସ୍ୟଙ୍କ ତାଲିକାରେ ଝିଅର ନାମ ମଧ୍ୟ ଅନ୍ତର୍ଭୂକ୍ତ କରାଯିବା ଉଚିତ୍।

ସେଣ୍ଟ୍ରାଲ୍ ସିଭିଲ୍ ସର୍ଭିସେସ୍ (ପେନଦନ୍) ନିୟମ ୨୦୨୧ ଅନୁଯାୟୀ, ଯଦି ପରିବାରରେ ସାବତ ଝିଅ ଅବା ପୋଷ୍ୟ ଝିଅଙ୍କୁ ଛାଡି ଅବିବାହିତ, ବିବାହିତ ଏବଂ ବିଧବା ଝିଅମାନେ ଅଛନ୍ତି, ତେବେ ସେମାନଙ୍କର ନାମ ଏଥିରେ ଅନ୍ତର୍ଭୁକ୍ତ ହେବ।

ଏବେ ପ୍ରଶ୍ନ ଉଠୁଛି ପେନସନ୍ ଉପରେ ପ୍ରଥମ ଅଧିକାର କାହାର ଅଛି? ଯଦି ଘରେ ଜଣେ ଦିବ୍ୟାଙ୍ଗ ପିଲା ଅଛନ୍ତି, ତେବେ ତାଙ୍କୁ ପେନସନ୍ ନେବା ପାଇଁ ପ୍ରଥମ ଅଧିକାର ଦିଆଯିବ। ଏହା ବ୍ୟତୀତ ଝିଅ (ମାନସିକ କିମ୍ବା ଶାରୀରିକ ଦିବ୍ୟାଙ୍ଗତା ଭୋଗୁଥିବା ବ୍ୟକ୍ତିଙ୍କ ବ୍ୟତୀତ)ଙ୍କର  ବିବାହ ନ ହେବା ପର୍ଯ୍ୟନ୍ତ କିମ୍ବା ଆର୍ଥିକ ଦୃଷ୍ଟିରୁ ସଶକ୍ତି ନ ହେବା ପର୍ଯ୍ୟନ୍ତ ପେନସନ୍ ପାଇପାରିବେ।

ଅଧିକ ପଢ଼ନ୍ତୁ: ହିନ୍ଦୁ-ଶିଖଙ୍କୁ ବିଭାଜନ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଖଲିସ୍ତାନୀ: ଭାରତୀୟ ମୂଳ ରାଜନେତାଙ୍କ ଦାବି

୨୫ ବର୍ଷରୁ ଅଧିକ ବୟସ୍କ ଅବିବାହିତ, ବିଧବା, ଛାଡପତ୍ର ହୋଇଥିବା ଝିଅମାନେ ପେନସନ୍ ପାଇବାକୁ ଯୋଗ୍ୟ ହେବ‌େ। ତେବେ ପରିବାରର ଅନ୍ୟ ସମସ୍ତ ପିଲା ୨୫ ବର୍ଷରୁ ଅଧିକ ହେବା ଉଚିତ୍ ଏବଂ ସେମାନଙ୍କର ରୋଜଗାରର କିଛି ଉତ୍ସ ରହିଥିବା ଜରୁରୀ।

ଅଧିକ ପଢ଼ନ୍ତୁ: ଇରାନ ଆକ୍ରମଣର ଭୟ!: ନେତାନ୍ୟାହୁଙ୍କ ପୁଅ ବିବାହ ସ୍ଥଗିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe