Onion rate is increasing in pakistan: ମୁଦ୍ରାସ୍ଫୀତି ପାଇଁ କାନ୍ଦୁଛି ପାକିସ୍ତାନ, ପିଆଜ କିଲୋ ୨୨୦ଟଙ୍କା

ଆଫଗାନିସ୍ତାନ ସହ ଶତ୍ରୁତା କରି କାନ୍ଦିଲାଣି ପାକିସ୍ତାନ। ସୀମାପାର ବାଣିଜ୍ୟ ବନ୍ଦ ହୋଇଯିବା ପରେ ପାକିସ୍ତାନରେ ବଢ଼ିବାରେ ଲାଗିଛି ପରିବା ଦର। ଦେଶର ଆର୍ଥିକ ରାଜଧାନୀ କରାଚୀରେ ପିଆଜ ଦର ଆକାଶଛୁଆଁ ହୋଇଥିବା ସାମ୍ନାକୁ ଆସିଛି।

pakistan

Onion rate is increasing in pakistan Photograph: (sambad.in)

ଇସଲାମାବାଦ: ଆଫଗାନିସ୍ତାନ ସହ ଶତ୍ରୁତା କରି କାନ୍ଦିଲାଣି ପାକିସ୍ତାନ। ସୀମାପାର ବାଣିଜ୍ୟ ବନ୍ଦ ହୋଇଯିବା ପରେ ପାକିସ୍ତାନରେ ବଢ଼ିବାରେ ଲାଗିଛି ପରିବା ଦର। ଦେଶର ଆର୍ଥିକ ରାଜଧାନୀ କରାଚୀରେ ପିଆଜ ଦର ଆକାଶଛୁଆଁ ହୋଇଥିବା ସାମ୍ନାକୁ ଆସିଛି।

କନ୍ଦାଉଛି ପିଆଜ ଦର

ବର୍ତ୍ତମାନ, କରାଚୀ ବାସିନ୍ଦା ୨୨୦ଟଙ୍କା ଦେଇ ପିଆଜ କିଲେ କିଣିବାକୁ ବାଧ୍ୟ ହେଉଛନ୍ତି। ଆଫଗାନିସ୍ତାନରୁ ଆମଦାନି ହେଉଥିବା ଅନ୍ୟ ପନିପରିବା କ୍ଷେତ୍ରରେ ମଧ୍ୟ ଏହା ଘଟୁଛି। ପ୍ରଥମେ ଟମାଟୋ ଦର ୬୦୦-୭୦୦ରେ ପହଞ୍ଚିଥିଲା। ହେଲେ ଇରାନରୁ ଟମାଟୋ ଆମଦାନି କରିବା ପରେ ଏହାର ମୂଲ୍ୟ ଏବେ ୨୦୦ରେ ପହଞ୍ଚିଛି।

ହୋଲସେଲରମାନେ କହିଛନ୍ତି ଯେ, ଆଗାମୀ ଦିନରେ ପିଆଜ ଦର କମିବାର ସମ୍ଭାବନା ନାହିଁ। ଚାହିଦା ଏବଂ ଯୋଗାଣ ମଧ୍ୟରେ ବିରାଟ ପାର୍ଥକ୍ୟ ଥିବାରୁ ଏହା ମୂଲ୍ୟକୁ ବଢ଼ାଇବ। ଆର୍ଥିକ ବିଶେଷଜ୍ଞ ମାଲିକ ବୋସ୍ତାନ କହିଛନ୍ତି ଯେ, ପନିପରିବା ବହୁତ ଦିନ ଧରି ତାଜା ରହିପାର‌େ ନାହିଁ। ତେଣୁ ଅଭାବ ହେବା ମାତ୍ରେ ଦର ବୃଦ୍ଧି ପାଇବା ଆରମ୍ଭ କରେ।

ଶାନ୍ତି ଫେରିବା ପରେ ମିଳିପାରେ ଆଶ୍ବସ୍ତି

ଆଶ୍ଚର୍ଯ୍ୟର କଥା ହେଉଛି, କରାଚୀ କମିଶନରଙ୍କ ଦ୍ୱାରା ପ୍ରକାଶିତ ସରକାରୀ ମୂଲ୍ୟ ବଜାର ମୂଲ୍ୟ ସହିତ ମେଳ ଖାଉନାହିଁ। ପିଆଜର ସରକାରୀ ମୂଲ୍ୟ ପ୍ରତି କିଲୋ ୧୦୪ ଲେଖାଥିବା ବେଳେ ବଜାରରେ ଲୋକେ କିଲୋ ପିଛା ୨୨୦ଟଙ୍କା ଦେଇ କିଣୁଛନ୍ତି। ଆଫଗାନିସ୍ତାନ ସହିତ ଶାନ୍ତି ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ପାକିସ୍ତାନ ଏଭଳି ପରିସ୍ଥିତି ଦେଇ ଗତି କରିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା କୂଟନୈତିକ ଏବଂ ସୀମା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ସମ୍ପ୍ରତି, ତୁର୍କୀର ଇସ୍ତାନବୁଲରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ଠୋସ୍ ଚୁକ୍ତି ହୋଇପାରି ନଥିଲା। ଏହି ଆଲୋଚନା ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆଫଗାନିସ୍ତାନ ସମ୍ପର୍କରେ ଏକ କଡ଼ା ବିବୃତି ଜାରି କରିଥିଲେ ଏବଂ ଭାରତ ସମଗ୍ର ବିବାଦକୁ ପ୍ରଭାବିତ କରୁଥିବା ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: Omar Target LG Sinha: ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିବା ନେଇ ଉପରାଜ୍ୟପାଳଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ: Amit Shah on Sarddar Patel: କଂଗ୍ରେସ ଦଳ ସର୍ଦ୍ଦାର ପଟେଲଙ୍କୁ ଉଚିତ ସମ୍ମାନ ଦେଇନାହିଁ: ଅମିତ ଶାହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe