ଟସ୍ ଜିତିଲା ପାକିସ୍ତାନ: ବୋଲିଂ ନିଷ୍ପତ୍ତି

ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି...

ଅଦ୍ୟତନ ହୋଇଛି
Pakistan win the toss: bowling decision

Pakistan win the toss: bowling decision Photograph: (sambad.in)

କରାଚି: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ ପାଇଁ ପାକିସ୍ତାନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଇତିହାସ ଦର୍ଶାଉଛି ଯେ, ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନୀ ଦଳ କେବେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିପାରି ନାହିଁ। ଏହି ଦୁଇଦଳଙ୍କ ମଧ୍ୟରେ ଖେଳାଯାଇଥିବା ୩ଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ପ୍ରତ୍ୟେକ ଥର ଜିତିଛି।

 ଅଧିକ ପଢ଼ନ୍ତୁ: ଭାରତରେ ଖୋଲିବ ଟେସ୍‌ଲା! ୩ରୁ ୫ ବିଲିୟନ୍‌ ଡଲାର ନିବେଶ ଯୋଜନା

ନ୍ୟୁଜିଲାଣ୍ଡର ପ୍ଲେଇଂ ଏକାଦଶ:

ଡେଭନ୍ କନୱେ, ୱିଲ୍ ୟଙ୍ଗ୍, କେନ୍ ୱିଲିୟମ୍ସନ୍, ଡାରିଲ୍ ମିଚେଲ୍, ଟମ୍ ଲାଥାମ୍ (ୱିକେଟର), ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର (ଅଧିନାୟକ), ନାଥନ୍ ସ୍ମିଥ୍, ମ୍ୟାଟ୍ ହେନରୀ, ୱିଲିୟମ୍ ଓ'ରୌର୍କେ।

ପାକିସ୍ତାନର ପ୍ଲେଇଂ ଏକାଦଶ:

ଫଖର ଜମାନ, ବାବର ଆଜମ, ସୌଦ ଶକିଲ, ମହମ୍ମଦ ରିଜୱାନ (ୱିକେଟ କିପର, ଅଧିନାୟକ), ସଲମାନ ଆଗା, ତୈୟବ ତାହିର, ଖୁସଦିଲ ଶାହ, ଶାହିନ ଆଫ୍ରିଦି, ନସିମ ​​ଶାହ, ହାରିସ ରୌଫ, ଅବରାର ଅହମ୍ମଦ।

 ଅଧିକ ପଢ଼ନ୍ତୁ: କେତେ ଚାଷୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ ହୋଇଛନ୍ତି: ସରକାର ଦେଲେ ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe