Advertisment

Pm Modi Visit israel: ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତ, ଷଡ଼ଭୂଜ ମେଣ୍ଟ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଆଶା

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଠାରୁ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯିବେ। ଏହା ନଅ ବର୍ଷ ମଧ୍ୟରେ ତାଙ୍କର ଦ୍ୱିତୀୟ ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଇସ୍ରାଏଲ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା କରିବାର ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଠାରୁ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯିବେ। ଏହା ନଅ ବର୍ଷ ମଧ୍ୟରେ ତାଙ୍କର ଦ୍ୱିତୀୟ ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଇସ୍ରାଏଲ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା କରିବାର ଆଶା କରାଯାଉଛି।

Pm Modi Visit israel

Pm Modi Visit israel

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଠାରୁ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯିବେ। ଏହା ନଅ ବର୍ଷ ମଧ୍ୟରେ ତାଙ୍କର ଦ୍ୱିତୀୟ ଗସ୍ତ । ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା, ବିଶେଷକରି ଆମେରିକା ଓ ଇରାନ ମଧ୍ୟରେ ଖରାପ ହେଉଥିବା ସମ୍ପର୍କ ମଧ୍ୟରେ ଏହି ଗସ୍ତକୁ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଇସ୍ରାଏଲ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା କରିବାର ଆଶା କରାଯାଉଛି। ଗସ୍ତ ସମୟରେ ଆଲୋଚନା ହେବାକୁଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପ୍ରସ୍ତାବିତ ଷଡ଼ଭୂଜ ମେଣ୍ଟ(ଆଲାଏନ୍ସ ଅଫ୍ ହେକ୍ସାଗୋନ୍) ରହିଛି। ନେତାନ୍ୟାହୁ ଭାରତକୁ ଏହି ମେଣ୍ଟର କେନ୍ଦ୍ରୀୟ ସ୍ତମ୍ଭ ଭାବରେ ବର୍ଣ୍ଣନା କରି ଦିଲ୍ଲୀକୁ ଆକର୍ଷିତ କରିବାକୁ ଚେଷ୍ଟା କରିଛନ୍ତି। ବିଶେଷଜ୍ଞମାନଙ୍କ ଅନୁସାରେ ଏହି ମେଣ୍ଟ ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ ସହଜ ହେବ ନାହିଁ। ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ଏକ ଷଡ଼ଭୂଜ ମେଣ୍ଟ ସୃଷ୍ଟି କରିବା ଯୋଜନାରେ କାମ କରୁଛି। ଏହା ସହଯୋଗୀଙ୍କ ଏକ ନେଟୱାର୍କ। ଇସ୍ରାଏଲ ଓ ସହଯୋଗୀଙ୍କ ଏହି ମେଣ୍ଟ ଶତ୍ରୁ ବିରୋଧରେ ଏକାଠି ଲଢ଼ିବ।

ନେତାନ୍ୟାହୁ ମଧ୍ୟପ୍ରାଚ୍ୟ ଷଡ଼ଭୂଜ ଚାରିପାଖରେ ଏକ ଛଅ-ପାଖିଆ ମେଣ୍ଟ ବିଷୟରେ କହିଛନ୍ତି

ବେଞ୍ଜାମିନ୍ ନେତାନ୍ୟାହୁ ମେଣ୍ଟରେ ଇସ୍ରାଏଲ, ଭାରତ, ଗ୍ରୀସ୍, ସାଇପ୍ରସ ଓ କିଛି ଆରବ ଦେଶ, ଆଫ୍ରିକୀୟ ତଥା ଏସୀୟ ଦେଶମାନଙ୍କୁ ସାମିଲ କରିବାକୁ ଆହ୍ୱାନ କରିଛନ୍ତି। ନେତାନ୍ୟାହୁ କହିଛନ୍ତି,ଆମର ଲକ୍ଷ୍ୟ ହେଉଛି ସିଆ ଓ ଉଦୀୟମାନ ମୌଳବାଦୀ ସୁନ୍ନି ବିରୋଧରେ ସମାନ ଦୃଷ୍ଟିକୋଣ ଥିବା ଦେଶଗୁଡ଼ିକର ଏକ ମେଣ୍ଟ ସୃଷ୍ଟି କରିବା। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପ୍ରସ୍ତାବିତ ମେଣ୍ଟ କେବଳ ପ୍ରତୀକାତ୍ମକ ନୁହେଁ। ଏହା ବିଶ୍ୱର ଗୋଟିଏ ଭାଗରେ ଇସ୍ରାଏଲକୁ ବିଚ୍ଛିନ୍ନ କରିବା ସମେତ ଏକ ବୃହତ କୂଟନୈତିକ ଓ ସୁରକ୍ଷା ଗୋଷ୍ଠୀ ଗଠନ ପାଇଁ ଇସ୍ରାଏଲର ପ୍ରୟାସକୁ ପ୍ରତିଫଳିତ କରୁଛି। ନେତାନ୍ୟାହୁ ମଧ୍ୟପ୍ରାଚ୍ୟ ଷଡ଼ଭୂଜ ଚାରିପାଖରେ ଏକ ଛଅ-ପାଖିଆ ମେଣ୍ଟ ବିଷୟରେ କହିଛନ୍ତି। ଯେଉଁଥିରେ ଇସ୍ରାଏଲ, ଭାରତ, ଗ୍ରୀସ୍ ଓ ସାଇପ୍ରସ ଭୂମଧ୍ୟସାଗରୀୟ ଅଂଶୀଦାର ଭାବରେ ଏବଂ କିଛି ଆରବ ତଥା ଆଫ୍ରିକୀୟ ଦେଶ ଅନ୍ତର୍ଭୁକ୍ତ ହେବେ। ଏହି ମେଣ୍ଟ ସୁରକ୍ଷା ବ୍ୟତୀତ ଆର୍ଥିକ ସହଯୋଗ ଓ କୂଟନୈତିକ ସମନ୍ୱୟ ଉପରେ ଧ୍ୟାନ ଦେବ। ଇସ୍ରାଏଲର ଯୋଜନାଗୁଡ଼ିକ ଇରାନ ପ୍ରତି ଏହାର ଶତ୍ରୁତାକୁ ମଧ୍ୟ ପ୍ରତିଫଳିତ କରୁଛି।

ଆହୁରି ପଢନ୍ତୁ - Vigilance Raid ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଭିଜିଲାନ୍ସ ଚଢ଼ାଉ, କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଜବତ

ଭାରତ ଏକ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ସୁଦର୍ଶନ ଚକ୍ର ବିକଶିତ କରିବା ଦିଗରେ କାର୍ଯ୍ୟ କରୁଛି

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ଉଲ୍ଲେଖ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ନିବିଡ଼ ଓ ଦୀର୍ଘସ୍ଥାୟୀ ରଣନୈତିକ ସମ୍ପର୍କକୁ ପୁନଃନିର୍ଦ୍ଦିଷ୍ଟ କରିବ ତଥା ବିଭିନ୍ନ ଆହ୍ବାନଗୁଡ଼ିକର ସମୀକ୍ଷା କରି ଏକ ଦୃଢ଼ ସହଭାଗୀତା ପାଇଁ ସମାନ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବାର ସୁଯୋଗ ପ୍ରଦାନ କରିବ।ସୂତ୍ର ଅନୁଯାୟୀ, ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ସମୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ଏକ ପ୍ରମୁଖ ଏଜେଣ୍ଡା ହେବ। ଭାରତ ଏକ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ସୁଦର୍ଶନ ଚକ୍ର ବିକଶିତ କରିବା ଦିଗରେ କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ, ଇସ୍ରାଏଲର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଆଇରନ ଡୋମ୍‌ର ଉପାଦାନଗୁଡ଼ିକୁ ସାମିଲ କରିବାର ସମ୍ଭାବନା ଉପରେ ମଧ୍ୟ ଆଲୋଚନା ହୋଇପାରେ।

ଆହୁରି ପଢନ୍ତୁ - Air Ambulance Crash: ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୬ଜୀବନ, ଆଖି ବୁଜିଲେ ଗୋଟାଏ ପରିବାରର ୩ସଦସ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe