Advertisment

Parliament: ଇରାନ ଯୁଦ୍ଧକୁ ନେଇ ସଂସଦର ଉଭୟ ସଦନରେ ହଟ୍ଟଗୋଳ: ୬୭,୦୦୦ ନାଗରିକ ଆନ୍ତର୍ଜାତିକ ସୀମା ପାର୍‌ କରିସାରିଛନ୍ତି

Advertisment
New Project (7)

parliament adjourned Photograph: (sambad.in)

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଇରାନ ଯୁଦ୍ଧକୁ ନେଇ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଦେଖିବାକୁ ମିଳିଛି। ସୋମବାର ଲୋକସଭାର କାର୍ଯ୍ୟତାଲିକାରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯିବାକୁ ପାଖାପାଖି ୩ ଘଣ୍ଟା ସମୟ ଦିଆଯାଇଥିଲା। ଶାସକ ଦଳ ପକ୍ଷରୁ ୩ ଜଣ ଓ ବିରୋଧୀ ପକ୍ଷରୁ ୩ ସାଂସଦ ଆଲୋଚନାରେ ଭାଗ ନେବାକୁ ସ୍ଥିର ହୋଇଥିଲା। କିନ୍ତୁ ଆଲୋଚନା ହୋଇପାରି ନ ଥିଲା। ମଙ୍ଗଳବାର ବାଚସ୍ପତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ୧୦ ଘଣ୍ଟା ଧରି ଆଲୋଚନା ହେବ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିତର୍କ ଆରମ୍ଭ କରିବେ।

ଆହୁରି ପଢନ୍ତୁ-  Pakistan: ଘୋର ଆର୍ଥିକ ସଙ୍କଟରେ ପାକିସ୍ତାନ: ସାଉଦି ଆରବ ଆଗରେ ପତାଇଲା ହାତ...

ବିରୋଧୀ ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧକୁ ନେଇ ଚର୍ଚ୍ଚା ଦାବି କରି ଜୋରଦାର ହଙ୍ଗାମା କରିଥିଲେ। ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସ୍ଥିତି ଓ ଭାରତ ଉପରେ ତା’ର ପ୍ରଭାବ ଉପରେ ଚର୍ଚ୍ଚା କରିବାକୁ ବିରୋଧୀ ଦାବି କରିଥିଲେ। ଅପରପକ୍ଷେ ବିରୋଧୀ ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ସରକାର ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ବିରୋଧୀ ଇରାନରେ ଯୁଦ୍ଧସ୍ଥିତି ନେଇ ପ୍ରସ୍ତାବ ଆଣିଥିବାବେଳେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏହାର ଜବାବ ରଖିଥିଲେ। ଏହାପରେ ଲୋକସଭା ମଙ୍ଗଳବାର ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ବିଦେଶ ମନ୍ତ୍ରୀ ପ୍ରଥମେ ରାଜ୍ୟସଭା ଓ ପରେ ଲୋକସଭାରେ ଉପସାଗରୀୟ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ଓ ଶକ୍ତି ସଙ୍କଟକୁ ନେଇ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ କହିଥିଲେ। ଜୟଶଙ୍କର ଗୃହକୁ ଜଣାଇଥିଲେ ଯେ, ଯୁଦ୍ଧ ସମୟରେ ଇରାନର ନେତୃତ୍ବ ସହିତ ସମ୍ପର୍କ ସ୍ଥାପନ କରିବା କଷ୍ଟକର, କିନ୍ତୁ ଭାରତ ଶାନ୍ତି ଓ ଆଲୋଚନା ସପକ୍ଷରେ ରହିଛି। ରାଜ୍ୟସଭାକୁ ଜୟଶଙ୍କର ସମ୍ବୋଧିତ କରୁଥିବାବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ଲୋକସଭାରେ ମଧ୍ୟ ଜୟଶଙ୍କରଙ୍କ ସମ୍ବୋଧନ ବେଳେ ବିରୋଧୀ ଆମେ ଚର୍ଚ୍ଚା ଚାହୁଛୁ ବୋଲି ନାରା ଲଗାଇବା ସହିତ ଖୁବ୍‌ ହୋହଲ୍ଲା କରିଥିଲେ। ଅଧ୍ୟକ୍ଷଙ୍କ ବାରମ୍ବାର ମନା କରିବା ପରେ ମଧ୍ୟ ବିରୋଧୀ ସାଂସଦ ଶାନ୍ତ ହୋଇ ନ ଥିଲେ।

ଆହୁରି ପଢନ୍ତୁ- Minister Gokulananda Mallick: ଓ-ହବ୍ ଠାରେ ଷ୍ଟାର୍ଟ ଅପ୍ ସମ୍ମିଳନୀ ଅନୁଷ୍ଠିତ: ସଶକ୍ତ ଷ୍ଟାର୍ଟ ଅପ୍,ସମୃଦ୍ଧ ଓଡ଼ିଶା: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ସଂସଦରେ କହିଥିଲେ, ପଶ୍ଚିମ ଏସିଆରେ ପ୍ରାୟ ଏକ କୋଟି ଭାରତୀୟ ରହୁଛନ୍ତି ଓ କାମ କରୁଛନ୍ତି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଭାରତ ପାଇଁ ଚିନ୍ତାର ବିଷୟ। ଆମ ପଡ଼ୋଶୀ, ପଶ୍ଚିମ ଏସିଆରେ ସ୍ଥିରତା ବଜାୟ ରଖିବା ଆମର ଦାୟିତ୍ବ। ଜୟଶଙ୍କର କହିଥିଲେ, ଇରାନରେ ମଧ୍ୟ ଭାରତୀୟ ରହି ପାଠ ପଢ଼ୁଛନ୍ତି କିମ୍ବା ଚାକିରି କରୁଛନ୍ତି। ଏହି କ୍ଷେତ୍ର ଆମ ଶକ୍ତି ସୁରକ୍ଷା ପାଇଁ ଜରୁରୀ ଓ ଏହା ଆମର ତୈଳ ଓ ଗ୍ୟାସ ଯୋଗାଣ ଏଠାରୁ ହେଉଛି। ଯୋଗାଣ ଶୃଙ୍ଖଳରେ ବାଧା ଓ ଅସ୍ଥିରତା ଗମ୍ଭୀର ପ୍ରସଙ୍ଗ। ଏହି ଯୁଦ୍ଧରେ ଆମେ ଦୁଇ ଭାରତୀୟ ନାବିକଙ୍କୁ ହରାଇଛୁ। ଏବେ ବି ଜଣେ ନିଖୋଜ ଅଛନ୍ତି। ମୁମ୍ବାଇସ୍ଥିତ ସିପିଙ୍ଗ ଡାଇରେକ୍ଟୋରେଟ୍ ଜେନେରାଲ ୧୪ ଜାନୁଆରିରେ ଭାରତୀୟ ନାବିକଙ୍କୁ ଦୂତାବାସର ପରାମର୍ଶ ମାନିବା ଓ କୂଳକୁ ଅନାବଶ୍ୟକ ଯାତାୟାତ ନ କରିବାକୁ କହିଥିଲେ। ପଶ୍ଚିମ ଏସିଆରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ପୂରା ଉଦ୍ୟମ କରାଯାଉଛି। 

୮ ମାର୍ଚ୍ଚ ସୁଦ୍ଧା ପାଖାପାଖି ୬୭,୦୦୦ ନାଗରିକ ଆନ୍ତର୍ଜାତିକ ସୀମା ପାର କରିସାରିଛନ୍ତି। ଯୁଦ୍ଧ ଲଗାତାର ବଢ଼ିବାରେ ଲାଗିଛି। ଏହି ଅଞ୍ଚଳରେ ସୁରକ୍ଷା ସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ଯୁଦ୍ଧ ଅନ୍ୟ ଦେଶକୁ ବ୍ୟାପିଗଲାଣି ବୋଲି ଜୟଶଙ୍କର କହିଥିଲେ। ଏହାଦ୍ବାରା ବ୍ୟାପକ କ୍ଷୟକ୍ଷତି ସହିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇସ୍ରାଏଲ-ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧରେ କେତେକ ଉପସାଗରୀୟ ଦେଶ ଉପରେ ଆକ୍ରମଣ ହୋଇଛି। ଇରାନର ନେତୃବର୍ଗର କିଛି ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହିତ ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ଇରାନ ସହିତ ନେତୃତ୍ବସ୍ତରରେ ସଂଯୋଗ ସ୍ଥାପନ କରିବା ଖୁବ୍‌ କଷ୍ଟକର। ଇରାନ ବିଦେଶ ମନ୍ତ୍ରୀ ଇରାନର ଯୁଦ୍ଧଜାହାଜ ଲାଭନକୁ କୋଚି ବନ୍ଦରରେ ରହିବାକୁ ଅନୁମତି ଦେବା ନେଇ ଭାରତକୁ ଧନ୍ୟବାଦ ଦେଇଥିବା ଜୟଶଙ୍କର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe