Operation SagarBandhu Photograph: (sambad.in)
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ହାହାକାର । ଜଳ ପ୍ରଳୟ ପରେ ଜୀବନ ଯେମିତି ଆଉଟୁପାଉଟୁ ହେଉଛି । ଅନେକ ସ୍ଥାନରେ ଏବେବି ଜୀବନ ଜଳବନ୍ଦୀ । ବନ୍ୟାଜଳ କମିନଥିବାରୁ ଲୋକେ ନିଜ ଘକୁ ଫେରି ପାରୁ ନାହାନ୍ତି । କିଛି ସ୍ଥାନରେ ଲୋକେ ଏବେବି ଫସି ରହିଛନ୍ତି । ଏମିତି ସଙ୍କଟ ସମୟରେ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଛି ଭାରତ । ବିପତ୍ତି ବେଳେ ସାଜିଛି ବନ୍ଧୁ । ଅପରେସନ ସାଗର ବନ୍ଧୁ ଜରିଆରେ ଶ୍ରୀଲଙ୍କାରେ ସହାୟତା ଯୋଗାଇ ଚାଲିଛି ଭାରତ ।
ଆହୁରି ପଢନ୍ତୁ- Air Health Service: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା: ପ୍ରଥମ ଦିନରେ ୩୩୮ ଜଣ ରୋଗୀ ଚିକିତ୍ସିତ
ଶ୍ରୀଲଙ୍କାରେ ରେସ୍କୁ ଅପରେସନ ହେଉ କି ରିଲିଫ ଯୋଗାଣ, ମେଡିକାଲ ସେବା ହେଉ କି ଖାଦ୍ୟ ଯୋଗାଇ ଦେବା ଭଳି ଅନେକ କାମରେ ଗ୍ରାଉଣ୍ଡ ଜିରୋରେ ନିୟୋଜିତ ଅଛନ୍ତି ଭାରତୀୟ ଯବାନ । କେଉଁଠି ବନ୍ୟା ପରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଦବିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି ଯବାନ ତ ପୁଣି କେଉଁଠି ଭଙ୍ଗା ମାଟିଘରୁ ଜୀବନ ଉଦ୍ଧାରରେ ଲାଗିଛନ୍ତି ।
ଆହୁରି ପଢନ୍ତୁ- Converting To Christianity: ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ ମିଳିବନି ଏସସି ସୁବିଧା:ଆହ୍ଲାବାଦ ହାଇକୋର୍ଟଙ୍କ ରାୟ
ପାଣି ପାଟିରୁ ଜୀବନକୁ ଉଦ୍ଧାର କରିବାରେ ଲାଗିଛନ୍ତି ଏନଡିଆରଏଫ ଟିମ୍ । ବନ୍ୟା ପାଇଁ ଦିନ ଦିନ ଧରି ଫସିଥିବା ଲୋକେ ଯବାନଙ୍କୁ ଦେଖି ନୂଆ ଆଶା ବାନ୍ଧୁଛନ୍ତି । କେଉଁଠି ଡଙ୍ଗା ଯୋଗେ, କେଉଁଠି ହେଲିକପ୍ଟର ଯୋଗେ ଉଦ୍ଧାର କାମ ଜାରି ରଖିଛନ୍ତି ଭାରତୀୟ ବୀର ।
ଆକାଶମାର୍ଗରୁ ରିଲିଫ ସାମଗ୍ରୀ ବଣ୍ଟନ ସହ ଅପହଞ୍ଚ ଅଞ୍ଚଳ, ଯାହା ବନ୍ୟା ଦ୍ବାରା ବିଚ୍ଛିନ୍ନ ହୋଇଛି ସେଠାରେ ପହଞ୍ଚି ଫଶିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଯବାନମାନେ । ତେବେ ଶ୍ରୀଲଙ୍କାରେ ବନ୍ୟା ଯୋଗୁ ପାଖାପାଖି ୪୦୦ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ସେପଟେ ଶ୍ରୀଲଙ୍କା ଭାରତର ସହାୟତା ପରେ ଧନ୍ୟବାଦ ଅର୍ପଣ କରିଛି । ସଙ୍କଟ ବେଳେ ପ୍ରଥମେ ଭାରତ ହିଁ ସହାୟତା ପାଇଁ ଆଗେଇ ଆସିଥିବା କହିଛନ୍ତି ଶ୍ରୀଲଙ୍କା ହାଇକମିଶନର ।
Follow Us