ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ପ୍ରଯୁକ୍ତି କମ୍ପାନି ଓରାକଲ୍ଏହାର ଡାଟା ସେଣ୍ଟର ବ୍ୟବସାୟ ସମ୍ପ୍ରସାରଣ ଲାଗି ପାଣ୍ଠି ଯୋଗାଡ଼ କରୁଥିବାରୁ ଶହ ଶହ କର୍ମଚାରୀଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି। ଏହା କମ୍ପାନିର ସବୁ ବିଭାଗର କର୍ମଚାରୀଙ୍କୁ ପ୍ରଭାବିତ କରିବ। ଛଟେଇ ଯୋଜନା ଚଳିତ ମାସରେ ଲାଗୁ କରାଯିବ।
ଏଆଇ ବିପ୍ଳବକୁ କରାଯାଉଛି ମାତ୍ରାଧିକ ସମର୍ଥନ
କମ୍ପାନି ବିଶ୍ବର ଅଗ୍ରଣୀ ଏଆଇ ସଂସ୍ଥା ଓପନ୍ଏଆଇ ସହ ସହଯୋଗିତା କରି ବିଶାଳ ଡାଟା ସେଣ୍ଟର ସ୍ଥାପନ କରୁଛି। ଡାଟାବେସ୍ ସଫ୍ଟୱେର ବିକାଶ ପାଇଁ ପରିଚିତ ଓରାକଲ୍ ଗତ କିଛି ବର୍ଷ ମଧ୍ୟରେ ନିଜ ପରିଚୟକୁ ବଦଳାଇ କ୍ଲାଉଡ୍ କମ୍ପ୍ୟୁଟିଂ ଉପରେ ଧ୍ୟାନ ଦେଉଛି। ବିଶେଷ କରି ଏଆଇ ବିପ୍ଳକୁ ସମର୍ଥନ କରିବା ଦିଗରେ ଏହା କାମ କରୁଛି। ୱାଲ୍ଷ୍ଟ୍ରିଟ୍ ଆକଳନ କରିଛି ଯେ ଏଆଇ ଡାଟା ସେଣ୍ଟର୍ ବିକାଶ ଲାଗି ଯେତିିକି ପାଣ୍ଠି ଆବଶ୍ୟକ ତାହା ଓରାକଲ୍ର ନଗଦ ପ୍ରବାହକୁ ବିଯୁକ୍ତାତ୍ମକ ସ୍ତରକୁ ଠେଲିଦେବ।
ଆହୁରି ପଢନ୍ତୁ - 3 Flight Company: ଶସ୍ତା ହେବ ବିମାନ ଯାତ୍ରା: ନୂଆବର୍ଷରୁ ବିମାନ ଚଳାଚଳ କରିବେ ଏହି ତିନି ନୂଆ କମ୍ପାନୀ
କମ୍ପାନି ଛଟେଇ ଯୋଜନା କରୁଛି ପ୍ରସ୍ତୁତ
ସେହି ଖର୍ଚ୍ଚର ଲାଭ ମିଳିବା ୨୦୩୦ ପରେ ହିଁ ଆରମ୍ଭ ହେବ। ଡେବ୍ଟ ଓ ଇକ୍ବିଟି ଜରିଆରେ କମ୍ପାନି ୫୦ ବିଲିୟନ ଡଲାର ସଂଗ୍ରହ କରିବାକୁ ଯୋଜନା ରଖିଛି। ନିଜ ଖର୍ଚ୍ଚ ଯୋଜନା ଅନୁସାରେ କମ୍ପାନି ଛଟେଇ ଯୋଜନା ପ୍ରସ୍ତୁତ କରୁଛି। କେଉଁ ଭୂମିକାଗୁଡ଼ିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ତାହାର ତାଲିକା ପ୍ରସ୍ତୁତ ହେଉଛି। ନୂତନ ନିଯୁକ୍ତି ବନ୍ଦ କରିବା ଉପରେ ବିଚାର କରାଯାଉଛି। ଓରାକଲ୍ ପାଇଁ ବିଶ୍ବବ୍ୟାପୀ ୧,୬୨,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।
ଆହୁରି ପଢନ୍ତୁ - VI Recharge Plan: ଏମିତି ରିଚାର୍ଜ ପ୍ଲାନ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ: ଫୋନ ହଜିଗଲେ କମ୍ପାନୀ ଦେବ ଇନ୍ସ୍ୟୁରାନ୍ସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/06/untitled-23-2026-03-06-18-26-12.jpeg)