Mens U19 Asia Cup 2025 : ପାକିସ୍ତାନଠାରୁ ଶୋଚନୀୟଭାବେ ୧୯୧ ରନରେ ହାରିଲା ଭାରତ

Advertisment

୧୯ ବର୍ଷରୁ କମ ପୁରୁଷ ଦିନିକିଆ ଏସିଆ କପରେ ଭାରତକୁ ୧୯୧  ରନରେ ଶୋଚନୀୟଭାବେ ପରାସ୍ତ କରିଛି ପାକିସ୍ତାନ । ଏହି ମ୍ୟାଚର ପାକିସ୍ତାନ ପକ୍ଷରୁ ଭାରତ ଆଗରେ ୩୪୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲେ ବି ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା ।

Updated On

୧୯ ବର୍ଷରୁ କମ ପୁରୁଷ ଦିନିକିଆ ଏସିଆ କପରେ ଭାରତକୁ ୧୯୧  ରନରେ ଶୋଚନୀୟଭାବେ ପରାସ୍ତ କରିଛି ପାକିସ୍ତାନ । ଏହି ମ୍ୟାଚର ପାକିସ୍ତାନ ପକ୍ଷରୁ ଭାରତ ଆଗରେ ୩୪୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲେ ବି ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା ।

ଅଦ୍ୟତନ ହୋଇଛି
cricke t

cricket

ଦୁବାଇ : ୧୯ ବର୍ଷରୁ କମ ପୁରୁଷ ଦିନିକିଆ ଏସିଆ କପରେ ଭାରତକୁ ୧୯୧  ରନରେ ଶୋଚନୀୟଭାବେ ପରାସ୍ତ କରିଛି ପାକିସ୍ତାନ । ଏହି ମ୍ୟାଚର ପାକିସ୍ତାନ ପକ୍ଷରୁ ଭାରତ ଆଗରେ ୩୪୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲେ ବି ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଦିପେଶ ଦେବେନ୍ଦ୍ରନ ୩୬ ରନ  ଓ ବୈଭବ ସୂର୍ଯ୍ୟବଂଶୀ ୨୬ ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ । ଏପରିକି ଭାରତର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଂକ ଛୁଇଁପାରିନଥିଲେ ।

ଆହୁରି ପଢନ୍ତୁ : Vishwa Guru India: ସଂଘକୁ ବିଜେପି ଚଷମାରୁ ଦେଖିବା ଉଚିତ୍ ନୁହେଁ: ମୋହନ ଭାଗବତ

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ ସମୀର ମିନହାନସଙ୍କ ବିସ୍ଫୋରକ ୧୭୨ ରନ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୭ ରନ କରିଥିଲା । ସେହିପରି ଅହମ୍ମଦ ହୁସେନ ୫୬ ରନ କରିଥିଲେ ଓ ଫରହାଦ ୟୁସୁଫ ୧୯ ରନ କରିଥିଲେ । ଭାରତ ପକ୍ଷରୁ ଦିପେଶ ଦେବେନ୍ଦ୍ରନ ୩ଟି ଓ ଖୁଲଣ୍ଡ ପଟେଲ ୨ଟି ଓ୍ବିକେଟ ନେଇଥିଲେ । 

ଆହୁରି ପଢନ୍ତୁ : Bangladesh : ଭାରତ ସୀମାରେ ଡ୍ରୋନ ଉଡ଼ାଉଛି ବାଂଲାଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe