PMModi VladimirPutin: ଯେବେ ମୁଖ୍ୟମନ୍ତ୍ରୀ ଥିଲେ ମୋଦୀ… ସେବେଠୁ ପୁଟିନଙ୍କ ସହ ସମ୍ପର୍କ… ଫଟୋ ଛାଡି ପ୍ରଧାନମନ୍ତ୍ରୀ କହିଲେ- ପୁଟିନ୍ ମୋ ବନ୍ଧୁ

Advertisment

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋଦୀ-ପୁଟିନଙ୍କ ସମ୍ପର୍କ ଆଜି କି କାଲି ନୁହେଁ ବରଂ ଦୀର୍ଘ ୨୫ ବର୍ଷର… ହଁ ଆଜ୍ଞା ଆପଣ ଠିକ୍ ପଢିଛନ୍ତି ୨୫ ବର୍ଷର ବନ୍ଧୁତା । ଯେବେ ମୁଖ୍ୟମନ୍ତ୍ରୀ ଥିଲେ ମୋଦୀ ସେବେ ମସ୍କୋରେ ଏକ ବୈଠକରେ ସାମିଲ ଥିଲେ ମୋଦୀ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋଦୀ-ପୁଟିନଙ୍କ ସମ୍ପର୍କ ଆଜି କି କାଲି ନୁହେଁ ବରଂ ଦୀର୍ଘ ୨୫ ବର୍ଷର… ହଁ ଆଜ୍ଞା ଆପଣ ଠିକ୍ ପଢିଛନ୍ତି ୨୫ ବର୍ଷର ବନ୍ଧୁତା । ଯେବେ ମୁଖ୍ୟମନ୍ତ୍ରୀ ଥିଲେ ମୋଦୀ ସେବେ ମସ୍କୋରେ ଏକ ବୈଠକରେ ସାମିଲ ଥିଲେ ମୋଦୀ

25 years relationship

25 years relationship Photograph: (sambad.in)

ନୂଆଦିଲ୍ଲୀ: ଭାରତ ପହଞ୍ଚିବା ପରେ ରୁଷ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ଆଉ ଗୋଟିଏ କାରରେ ଦୁହେଁ ବସି ବିମାନବନ୍ଦରରୁ ଯାଇଛନ୍ତି । ଦୁହେଁ କାରରେ ବସିଥିବାର ଫଟୋ ଛାଡି ମୋଦୀ ଲେଖିଛନ୍ତି- ପୁଟିନ୍ ମୋ ବନ୍ଧୁ… ମୋଦୀଙ୍କ ଏହି ପୋଷ୍ଟ ପରେ ପୁଟିନଙ୍କ ସହ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କ ଏବଂ ବନ୍ଧୁତା ନେଇ ଚର୍ଚ୍ଚା ହେଉଥିବା ବେଳେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋଦୀ -ପୁଟିନଙ୍କ ସମ୍ପର୍କ ଆଜି କି କାଲି ନୁହେଁ ବରଂ ଦୀର୍ଘ ୨୫ ବର୍ଷର… ହଁ ଆଜ୍ଞା ଆପଣ ଠିକ୍ ପଢିଛନ୍ତି ୨୫ ବର୍ଷର ବନ୍ଧୁତା ।

modi-putin travel in the same car
modi-putin travel in the same car Photograph: (sambad.in)

ଆହୁରି ପଢନ୍ତୁ- Putin in India: କୁମ୍ଭୀର ଚମଡ଼ା ଲାଗିଥିବା ଘଡ଼ି ପୁଟିନଙ୍କ ପସନ୍ଦ

ବାଜପେୟୀଙ୍କ ବେଳୁ ପୁଟିନ-ମୋଦୀ ବନ୍ଧୁ !

ଯେବେ ମୁଖ୍ୟମନ୍ତ୍ରୀ ଥିଲେ ମୋଦୀ ସେବେ ମସ୍କୋରେ ଏକ ବୈଠକରେ ସାମିଲ ଥିଲେ ମୋଦୀ । ୨୦୦୧ ମସିହାରେ ମସ୍କୋରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ବୈଠକ କରିଥିଲେ ଯେଉଁଥିଲେ ସାମିଲ ଥିଲେ ମୋଦୀ । ବାଜପେୟୀଙ୍କ ପଛ ପଟେ ମୋଦୀ ଛିଡା ହୋଇଥିଲେ । ସେବେ ଠାରୁ ପୁଟିନଙ୍କ ସହ ମୋଦୀଙ୍କ ସମ୍ପର୍କ ରହିଛି । ଆଉ ଏବେ ସେହି ସମୟର ଫଟୋ ଭାଇରାଲ ହେଉଛି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ପୁଟିନଙ୍କ ସହ ସମ୍ପର୍କ ଥିଲା ଆଉ ଏବେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ବି ପୁଟିନ ତାଙ୍କର ଭଲ ବନ୍ଧୁ ହେଇ ଅଛନ୍ତି ।

ପୁଟିନ ମୋ ବନ୍ଧୁ…

ରୁଷ ରାଷ୍ଟ୍ରପତିଙ୍କୁ ପାଲମ ଏୟାରପୋର୍ଟରେ ସ୍ବାଗତ କରିବା ପରେ ଗୋଟିଏ ଗାଡ଼ିରେ ବସି ମୋଦୀ-ପୁଟିନ ଦୁହେଁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗଲେ । ଯାହାର ଫଟୋ ଛାଡି ପୁଟିନଙ୍କୁ ବନ୍ଧୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଗୋଟିଏ ଗାଡ଼ିରେ ଯାଇ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ତାପରେ ତାଙ୍କୁ ପାଛୋଟି ନେଲେ ପ୍ରଧାନମନ୍ତ୍ରୀ ମୋଦୀ... ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରାତ୍ରଭୋଜନ କରିବେ ପୁଟିନ୍ ।

ଆହୁରି ପଢନ୍ତୁ- Narendra Modi-Vladimir Putin: ପୁଣି ଏକାଠି ବସି ଗୋଟିଏ ଗାଡ଼ିରେ ଗଲେ ମୋଦୀ-ପୁଟିନ୍… ଚୀନ ପରେ ଦିଲ୍ଲୀରୁ ବିଶ୍ବ ଦେଖିଲା ଦୁଇ ନେତାଙ୍କ ବନ୍ଧୁତା

ଚୀନରେ ବି ଗୋଟିଏ କାରରେ ବସିଥିଲେ

ତେବେ ଠିକ୍ ୪ ମାସ ତଳେ ଅର୍ଥାତ ନଭେମ୍ବରରେ ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଗୋଟିଏ କାରରେ ବସିଥିଲେ । ଆଲୋଚନା ପାଇଁ ମୋଦୀ ଓ ପୁଟିନ ଗୋଟିଏ କାରରେ ଯାତ୍ରା କରିଥିବାର ଫଟୋ ବେଶ ଭାଇରାଲ ହେଇଥିଲା । ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ସେହି ଚଳନ୍ତା କାରରେ ହେଇଥିଲା । ଆଉ ପୁଣି ଥରେ ୪ ମାସ ପରେ ଦିଲ୍ଲୀରେ ନିଜ କାରରେ ବସାଇ ନିଜ ଆବାସକୁ ପୁଟିନଙ୍କୁ ନେଇଛନ୍ତି ମୋଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe